ହେଡଲାଇନସ୍:

ଦେଖିବ ଆସରେ ଦେଖିବା ଆସ କିଏସେ କେଉଁଠି ଅଛ,  ମାନବ ଏଇଠି ସାଜୁଛି ଦାନବ ମଣିଷ ଜୀବନ  ତୁଚ୍ଛ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଘର ବନ୍ଦ କରି ନିଆଁ ଲଗାଇଦେଲେ ଦୁବୃର୍ତ୍ତ

ପିପିଲି/ କୁମାର ଅଭିଶେଖ :  ମଣିଷ ଏତେ ବର୍ବର ସାଜିପାରେ...ଅମଣିଷପଣିଆର ଏକ କୁତ୍ସିତ ରୂପ ଦେଖିବାକୁ ମିଳିଛି ପିପିଲି ଦାନ ଗୋହିରିରେ  । ବାହାରୁ କବାଟ ବନ୍ଦ କରି ପୁରା ପରିବାରକୁ ମାରିଦେବାକୁ ଉଦ୍ୟମ । ଦାନଗୋହିର ମସଜିଦ ସାମ୍ନାରେ ଥିବା ଏକ ଆଜବେଷ୍ଟସ ଘରେ ଶନିବାର ବିଳମ୍ବିତ ରାତିରେ ମହମ୍ମଦ ଅବୁଲ, ତାଙ୍କ ପତ୍ନୀ ରହିମା ବିବି ଓ ୧୨ବର୍ଷର ଝିଅ ନାଜୋ ବେଗମ ଶୋଇଥିବା ବେଳେ କେହି ଦୁବୃର୍ତ ବାହାର ପଟୁ କବାଟ ଦେଇ ଘରେ ନିଆଁ ଲଗାଇ ଦେଇଥିବା ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ପୁଲିସ ଘଟଣା ସ୍ଥଳରେ ପହଂଚି ପୋଡିଯାଇଥିବା ତିନିଜଣଙ୍କୁ ତୁରନ୍ତ ପିପିଲି ମେଡିକାଲକୁ ନେଇଥିବା ବେଳେ ପରେ ସେମାନଙ୍କୁ କ୍ୟାପିଟାଲ ହସପିଟାଲ ସେଠାରେ ସଂଙ୍କଟାପନ୍ନ ହେବାରୁ କଟକ ଏସସିବି ମେଡିକାଲକୁ ନିଆଯାଇଥିଲା । ତେବେ ଶେଷ ଖବର ସୁଦ୍ଧା ସେଠାରେ ବାପ ଝିଅଙ୍କ ମୃତୁ୍ୟ ହେବା ସହ ମା ମୃତୁ୍ୟ ସହ ସଂଗ୍ରାମ କରୁଛନ୍ତି । ତେବେ ବଡଭାଇର ଶଶ୍ୱର ଏଭଳି ଘଟଣା ଘଟାଇଥିବା ସନେ୍ଦହ କରିଛନ୍ତି ମୃତ ଅବୁଲଙ୍କ ପୁଅ । 

  ସେପଟେ ଘଟଣା ସ୍ଥଳରେ ପୁରୀ ଅତିରିକ୍ତ ଏସପି ଜଗନ୍ନାଥ ପ୍ରଧାନ, ଉପଜିଲ୍ଲାପାଳ ମଧୁସୂଦନ ଦାସ, ପିପିଲି ତହସିଲଦାର ଶ୍ରୀଧର ବିଶ୍ୱାଳ , ପିପିଲି ଏସଡିପିଓ ଦିଲିପ ତ୍ରିପାଠୀ , ଥାନା ଆଇଆଇସି ଶରତ ଚନ୍ଦ୍ର ସାହୁ ପ୍ରମୁଖ ପହଂଚି ତଦନ୍ତ କରିଛନ୍ତି । ତଦନ୍ତ ଚାଲିଛି ଓ ଖୁବଶୀଘ୍ର ସତ ସାମ୍ନାକୁ ଅସିବ ବୋଲି କହିଛନ୍ତି ଅତିରିକ୍ତ ଏସପି । ସେହିଭଳି ଘଟଣାସ୍ଥଳରେ ରାଜ୍ୟ ପଂଚାୟତିରାଜ ଓ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ପହଂଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ସରକାରୀ ସ୍ତରରେ କ୍ଷତିପୁରଣ ଦିଆଯିବାକୁ ଅନୁଧ୍ୟାନ କରାଯାଉଥିବା କହିଛନ୍ତି । ସେହିଭଳି ଘଟଣାସ୍ଥଳରେ ବିଜେପି ଯୁବନେତା ଅଶ୍ରିତ ପଟ୍ଟନାୟକ,ପୁରୀ ଜିଲ୍ଲା ଉପସଭାପତି ଜନ୍ମେଜୟ ଜେନା,ଏବଂ ଆଇନଜୀବି ନିଶିକାନ୍ତ ମିଶ୍ର ପହଂଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇ ଥିଲେ ।

  ଅନ୍ୟପଟେ ୨୪ ଘଂଟା ଭିତରେ ଅଭିଯୁକ୍ତର ଗିରଫ ଦାବୀ କରିଛନ୍ତି ସ୍ଥାନୀୟ ଲୋକେ । ନଚେତ ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବୀରେ ରାସ୍ତାକୁ ଓହ୍ଲାଇବେ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି । ଏସବୁ ଭିତରେ ସାଂଇଟିଫିକ ଟିମ ତନତନ କରି ଯାଂଚ କରିଥିବା ବେଳେ ପୋଡା ଘରୁ କିଛି ସାମଗ୍ରୀ ଜବତ କରିଛି । ନିଆଁରେ ଘର ଭିତରେ ଥିବା ସବୁ କିଛି ପୋଡି ଯାଇଥିବା ସହ ଘର ବାହାରେ ଥିବା ଗୋଟିଏ ଲୁନା ଓ ସାଇକେଲ ବି ଜଳି ଯାଇଛି । ତେବେ ଏହା ସାଧାରଣ ଅଗ୍ନିକାଣ୍ଡ ନା ଗୃହଦାହ , ଏ ପ୍ରଶ୍ନର ଉତ୍ତର  ପାଇଁ ଚାହିଁ ରହିଛନ୍ତି ସଭିଏଁ ।

0
0
0
s2sdefault