ହେଡଲାଇନସ୍:

"ସ୍ମିତାରାଣି ହତ୍ୟା ପ୍ରସଙ୍ଗରେ ମିଛ କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା "

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମହିଳା କମିଶନ ଅଧ୍ୟକ୍ଷା ତୁରନ୍ତ ଇସ୍ତଫା ଦିଅନ୍ତୁ: ବିଜେପି ମହିଳା ମୋର୍ଚ୍ଚା 

ଆସନ୍ତା ୨୮ ତାରିଖରେ ମହିଳା କମିଶନ କାର୍ଯ୍ୟାଳୟ ଘେରାଉ କରିବା ବିଜେପି ମହିଳା ମୋର୍ଚ୍ଚା 

ଭୁବନେଶ୍ୱର(ଶାସକ ପ୍ରଶାସକ)  : ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦ ଏକ ସାମ୍ବିଧାନିକ ପଦ । ଏହା ବିଜୁ ଜନତା ଦଳର ଏକ ରାଜନୈତିକ ପଦବି ନୁହେଁ । ଯାଜପୁରରେ ସ୍ମିତାରାଣି ବିଶ୍ୱାଳଙ୍କୁ ଯେଉଁଭଳି ଭାବରେ ବଳାକ୍ରାର ରେ ହତ୍ୟା କରାଗଲା ସେତେବେଳେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ପ୍ରଥମେ ଚୁ ରହିଲେ । ଯେତେବେଳେ ଗଣମାଧ୍ୟମ ଓ ବିରୋଧୀଦଳ ମହିଳା କମିଶନର ନିରବତାକୁ ନେଇ ପ୍ରଶ୍ନ ଉଠାଇଲେ ସେତେବେଳେ ମହିଳା କମିଶନ କହିଲେ ସେ ନିରପେକ୍ଷ ତଦନ୍ତ ସାରିଛନ୍ତି । ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ଦେବେ । ଗତ ୧୯ ତାରିଖରେ ସେ ଯାଜପୁର ଯାଇ ତଦନ୍ତ କରିଛନ୍ତି ବୋଲି କହୁଛନ୍ତି ଯାହା ସମ୍ପୃର୍ଣ୍ଣ ମିଛ । ଯଦି ସେ ତଦନ୍ତ କରିବା ପାଇଁ ଯାଇଥିଲେ ତାହେଲେ ତଦନ୍ତବେଳେ କାହାକୁ ଭେଟିଲେ । ମୃତା ସ୍ମୀତାରାଣିଙ୍କର ପରିବାରକୁ ଭେଟିଥିଲେ କି ? ଯେତେବେଳେ ମୃତା ସ୍ମୀତାରାଣିଙ୍କର ସ୍ମାମୀ ଆସି ଭୂବନେଶ୍ୱରରେ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଭେଟିଲେ ସେତେବେଳେ ମହିଳା କମିଶନ ଅଧ୍ୟକ୍ଷାତାଙ୍କୁ ଚିହ୍ନି ନଥିବା କଥା କହିଲେ । ତାହେଲେ ସେ କେମିତି ତଦନ୍ତ ସାରିଲେ ? 

ଏପରିକି ମହିଳା କମିଶନ ଅଧ୍ୟକ୍ଷା ସ୍ମୀତାରାଣିଙ୍କର ଗାଁକୁ ବି ଯାଇନାହାନ୍ତି ବୋଲି ସେ ଗାଁ ଲୋକ କହୁଛନ୍ତି । ଯେଉଁ ମହିଳାଙ୍କ ମୃତ୍ୟୁ  ହୋଇଛି ତାଙ୍କ ସ୍ୱାମୀଙ୍କର ବିନା ବୟାନରେ, ତାଙ୍କ ସହିତ କଥା ନହୋଇ କି ପ୍ରକାର ତଦନ୍ତ କରିଲେ ? ସ୍ମୀତାରାଣୀଙ୍କର ସହଯୋଗୀ କର୍ମଚାରିମାନଙ୍କ ସହିତ ବି କଥା ହୋଇନାହାନ୍ତି ବୋଲି ସେ ବ୍ଲକର କର୍ମଚାରିମାନେକହୁଛନ୍ତି । ସ୍ଥାନୀୟ ଧର୍ମଶାଳା ପୋଲିସ ପାଖରେ ବି ଖବର ନାହିଁ କି ମହିଳା କମିଶନ ଅଧ୍ୟକ୍ଷା କେବେ ଆସିଥିଲେ । 

ସ୍ଥାନୀୟ ଗଣମାଧ୍ୟମ ପାଖରେ ବି ଖବର ନାହିଁ କି ମହିଳା କମିଶନ ଅଧ୍ୟକ୍ଷା କେବେ ଆସିଥିଲେ । ବଂର ମହିଳା କମିଶନର ଅଧ୍ୟକ୍ଷା ଆସାମୀ ଋୁପେଶ ଭଦ୍ରଙ୍କ ପରିବାରକୁ ଭେଟିଲେ ବୋଲି ଗଣମାଧ୍ୟମରେ କହିଲେ । ବଡ ଆଶ୍ଚର୍ଯ୍ୟର କଥା ଆସାମୀ ପରିବାର ସହିତ କଥା ହେଲେ ମହିଳା କମିଶନ ଅଧ୍ୟକ୍ଷା କିନ୍ତୁ ପିଡିତା ପରିବାରକୁ ଭେଟିଲେ ନାହିଁ । ଏପରି ମିଛେଇ ମହିଳା କମିଶନ ଅଧ୍ୟକ୍ଷା ଓଡିଶାର ମହିଳାମାନଙ୍କୁ ନ୍ୟାୟ ଦେଇପାରିବେ ନାହିଁ । ସେ ତୁରନ୍ତ ଇସ୍ତଫା ଦିଅନ୍ତୁ ନହେଲେ ଆସନ୍ତା ୨୮ ତାରିଖରେ ବିଜେପି ମହିଳା ମୋର୍ଚ୍ଚା ମହିଳା କମିଶନ କାର୍ଯ୍ୟାଳୟ ଘେରାଉ କରିବ ବୋଲି ଏକ ସାମ୍ବାଦିକ ସମ୍ମିଳନିରେ କହିଛନ୍ତି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡା । 

ଶ୍ରୀମତି ପରିଡା କହିଛନ୍ତି ଯେ ମହିଳା କମିଶନ ଅଧ୍ୟକ୍ଷା କାହାକୁ ଭେଟି ତଦନ୍ତ ସାରିଲେ । ଅପରାଧୀ ରୁପେଶ ଭଦ୍ର, ଜଣେ ମହିଳାଙ୍କ ଚରିତ୍ର ହନନ କରିଥିବା ପୋଲିସ ଏସପିଙ୍କ ସହିତ କଥା ହୋଇ ମହିଳା କମିଶନ ଏହାକୁ ନିରପେକ୍ଷ ତଦନ୍ତ ବୋଲି କହୁଛନ୍ତି କି ? ମହିଳା କମିଶନର ଅଧ୍ୟକ୍ଷା ମିଥ୍ୟା କହୁଛନ୍ତି । ସେ ଯଦି ଯାଇଛନ୍ତି ତାହାର ପ୍ରମାଣ ଦିଅନ୍ତୁ | ଯଦି ନଦେଇପାରିବେ ସେ ମିଛ କହୁଥିବା କଥା ପ୍ରମାଣିତ ହେବ ଓ ଓଡିଶା ମା ଭଉଣୀମାନଙ୍କୁ ମିଛ କହିଥିବା କାରଣରୁ କ୍ଷମା ମାଗନ୍ତୁ । ମହିଳା କମିଶନର ଅଧ୍ୟକ୍ଷା ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀମତୀ ପରିଡା ଦାବୀ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ ପିଙ୍କି ପ୍ରଧାନ, କାନନବାଳା ପଟ୍ଟନାୟକ, ନିୟତି ଗିରି ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault