ହେଡଲାଇନସ୍:

ଦୀପାବଳିର ପୂର୍ବ ସନ୍ଧ୍ୟାରେ ରାଜୁ ଭାଇ ଦେଲେ ଫଟକା ମିଠା ଓ ବହି ଖାତା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ା:- ନୂଆପଡା ଜିଲ୍ଲା ଯୋଜନା କମିଟି ର ଅଧ୍ୟକ୍ଷ , ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ନୂଆପଡା ନିର୍ବାଚନ ମଣ୍ଡଳୀର  ବିଧାୟକ ଶ୍ରୀ ରାଜେନ୍ଦ୍ର ଢୋଲକିଆ (ରାଜୁ ଭାଇ) ଗତ କାଲି ଦୀପାବଳି ର ପୂର୍ବ ସନ୍ଧ୍ୟାରେ ଖରିଆର ରୋଡ଼ ସ୍ଥିତ ଅନ୍ୱେସା ଛାତ୍ରାବାସ ତଥା ଗୋପବନ୍ଧୁ ହାଇସ୍କୁଲର ବାଳିକା ଛାତ୍ରାବାସକୁ ଯାଇ ସେଠାରେ ଉପସ୍ଥିତ ଥିବା ସମସ୍ତ ଅନ୍ତେବାସୀମାନଙ୍କୁ ଦୀପାବଳି ର ଶୁଭକାମନା ପ୍ରଦାନ କରିବା ସହିତ ଅନ୍ତେବାସୀ ମାନଙ୍କୁ ମିଠା, ବହି ଖାତା ଓ ଫଟକା ବିତରଣ କରିଥିଲେ । ଛାତ୍ରାବାସର ଅନ୍ତେବାସୀ ମାନେ ଦୀପାବଳି ଅବସରରେ ବିଧାୟକଙ୍କର ଠାରୁ ଦୀପାବଳିରେ ଉପହାର ପାଇ ଅତ୍ୟନ୍ତ ଆନନ୍ଦିତ ହେଇଥିଲେ । ଶ୍ରୀ ଢୋଲକିଆଙ୍କ  ବିଶିଷ୍ଟ ସମାଜ ସେବୀ ଭାବରେ ଅଂଚଳରେ ବେଶ ଖ୍ୟାତି ରହିଛି । ବିଭିନ୍ନ ସମୟରେ ସେ ଅନେକ ସେବାମୂଳକ କାମରେ ସେ ନିଜକୁ ନିୟୋଜିତ କରିଥାନ୍ତି |  ଗତକାଲି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀ ଢୋଲକିଆଙ୍କ ସହ ବିଜେଡି ର ଯୁବ ନେତା ଶ୍ରୀ ହରିଶ୍ଚନ୍ଦ୍ର ପଣ୍ଡା ( ଟିଟୁ) ତାଙ୍କ ସହିତ ଉପସ୍ଥିତ ଥିଲେ ।

0
0
0
s2sdefault