ହେଡଲାଇନସ୍:

ଶାନ୍ତିପ୍ରିୟ ଓଡ଼ିଶାରେ ଫିଙ୍ଗା ଚାଲିଛି କି ହିଂସାର ଜାଲ !!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆତଙ୍କ ରାଜ ନୁହେଁ, ଲୋକଙ୍କ ହୃଦୟରେ ରାଜ କରିବା ଉଚିତ 

ଭୁବନେଶ୍ୱର/ : "ବହୁ ଚର୍ଚ୍ଚିତ କୁନ୍ଦୁଲୀ ନାବାଳିକା ଦୁଷ୍କର୍ମ ଓ  ମୃତ୍ୟୁ , ବାଲେଶ୍ୱର ଜିଲ୍ଲା ତଳସାରୀ ସଭାରେ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ମହିଳାଙ୍କୁ ଅସଦାଚରଣ ଘଟଣାରେ ମୁଖ୍ୟମନ୍ତ୍ରୀ ନୀରବତା ଅବଲମ୍ବନ କରିଥିଲେ । ଏହି ଭଳି ବହୁ ସମ୍ବେଦନଶୀଳ ଘଟଣାରେ ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଛନ୍ତି । ଏଭଳି ସମ୍ବେଦନଶୀଳ ଘଟଣା ସମୟରେ ମୁଖ୍ୟମନ୍ତ୍ରୀ କୁଆଡେ ଯାଇଥିଲେ ? ଏପରିକି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କୈାଣସି ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରିନଥିଲେ । ମୂଖ୍ୟମନ୍ତ୍ରୀଙ୍କ ଏଭଳି ନୀରବତା ସାଧାରଣ ରାଜ୍ୟବାସୀଙ୍କ ମନ ଭିତରେ ବହୁ ପ୍ରଶ୍ନ ସୃଷ୍ଟି କରିଥିଲା । ଅନ୍ୟ ପଟେ ନିଜ ବ୍ୟକ୍ତିଗତ ସରକାରୀ ସଚିବଙ୍କ ରାଜନୈତିକ ପକ୍ଷପାତିତା କାର୍ଯ୍ୟକଳାପ ଯୋଗୁଁ ଅସନ୍ତୋଷ ପ୍ରକାଶ କରି ଜନ ପ୍ରତିବାଦକୁ ମୁଖ୍ୟମନ୍ତ୍ରୀ ଦୃଢ ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରିବା ତାଙ୍କର ସୁବିଧାବାଦୀ ଓ ବ୍ୟକ୍ତିବାଦୀ ରାଜନୀତିକୁ ପଦାରେ ପକାଇ ଦେଇଛି । ରାଜ୍ୟବାସୀ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ବ୍ୟକ୍ତିଗତ ରାଜନୈତିକ ସଚିବ ଆଇଏସ ଭି.କେ.ପାଣ୍ଡିଆନଙ୍କ ସଂପର୍କରେ ଭଲ ଭାବରେ ଅବଗତ ଅଛନ୍ତି । ଏପରିକି ଏହି କାରଣରୁ ଶାସକ ବିଜେଡିର ନେତୃବୃନ୍ଦ ଓ କାର୍ଯ୍ୟକର୍ତାଙ୍କ ମଧ୍ୟରେ ଥିବା ଫାଟ ସୃଷ୍ଟି ହୋଇସାରିଛି ।"  ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ବରିଷ୍ଠ ଆଇଏଏସ ଅଫିସର ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ଘରେ ଅନୁପ୍ରବେଶ ଓ ବର୍ବରୋଚିତ  ଆକ୍ରମଣ ସର୍ବପରି ଅମାନବୀୟ ଭାବେ ଜଣେ ମହିଳା ଓ ଦୁଇ ନିରୀହ ଶିଶୁଙ୍କୁ ଆତଙ୍କିତ କରିବା ଭଳି ଘଟଣା ଭିଆଇ ସାରିବା ପରେ ଭାରତୀୟ ଜନତା ପାର୍ଟି ମୁଖପାତ୍ର ଦିଲ୍ଲୀପି ମହାନ୍ତିଙ୍କ ପ୍ରତିକ୍ରିୟା | ମାନେ ଏହା ହେଉଛି ବିଜେପିର ସଫେଇ, ବିଜେପି କର୍ମୀମାନେ ସୃଷ୍ଟି କରିଥିବା ଆତଙ୍କ ରାଜର ଖୋଲାଖୋଲି ସମର୍ଥନ | ଏହା ସହିତ ବିଜେପି ଉପସଭାପତି ସମିଟ ମହାନ୍ତି ମଧ୍ୟ ପରୋକ୍ଷରେ ଉକ୍ତ ଆକ୍ରମଣକୁ ସମର୍ଥନ କରିଛନ୍ତି, କାରଣ ସେ ଏହାକୁ ନାପସନ୍ଦ କରି ନାହାନ୍ତି | କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସେହି ଧାରାରେ ନିଜ ଉତ୍ତର ରଖିଛନ୍ତି ! 

 ଏହାର ମାନେ  ଜାତୀୟ ସଭାପତି ଅମିତ ଶାହଙ୍କ ସ୍ଲୋଗାନକୁ କାର୍ଯ୍ୟକାରୀ କରିବାକୁ ଯାଉନି ତ ରାଜ୍ୟ ବିଜେପି !  କଳେ ବେଳେ କୌଶଳେ ରାଜ୍ୟରେ ହିଂସାର ମାହୋଲ ସୃଷ୍ଟି କରି କ୍ଷମତାଦଖଲ କରିବାର ସ୍ବପ୍ନ  ବୋଧ ହୁଏ ଦେଖୁନି ତା  ବିଜେପି !!!! ୧୨୦ ମିଶନ ସାକାର କରିବାକୁ ଜାତୀୟ ଦଳ  ବିଜେପିରଏହା  ନିହିତ ଉଦ୍ଦେଶ୍ୟ ନୁହେଁ ତ | କାରଣ ଯାହା କେବେ ଘଟିନଥିଲା ସେଭଳି ଅଘଟଣ ଘଟୁଛି ଏବେ କ୍ଷମତା ଲଢେଇରେ | ଯଦି ଏହି ଆଶଙ୍କାର ସାମାନ୍ୟ କିଛି ଆଧାର ବି ଥାଏ ତେବେ ବହୁତ କିଛି ଘଟିପାରେ ୨୦୧୯ ନିର୍ବାଚନ ପୂର୍ବରୁ | ଆମେ ମନେପକାଇଦେବୁ ଯେ ତ୍ରିପୁରାର ଅଗରତାଲାରେ ଜାନୁଆରୀ ୭, ୨୦୧୮ ରେ ଏକ  ସଭାରେ କହିଥିଲେ ଯେ,  जितना हिंसा का कीचड़ होगा, उतना अच्छा कमल खिलेगा | ମାନେ ଯେତେ ଅଧିକ ହିଂସାର ପଙ୍କ ହେବେ, ସେତେ ଭଲ ପଦ୍ମ ଫୁଟିବା | ମାନେ ପଦ୍ମ ଫୁଟିବା ପାଇଁ ହିଂସାର ପଙ୍କ ହେଉଛି ବିଜେପିର ମାଧ୍ୟମ !!! ମାନେ ଓଡିଶାକୁ ଟାର୍ଗେଟ କରିଥିବା ବିଜେପି ହିଂସାକୁ ମାଧ୍ୟମ କରିପାରେ ବୋଲି ଆଶା କରାଯାଉଛି | ଅମିତ ଶାହଙ୍କ ଘୋଷଣାକୁ ଓଡ଼ିଶାରେ ଆପାତତଃ କାର୍ଯ୍ୟକାରୀ କରିବାକୁ ଯାଉଛି ବିଜେପି ! ଆସନ୍ତା ନିର୍ବାଚନ ପୂର୍ବରୁ ଓଡ଼ିଶାରେ ଆତଙ୍କର ବାତାବରଣ ସୃଷ୍ଟି  ହିସା ଭିଆଣ କରି ନବୀନ ସରକାରକୁ  ଗାଦିଚ୍ୟୁତ କରିବା ସକାଶେ ରାଷ୍ଟ୍ରପତି ଶାସନ ଲାଗୁ କରିପାରେ ଧାରା ବୋଲି ଆଶଙ୍କା ସୃଷ୍ଟି ହୋଇଛି, ଯଦି ବିଜେପି ଏଭଳି ଆକ୍ରମକ ବା ହିଂସାତ୍ମକ ପ୍ରକ୍ରିୟା ଜାରି ରଖେ | ଆଉ ଏବେ ପାଣ୍ଡିଆନଙ୍କ ଘରେ ଆକ୍ରମଣ ଅମିତ ଶାହଙ୍କ ବାର୍ତ୍ତାର ପ୍ରତିଫଳନ ନୁହେଁ ତ  !!!!!!! 

ସ୍ଥାନୀୟ ୟୁନିଟ୍ ୬ ଠାରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟାନ ପାଣ୍ଡିଆନ୍ ଙ୍କ ବାସଭବନରେ ଧଶେଇ ପଶି ବିଜେପି ଦଳ କର୍ମୀ ମାନେ ଭଙ୍ଗାରୁଜା କରିଛନ୍ତି । କର୍ମୀ ମାନେ  ତାଙ୍କ ସରକାରୀ କ୍ୱାର୍ଟର ମଧ୍ୟକୁ ପଶି ଫୁଲକୁଣ୍ଡ ଓ ବାଇକ୍ ଭାଙ୍ଗିବା ସହ ଗୋବର ଫୋପାଡିଲେ |  ବିଜେପି ଯୁବମୋର୍ଚ୍ଚା କର୍ମୀମାନେ ଶ୍ରୀ ପାଣ୍ଡିଆନ ଓଡ଼ିଶା ଛାଡ଼ିବା ସ୍ଲୋଗାନ ଦେଇ ତାଙ୍କ ଘର ଆଡ଼କୁ ମାଡ଼ି ଯାଇଥିଲେ । ଶ୍ରୀ ପାଣ୍ଡିଆନଙ୍କ ସରକାରୀ ବାସଭବନର ଗେଟ୍ ଉପରକୁ ଗୋବର ମାଡ଼ କରିଥିଲେ । ଘରଭିତରେ ଯଦିଓ ପାଣ୍ଡିଆନ ନଥିଲେ ତଥାପି ସେଠାରେ ଉପସ୍ଥିତ ଥିବା ପାଣ୍ଡିଆନଙ୍କ  ଦୁଇ କୋମଳମତି ଶିଶୁ ଓ ତାଙ୍କ ଧର୍ମପତ୍ନୀ ସୁଜାତା ସାହୁ କାର୍ତିକେୟନଙ୍କୁ ଆତଙ୍କିତ କରିବାକୁ ପଛାଇଲେ ନାହିଁ | ପାଣ୍ଡିଆନଙ୍କ ଉପରେ ବିଜେପିର ବ୍ୟକ୍ତିଗତ ଆକ୍ରୋଶ ରହିପାରେ, କଂଗ୍ରେସ ମଧ୍ୟ ଦେଖିନି ଅଫିସର କହି ସମାଲୋଚନା କରି ଆସିଛି ! ରାଜନୀତିରେ ସମାଲୋଚନା ଆଲୋଚନା ନିନ୍ଦା କରାଯାଇପାରେ, ଆବଶ୍ୟକତା ବି ରହିଛି | ଅଫିସର ଯଦି ମୋନୋପଲି କରନ୍ତି ତେବେ ସେମାଙ୍କୁ ସମାଲୋଚନା ମଧ୍ୟ କରାଯାଇପାରେ | ସେମାନଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇପାରେ ! ସେମାନଙ୍କୁ ରାସ୍ତାରେ ଅଟକାଯାଇପାରେ | ହେଲେ ଜଣେ ଅଧିକାରୀର ପତ୍ନୀ କଣ କଲା?  ତା ଛୁଆ କଣ କଲେ ?? ତା ପରିବାର ଲୋକ କଣ ଆପରାଧ କରିଥିଲେ ଯେ ତା ଘରେ ପଶି ସେମାନଙ୍କୁ ଆତଙ୍କିତ କରାଯିବ ! ବୋଧ ହୁଏ ଭାରତ ଗଣତାନ୍ତ୍ରିକ ଇତିହାସରେ ଏହା ପ୍ରଥମ ଘଟଣା ଯେ ଜଣେ ଅଫିସରର କୌଣସି ଭୁଲ(ଯାହା ବିଜେପି କହୁଛି) ପାଇଁ ତା ଘରେ ପଶି ତା ପରିବାର ଲୋକଙ୍କୁ ଆକ୍ରମଣ କରିବା, ଆତଙ୍କିତ କରିବା ??? କୌଣସି ସଭ୍ୟ  ସମାଜରେ ଏଭଳି ବର୍ବର ତଥା ପଶୁଙ୍କ ଭଳି କାର୍ଯ୍ୟ ସମିଚୀନ ନୁହେଁ ! ସରକାରର ମୁଖ୍ୟ ହେଉଛନ୍ତି ମୁଖ୍ୟମନ୍ତ୍ରୀ | ଶାସନ ତାଙ୍କ ନାମରେ ଚାଲେ ? ବ୍ୟକ୍ତିଗତ ସଚିବ ତାଙ୍କର ଅଧସ୍ତନ | ମୁଖ୍ୟମନ୍ତ୍ରୀଙ୍କ ବିତ ଆଉ ନିର୍ଦ୍ଦେଶରେ ସେ କାମ କରିଥାନ୍ତି | ପ୍ରଧାନମନ୍ତ୍ରୀଙ୍କ ଦପ୍ତରରେ ଥିବା ପ୍ରମୁଖ ସଚିବ ପି କେ ମିଶ୍ର ପିଏମଓ ର ଅନ୍ୟତମ ପ୍ରମୁଖ ପ୍ରଭାବଶାଳୀ ଅଧିକାରୀ | ହେଲେ ଆମେ କଣ କହିବା ଦେଶବାସୀଙ୍କ ଅହିତ ହେଲାଭଳି ଯେତେକ ନିଷ୍ପତ୍ତି ନିଆଯାଉଛି ସେଥିପାଇଁ ଶ୍ରୀ ମିଶ୍ର ଦାୟୀ, ଚାଲ ତାଙ୍କ ଘରକୁ ଟେକ ମାରିବା ଆଉ ତାଙ୍କ ପରିବାର ଲୋକଙ୍କୁ ଘରେ ପଶି ଆତଙ୍କିତ କରିବା ???? 

ଜମାନୁଁହେ,,,,ଏହା କଦାଚିତ ହେବ ଉଚିତ ନୁହେଁ ! କଥାରେ  ଘଇତାର ଅଯୋଗ୍ୟ ପଣେ, ମାଈପ  ସୁଅଇ ସନ୍ତରା ବନେ | ପ୍ରଧାନମନ୍ତ୍ରୀ ଅବା ମୁଖ୍ୟମନ୍ତ୍ରୀ  ଅଯୋଗ୍ୟ ବା ଆପରଗ ହେଲେ ଯାଇ ତାଙ୍କ ଅଫିସର କ୍ଷମତା ଶାଳୀ ହୁଅନ୍ତି | ତେଣୁ କହନ୍ତି ଆଗାଡ଼ିଆ ରାଜାକୁ 

 ପାଳ ଚୂଣ୍ଟା ମନ୍ତ୍ରୀ |  ପାଣ୍ଡିଆନ କେମିତି ଓ କାହିଁକି କ୍ଷମତା ଶାଳୀ ହେଲେ ବା ତାଙ୍କ କଥାରେ କେମିତି ରାଜ୍ୟ ସରକାର ଓ ରାଜନୀତି ନିୟନ୍ତ୍ରଣ ହେଉଛି ତାହା ତାଙ୍କୁ ବିରୋଧ କରୁଥିବା ନେତା ଓ ଦଳ ଜାଣନ୍ତି | ହେଲେ ମନ୍ତ୍ରୀ ସେତେବେଳେ କ୍ଷମତାଶାଳୀ ହୁଅନ୍ତି, ଯେତେବେଳେ ରାଜା ଅମେରୁଦଣ୍ଡୀ ! ତେଣୁ ରାଜା ଯଦି ଅମେରୁଦଣ୍ଡୀ ତେବେ ଚାଲ ତାଙ୍କୁ ହଟାଇବା ଓ ଜଣେ ମେରୁଦଣ୍ଡ ଯୁକ୍ତ ବ୍ୟକ୍ତିଙ୍କୁ ରାଜା କରାଇବା | ରାଜା ବଦଳିଲେ ନୂଆଁରାଜା  କଥାରେ ତା ମନ୍ତ୍ରୀ ଚାଲିବ ହିଁ ଚାଲିବ, ଯଦି ରାଜାଙ୍କ କାଢ଼ ଥିବ !  ଯଦି ନଚାଲିବା ରାଜ୍ୟ ଛାଡି ଯିବ ନହେଲେ ନୂଆଁରାଜା ପୁରୁଣା ରାଗ ଶୁଝାଇବାକୁ ଯାଇ ତାଙ୍କୁ ଦଣ୍ଡିତ କରିବେ ! ତେଣୁ ସରକାରୀ ଚାକୀରିଆର ପରିବାର ଓ ଘର ଉପରେ ଆକ୍ରମଣ କରିବାର କଣ ଆବଶ୍ୟକତା ରହିଛି ? ବିଜେପିର କହିବା ଅନୁଯାୟୀ ଯଦି ରାଜ୍ୟବାସି ମୁଖ୍ୟମନ୍ତ୍ରୀ ଆଉ ତାଙ୍କ ବ୍ୟକ୍ତିଗତ ସଚିବଙ୍କ ବିଷୟରେ ରାଜ୍ୟବାସୀ ସବୁ ଜାଣିସାରିଲେଣି ଆଉ ବୁଝି ସାରିଲେଣି ତେବେ ଆଉ ୮ ମାସ କି ନ ମାସ ପରେ ତା ଲୋକେ ଆପେ ଆପେ ସେମାନଙ୍କୁ ଫିଙ୍ଗିଦେବେ, ତେଣୁ ଏତେ ଅଧର୍ଯ୍ୟ କାହିଁକି ଚୌକିରେ ବସିବା ପାଇଁ ! ନବୀନ ବାବୁ ତା ଯୁଦ୍ଧ କରି ରାଜ୍ୟ ଜିତି ନାହାନ୍ତି !!! ଲୋକଙ୍କ ମନକୁ ଜିଣି ୧୮ବର୍ଷ ହେବ ଶାସନ କରୁଛନ୍ତି, ଯଦି ନବୀନ ବାବୁଙ୍କୁ ଲୋକଙ୍କ ଭିତରେ ଦମ ଲଗାଇ ନିନ୍ଦିତ କରିପାରିବେ ବା ତାଙ୍କର ଭାବମୂର୍ତ୍ତିକୁ କଳଙ୍କିତ କରିପାରିବେ, ତେବେ ଭୋଟର ଜନସାଧାରଣ ତାଙ୍କ ଉପରୁ ଭରସା ତୁଟାଇ ନୂଆ ଦଳ ବାଛିବେ | ତେଣୁ କୁଜି ବିରାଡ଼ିର କାଣି ଅସରପା ଉପରେ ରାଗ ସୁଝାଇବା  ଭଳି  ଏ ଆଜ୍ଞାବହ କର୍ମଚାରୀଙ୍କୁ ଆକ୍ରମଣ କରିବା କାହିଁକି ? ତାଙ୍କ ନିରୀହ ଶିଶୁ ଓ ପତ୍ନୀଙ୍କୁ ଆତଙ୍କିତ କରିବା କାହିଁକି ?  ତେଣୁ କହିବାକୁ ଗଲେ ଗଣତନ୍ତ୍ରରେ ଗୁଣ୍ଡାଗିରି କରି  ନୁହେଁ, କାହାଘରକୁ ଧଶେଇପସି ନୁହେଁ, ବା କାହା ଘରକୁ ଗୋବର ଫିଙ୍ଗି ନୁହେଁ, ବରଂ ସେମାନଙ୍କ ଦୁର୍ନୀତି, ଅନୀତିକୁ ପଦାରେ ପକାଇ, ସେମାନଙ୍କ ମୁହଁରେ କଳଙ୍କ କଳା ବୋଲି  ହୃଦୟ ଜିଣି ଭୋଟ ପାଇ ଶାସନକୁ ଆସିବାକୁ ଚେଷ୍ଟା କରିବା !!!    

ସେଦିନ କଣ ଘଟିଥିଲା ?

ସ୍ଥାନୀୟ ୟୁନିଟ୍ ୬ ଠାରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟାନ ପାଣ୍ଡିଆନ୍ ଙ୍କ ବାସଭବନରେ ଧଶେଇ ପଶି ବିଜେପି ଦଳ କର୍ମୀ ମାନେ ଭଙ୍ଗାରୁଜା କରିଛନ୍ତି । କର୍ମୀ ମାନେ  ତାଙ୍କ ସରକାରୀ କ୍ୱାର୍ଟର ମଧ୍ୟକୁ ପଶି ଫୁଲକୁଣ୍ଡ ଓ ବାଇକ୍ ଭାଙ୍ଗିବା ସହ ଗୋବର ଫୋପାଡିଲେ |  ବିଜେପି ଯୁବମୋର୍ଚ୍ଚା କର୍ମୀମାନେ ଶ୍ରୀ ପାଣ୍ଡିଆନ ଓଡ଼ିଶା ଛାଡ଼ିବା ସ୍ଲୋଗାନ ଦେଇ ତାଙ୍କ ଘର ଆଡ଼କୁ ମାଡ଼ି ଯାଇଥିଲେ । ଶ୍ରୀ ପାଣ୍ଡିଆନଙ୍କ ସରକାରୀ ବାସଭବନର ଗେଟ୍ ଉପରକୁ ଗୋବର ମାଡ଼ କରିଥିଲେ । ଘରଭିତରେ ଯଦିଓ ପାଣ୍ଡିଆନ ନଥିଲେ ତଥାପି ସେଠାରେ ଉପସ୍ଥିତ ଥିବା ପାଣ୍ଡିଆନଙ୍କ  ଦୁଇ କୋମଳମତି ଶିଶୁ ଓ ତାଙ୍କ ଧର୍ମପତ୍ନୀ ସୁଜାତା ସାହୁ କାର୍ତିକେୟନଙ୍କୁ ଆତଙ୍କିତ କରିବାକୁ ପଛାଇଲେ ନାହିଁ | ଖବର ପାଇ ପୁଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଂଚି ସେମାନଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ କରିଥିଲା । ଏହି ଘଟଣା ଘଟୁଥିବା ବେଳେ ପାଣ୍ଡିଆନ୍ ଘରେ ନଥିଲେ।  ପାଣ୍ଡିଆନ୍ ଙ୍କ ବାସଭବନରେ ଧଶେଇ ପଶି ବିଜେପି ଦଳ କର୍ମୀ ମାନେ ଭଙ୍ଗାରୁଜା କରିବା ଘଟଣାରେ ୪ ଜଣଙ୍କୁ ଆଇପିସିର ଦଫା ୩୦୭, ୩୪, ୧୪୭, ୪୫୨, ୫୦୬, ୩୨୩, ୨୯୪ରେ ଗିରଫ କରାଯାଇଛି ବୋଲି କମିଶନରେଟ୍ ପୋଲିସ୍ ପକ୍ଷରୁ କୁହାଯାଇଛି  । ଗିରଫ ହୋଇଥିବା ଯୁବକମାନେ ହେଲେ  ବିଶ୍ୱ ରଂଜନ ବଡଜେନା , ରଶ୍ମୀରଂଜନ ମୁଦୁଲି , ଯୁଗଜ୍ୟୋତି ସ୍ୱାଇଁ ଓ ବିଭୂତି ଭୂଷଣ ପୃଷ୍ଟି । 

 ଏହି ଘଟଣାକୁ  ରାଜନୈତିକ ଦଳ ଏବଂ କର୍ମ·ରୀ ସଂଗଠନ ମାନେ ନିନ୍ଦା କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତି ମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରିବା ପାଇଁ ଦାବି କରିଥିଲେ । 

 ଏହା ଅତ୍ୟନ୍ତ ଲଜ୍ଜ୍ୟାଦାୟକ ଓ ଦୁଃଖଦ ଘଟଣା  । ଏକ ଜାତୀୟ ଦଳର କିଛି କର୍ମୀଙ୍କ ଏଭଳି ଆଚରଣ ଶୋଭନୀୟ ନୁହେଁ  : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

 ବିଜେପିର ଏହି କାର୍ଯ୍ୟ ଘୃଣ୍ୟ  । ଦାଦାଗିରି କରି ଓଡିଶାରେ କ୍ଷମତାକୁ ଆସିବା ପାଇଁ ସେମାନେ ଚାହାନ୍ତି  | :  ବିରୋଧୀ ଦଳ ନେତା ନରସିଂହ ମିଶ୍ର 

 କଂଗ୍ରେସ ଭଙ୍ଗାରୁଜାରେ ବିଶ୍ୱାସ କରେନାହିଁ  । ଯାହା ଘଟିଛି  ତାହା ଠିକ୍ ହୋଇନାହିଁ  । ଏହା ଅତ୍ୟନ୍ତ ନିନ୍ଦନୀୟ : ପୂର୍ବତନ ପିସିସି ସଭାପତି ଜୟଦେବ ଜେନା 

 ଏହି କାର୍ଯ୍ୟକୁ ନିନ୍ଦା କରିବା ସହ ବିଜେପିକୁ ସମାଲୋଚନା କରିଥିଲେ ବରିଷ୍ଠ  କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି  ନିରଂଜନ ପଟ୍ଟନାୟକ

ଅଣଓଡିଆ ସୁପର ଚିଫ୍ ମିନିଷ୍ଟର ପାଣ୍ଡିଆନ୍ ଓଡିଶାକୁ ନଷ୍ଟ ଭ୍ରଷ୍ଟ କରିଦେଲେନି  । ଓଡିଶାକୁ ଯିଏ ଏପରି କରିଛି ତା ଘର ଅଳିଆ କରାଯିବ । ସେ ସୁଧୁରିବା ପାଇଁ ଏହି ପ୍ରତିବାଦ ହୋଇଛି । ସେ ନସୁଧୁରିଲେ ଆଗକୁ ପ୍ରତିବାଦ ଯୋରଦାର ହେବ । ସରକାରୀ କର୍ମ·ରୀ ହୋଇ ଏକ ନିର୍ଦ୍ଧିଷ୍ଟ ଦଳ ପାଇଁ କାମ କରୁଥିବାରୁ ଆମେ ଏହି ପ୍ରତିବାଦ କରିଥିଲୁ:  ବିଜେପି ଉପସଭାପତି ସମୀର ମହାନ୍ତି 

ମୁଖ୍ୟମନ୍ତ୍ରୀଙ୍କ ପାଣ୍ଡିଆନ ଶନିବାର ତାଙ୍କ ସରକାରୀ ବାସଭବନରେ ନଥିଲାବେଳେ କେତେକ ବିଜେପି କର୍ମକର୍ତ୍ତା   ଓ ଗୁଣ୍ଡା ଯେପରି ଜୋର ଜବରଦସ୍ତ ଘର ଭିତରେ ପଶି ଭଙ୍ଗାରୁଜା କରିଛନ୍ତି  । ତାହା ନିନ୍ଦନୀୟ | ଆଇନ ଶୃଙ୍ଖଳା ପରିସ୍ଥିତି ଦେଖାଇ  ବିଜେପି ଯେ କୌଣସିମତେ ବିଜେପୁର ଉପ-ନିର୍ବାଚନକୁ ବାତିଲ କରିବା ପାଇଁ ଉଦ୍ୟମ କରୁଥିବାର ପ୍ରମାଣ ଏଥିରୁ ମିଳିଥାଏ । ନିର୍ବାଚନ ବାତିଲ ହୋଇପାରିଲେ ଆସତ୍ତ ପରାଜୟ ଗ୍ଲାନିରୁ ବିଜେପି ନିଜକୁ ରକ୍ଷା କରିପାରିବ : ବିଜେଡ଼ି ମୁଖପାତ୍ର ତଥା ସାଂସଦ ପ୍ରତାପ କେଶରୀ ଦେବ  

 ଶ୍ରୀ ପାଣ୍ଡିଆନଙ୍କୁ ବ୍ୟକ୍ତିଗତ ଆକ୍ରମଣ କରିବା ଠିକ୍ ହୋଇନାହିଁ  । ଆଇଏଏସ୍ ମାନେ କେନ୍ଦ୍ର ସରକାରଙ୍କ କର୍ମ·ରୀ  । ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ଜରୁରୀ  :  ବିଶାଲ ଦେବ, ଆଇଏଏସ୍ ଆସୋସିଏସନ୍ 

  ଏଭଳି ଘଟଣା ରାଜ୍ୟରେ କେବେ ଘଟିନଥିଲା  । ଏହା ବିରୋଧରେ ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ  ନେବା ପାଇଁ ସଂଘ ଦାବି କରିଛି  । :  ଓଏଏସ୍ ସଂଘର ସଭାପତି ସରୋଜ ସାମଲ 

 ଏ ଘଟଣାକୁ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ କରୁଛୁ  । ଆକ୍ରମଣକାରୀଙ୍କ ଏଭଳି karjya ଅଧିକାରୀ ଓ କର୍ରୀଚାରିଙ୍କ ନୈତିକ ମନୋବଳ ହ୍ରାସ ପାଇଛି  :  ଓଡିଶା ଅର୍ଥସେବା ଅଧିକାରୀ ସଂଘ ସଭାପତି ନିହାର ରଞ୍ଜନ ସ୍ୱାଇଁ ଓ ସମ୍ପାଦକ ପିୟୁଷକାନ୍ତ ପାଣି 

 ପାଣ୍ଡିଆନଙ୍କ ଘର ଉପରେ ହୋଇଥିବା ଆକ୍ରମଣ ନିନ୍ଦନୀୟ  । ରାଜନୈତିକ ଦଳର ନେତାମାନେ ସରକାରୀ ପଦାଧିକାରୀ ଓ କର୍ମଚାରୀଙ୍କ ପ୍ରତିବଦ୍ଧ କର୍ତ୍ତବ୍ୟ ପାଳନରେ ହସ୍ତକ୍ଷେପ ଓ ଅନୈତିକ ଅନୁପ୍ରବେଶ ଭଳି ମାନସିକତାରୁ ବିରତ ରହିବା ଉଚିତ :  ଓଡିଶା ସୂଚନା ସେବା ସଂଘର ସଭାପତି ସୂଯର୍ୟ ମିଶ୍ର ଓ ସମ୍ପାଦକ ଭବାନୀ ଭୂୟାଁ

 ଏହି ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ  ନିଆ ନଗଲେ କଲମ ଛାଡ୍ ଆନେ୍ଦାଳନ ହେବ : ସରକାରୀ କର୍ମ·ରୀ ସଂଗ୍ରାମ ସମିତି ଏବଂ ଅମଲା ସଂଘ 

 ଏହି ଆକ୍ରମଣ ଘଟଣାରେ ସମ୍ପୃକ୍ତ ବିଜେପି କର୍ମୀମାନଙ୍କୁୁ ଜାତୀୟ ନିରାପ । ଆଇନ୍ (ଏନ୍.ଏସ୍.ଏ.)ରେ ଗିରଫ କରାଯାଉ  । ଏହି ଘଟଣାରେ ଯଦି ଅପରାଧିମାନଙ୍କୁ ଚିହ୍ନଟ କରି ତୁରନ୍ତ କଡା କାର୍ଯ୍ୟାନୁଷ୍ଠାନ  କରାନଯାଏ ତେବେ ତାହା ଭବିଷ୍ୟତରେ ଆଇନ୍ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିପାରେ । ଏହି ଘଟଣାରେ ଅପରାଧିମାନଙ୍କ ବିରୁଦ୍ଧରେ ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ : ସମାଜବାଦୀ ପରଟି ସଭାପତି ରାବି ବେହେରା

, ବି.ଜେ.ପି.ର ଏହି ଲଙ୍କାକାଣ୍ଡ ଗଣତନ୍ତ୍ରର ପରିପନ୍ଥୀ  । ଏହି ଦଳ ଦିନକୁ ଦିନ ନିଜର ଫାଶିବାଦୀ କାଇଦାରେ ଆକ୍ରମଣ କରୁଛି । ଗଣତନ୍ତ୍ରରେ  ଯେ କୌଣସି ପ୍ରସଙ୍ଗରେ ପ୍ରତିବାଦ କରିବାର ଅଧିକାର ସମସ୍ତଙ୍କର ରହିଛି, ମାତ୍ର ଏହି ପ୍ରତିବାଦ ସାମ୍ବିଧାନିକ ବିଧି ବ୍ୟବସ୍ଥା ଭିତିରେ ହେବା ଉଚିତ୍ । ଜଣେ ସରକାରୀ  ଅଫିସରଙ୍କ ବ୍ୟକ୍ତିଗତ ଘରକୁ ଯାଇ ଆକ୍ରମଣ କରିବା ଓ ଉପସ୍ଥିତ ପୋଲିସ୍ ଅଫିସରମାନଙ୍କୁ ଦୁବର୍ୟବବହାର କରିବା ଘୋର ନିନ୍ଦନୀୟ ଘଟଣା । ଏହା ଔଷଧ ବିକଳରେ ତାଟିଆ କାମୁଡିବା ସହ ସମାନ : ସି.ପି.ଆଇ.(ଏମ୍) ରାଜ୍ୟ  ସମ୍ପାଦକ ଅଳି କିଶୋର ପଟ୍ଟନାୟକ 

 ବିଜେପି ଗୁଣ୍ଡାମାନଙ୍କ ଆକ୍ରମଣ ଓ ଭଙ୍ଗାରୁଜା ଘଟଣା ଅତ୍ୟନ୍ତ ନିନ୍ଦନୀୟ । ବିଜେପି ଦଳ ହତାଶା କାରଣରୁ ଏଭଳି କୁତ୍ସିତ କାଣ୍ଡ ଭିଆଉଛି :  ଅଲ୍ ଇଣ୍ଡିଆ ଫରୱାଡର଼୍ ବ୍ଲକ୍ର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର  ।

0
0
0
s2sdefault