ହେଡଲାଇନସ୍:

ଭାବ ଆବେଗ ମିଳନ ବିଚ୍ଛେଦ ପ୍ରେମ ବିରହର ମଧୁର ସମନ୍ୱୟରେ କବି ଗୀତାଶ୍ରୀଙ୍କ "ଶ୍ୟାମଳ ଶୂନ୍ୟତା" 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ): କବି ଡ଼ ଗୀତାଶ୍ରୀ ପ୍ରିୟମ୍ବଦଙ୍କ କବିତା ସଂକଳନ" ଶ୍ୟାମଳ ଶୂନ୍ୟତା''ଲେଖାଲେଖି ପ୍ରକାଶନି ତରଫରୁ ଆର୍ଯ୍ୟ  ପାଲେସ ରେ  କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କବି ଡ଼ ଫନି ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସରସସ୍ଵତ କାର୍ଯ୍ୟକ୍ରମରେ ଉନ୍ମୋଚିତ ହୋଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ପ୍ରଫେସର ଆଦିକନ୍ଦ ସାହୁ , ସମ୍ମାନିତ ଅତିଥି ଭାବରେ କବି ପ୍ରଫେସର ବାଉରିବନ୍ଧୁ କର,କବି ଧନଞ୍ଜୟ ସ୍ୱାଇଁ   ଯୋଗ ଦେଇ ଗୀତାଶ୍ରୀଙ୍କ କବିତା ସମ୍ପର୍କରେ ଆଲୋଚନା କରିଥିଲେ । କବି ପ୍ରଶାନ୍ତ ମହାନ୍ତି କବିତା ସମୀକ୍ଷା କରିଥିବା ବେଳେ କବି ତଥା ନୂଆପଡା ଜିଲ୍ଲା ଓଡ଼ିଆ ସାହିତ୍ୟ ଏକାଡେ଼ମୀ ସଦସ୍ୟ ଡ଼ ସୁଶାନ୍ତ ବିଶି , ଭିଜା ମାଟିର ସମ୍ପାଦିକା ଚିନ୍ମୟୀ ଷଡଙ୍ଗୀ , ସମାଜପ୍ରାକ୍ତନ ବରିଷ୍ଠ ପ୍ରତିନିଧି କବି ମୁରଲୀ ସାମଲ , କବି ବିଭୁ ଚଳାନ କବି ପ୍ରିୟମ୍ବଦାଙ୍କ କବିତା ଆବୃତ୍ତି କରିଥିଲେ ।ଉକ୍ତ ସଭାରେ ଡ଼ ଚିତ୍ତ ରଂଚନ ଭୋଇ ,କବି ବିପିନ ନାୟକ ,ନୂଆପଡାର ବରିଷ୍ଠ  ସାମ୍ବାଦିକ କବି ମାୟାଧର ସରାଫ ,କବି ତଥା ପ୍ରାଚୀଧାର ସଂପାଦକ ଭଗବାନ ସାହୁ ,ସାମ୍ବାଦିକ ଅଭିମନ୍ୟୁ ନାୟକ ,କବି ଯଶୋଧରା ଦାସ ,କବି ସତ୍ୟ ରଂଚନ ଚାନ୍ଦ ,କବି ସୁଶୀଲ ନାଗ ,କବି ତଥା ପ୍ରକାଶକ ରାଜ କିଶୋର ଦାଶ ,କବି ଡା ସର୍ବେଶ୍ୱର ଶତପଥୀ ,କବି ପୁର୍ଣ ଚନ୍ଦ୍ର ନାୟକ ପ୍ରଭୁତି ବହୁ କବି ,ଲେଖକ ଯୋଗ ଦେଇଥିଲେ । ପରିଶେଷରେ କବି ଇଂ ସରୋଜ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault