ହେଡଲାଇନସ୍:

 ବେଳ ଥାଉ ବନ୍ଧ ବାନ୍ଧରେ କୁମର ବେଳ ଥାଉ ବନ୍ଧ ବାନ୍ଧ !  

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଆଙ୍ଗୁଠି ପୁରାଇ  ଆନ୍ଧ୍ର ବଢ଼ାଉଛି ପତିଆରା ,  ବାହା ପଶିଗଲେ ଦିନରେ ବି ଦେଖାଇଦେବ ତାରା

କୁଟିଆ କମିଟି ଗସ୍ତ : ସରକାରଙ୍କ ଆନ୍ତରିକତା ନ ଛଳ,ଲୋକଙ୍କୁ ନଶୁଣି ଚାଲିଆସିଲେ ପ୍ରତିନିଧି ଦଳ

ପ୍ରଶାସକ ଦାୟିତ୍ବହୀନ ହେଲେ ମିଳିବ କି ଫଳ ,ସରକାର କଣ ବନ୍ଦ କରିଦେଲେ ହୋଇବ କାଳ 

କୋରାପୁଟ/ଭୁବନେଶ୍ୱର : ବିବାଦୀୟ କୁଟିଆରେ ଆନ୍ଧ୍ରର ଦାଦାଗିରି ବଢି·ଲିଥିବା ବେଳେ ଓଡିଶା ସରକାରଙ୍କ ଏକ ଉଚ୍ଚସ୍ତରୀୟ ଟିମ କୁଟିଆରେ ପହଚିଂସ୍ଥିତି ସମୀକ୍ଷା କରି ଫେରିଯାଇଛନ୍ତି । ତଳଗଂଜେଇପଦରରେ ଲୋକଙ୍କ ସହ ମିଶିଛନ୍ତି । ଆନ୍ଧ୍ର ସରକାରଙ୍କ ପେନ୍ସନ ଓ ଆଧାର କାର୍ଡ ଥିବା  ଏହି ଗାଁଲୋକ କମିଟିକୁ ଦେଖେଇଲେନି  । କେବିକେ ମୁଖ୍ୟପ୍ରଶାସକ ଏସ ପି ଠାକୁର, କମିଟି ଅଧ୍ୟକ୍ଷ ସଂଜୀବ ପଣ୍ଡା ଓ ଜିଲ୍ଲାପାଳ ଓ ଏସପି ଗସ୍ତ କରିଛନ୍ତି  ।  ତେବେ କୁଟିଆ ଗାଁ ଲୋକଙ୍କ ସହ କମିଟି ଆଲୋଚନା ନକରିବାରୁ ଗ୍ରାମବାସୀ କ୍ଷୁବ୍ଧ ଥିବା ଜଣାପଡିଛି । କମିଟିର ଖାମଖିଆଲି ଆଚରଣ ସଜାଡି ହୋଇ ଆସୁଥିବା ପରିସ୍ଥିତିକୁ ବିଗାଡି ଦେବନି ତ | କୁଟିଆ କମିଟିର  ଗସ୍ତ ଜଣାଉତ୍ତେଜନା ତାଲିବା ପାଇଁ ଛଳ ନୁହେ ତ ! ! ଯେଉଁମାନେ ଦୁଃଖକଷ୍ଟ ଓ ଅବହେଳାର ଶୀକାର ହୋଇ ପଡି ରହିଛନ୍ତି ସେମାନଙ୍କୁ ନଶୁଣି ପ୍ରତିନିଧି ଦଳ ଚାଲି ଆସିବା ପ୍ରଶାସନିକ  ଦାଇତ୍ୱ ହୀନତା ନୁହେଁ ତ !!!  ଯଦି ପ୍ରଶାସନିକ ଅଧିକାରୀମାନେ ସମୟ ଗାଡ଼ାଇବା ପାଇଁ ଏହିଭଳି ଦାଇତ୍ୱହୀନତା ଦେଖାଉଛନ୍ତି, ତେବେ ଶାସକ ବା ସରକାର କାନ ବନ୍ଦ କରିଦେଲେ ଆନ୍ଧ୍ର ତା ହୀନ ଅଭିସନ୍ଧିରେ ସଫଳ ହୋଇଯାଇପାରେ ! ଆମ ହାତରୁ ଚାଲିଯାଇପାରେ କୁଟିଆପୁଞ୍ଜ | ଆଉ ଆଙ୍ଗୁଠି ପେସାଇବାକୁ ଉଦ୍ୟମ କରୁଛି ଆନ୍ଧ୍ର, ସୁଯୋଗ ମିଳିଗଲେ ଯେତେବେଳେ ବାହା ପୂରାଇବା ସେତେବେଳେ ଯେଉଁ ଭଳି ପଶ୍ଚାତ ଯନ୍ତ୍ରଣା ହେବ ତାହା ସହି ହେଉ ନଥିବ କି କହି ହେଉ ନଥିବ ! ତେଣୁ ବେଳ ଥାଉ ବନ୍ଧ ବାନ୍ଧରେ କୁମାର ବେଳ ଥାଉ ବନ୍ଧ ବାନ୍ଧ !  

 ଲୋକଙ୍କ ସହ ଆଲୋଚନା ନକରି କୁଟିଆ କମିଟି ସଦସ୍ୟ ପଳାଇ ଆସିଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ କୋଟିଆ ଆମର, ଆମେ କାହାରିକୁ ଦେବୁ ନାହିଁ କହି ଗୁରୁବାର କମ୍ପିଲା ସମାବେଶ । ଆନ୍ଧ୍ରର ଦାଦାଗିରିକୁ ଜବାବ ଦେବା ପାଇଁ କୋଟିଆ ସଙ୍ଗଠନ ତରଫରୁ ବସିଥିଲା ସର୍ବଦଳୀୟ ବୈଠକ  ସମାବେଶରେ ଯୋଗଦେଇଥିଲେ । କୁଟିଆ ପଂଚାୟତ  ୨୧ ଗାଁର ଗ୍ରାମବାସୀଙ୍କ ସହ ସମସ୍ତ ରାଜନୈତିକ ଦଳର କର୍ମୀ ଓ ନେତା  ଆନ୍ଧ୍ର କିପରି ଲୋକଙ୍କୁ ଲୋଭ ଦେଖାଇ ନିଜର କରୁଛି ସେ ନେଇ ଅଭିଯୋଗ କରିଥିଲେ  । ଗ୍ରାମବାସୀ  ସମାବେଶରେ ମୌଳିକ ସୁବିଧାରୁ ବଚିଂତ ଥିବା ଗାଁର ଏକ ତାଲିକା ପ୍ରସ୍ତୁତ କରାଯାଇଛି, ଏହା ଖୁବ ଶୀଘ୍ର ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ  । ଏପରିକି ରାଜ୍ୟ ସରକାର ଯଦି କିଛି ପଦକ୍ଷେପ ନ ନିଅନ୍ତି ଆନ୍ଧ୍ରରେ ମିଶିବାକୁ ବାଧ୍ୟ ହେବୁ ବୋଲି କହିଥିଲେ  କୁଟିଆ ବାସିନ୍ଦା | ତେବେ ଶୁକ୍ରବାରର ଏହି ଘଟଣାକୁ ନଜରରେ ରଖିଲେ ଜଣାପଡ଼ୁଛି ଲୁ କୁଟିଆ  ସଙ୍କଟ ଧୀରେ ଧୀରେ ଜଟିଳ ହେବାରେ ଲାଗିଛି  । ହେଲେ ମିଳିଥିବା ସୂଚନା ଅନୁଯାୟୀ କମିଟି ପ୍ରାରମ୍ଭିକ ଅନୁଧ୍ୟାନ କରିଥିବା ବେଳେ ସ୍ଥାନୀୟ ଅଂଚଳବାସୀଙ୍କ ସହିତ ଆଗକୁ ଆଲୋଚନା କରିବାର କାର୍ଯ୍ୟକ୍ରମ  ରହିଛି  । ଲୋକଙ୍କ ଅଭିମାନ ଖୁବଶିଘ୍ର ଭଙ୍ଗ ହୋଇଯିବ ବେଲି ଜଣେ ଅଧିକାରୀ କହିଛନ୍ତି  । 

 ଲୋକଙ୍କୁ ନଭେଟି  କୁଟିଆକମିଟି ଫେରିଆସିବା ଘଟଣାକୁ ନେଇ କୁଟିଆ ଅଂଚଳରେ ଅସନ୍ତାଷ ପ୍ରକାଶ ପାଇଛି ।  ଲୋକଙ୍କ ସମସ୍ୟା ସମ୍ପର୍କରେ  ଯଦି ଲୋକଙ୍କଠାରୁ ଶୁଣାନଯାଏ ଆଉ ଲୋକମାନେ ଯଦି ସରକାରୀ କମିଟିକୁ ସେମାନଙ୍କ ମନର ଭାବନା କହି ପାରିବେନି ତେବେ ଏ କମିଟି ଗଠନର ମାନେ କଣ ବୋଲି କହିଛନ୍ତି ସ୍ଥାନୀୟ ଲୋକ  । ଆଉ ଅଫିସରମାନଙ୍କର ବା କମିଟିର ଯଦି ଏଭଳି ଆଭିମୁଖ୍ୟ ରହିବ ତେବେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ କୁଟିଆ ପ୍ରତି ଏଇଆ ବୋଲି ବିବେଚନା କରିବାକୁ ହେବ |  ସୂଚନାଯୋଗ୍ୟ ଯେ କୁଟିଆରେ ଆନ୍ଧ୍ର ପ୍ରଦେଶର ଅନୁପ୍ରବେଶ ଆଉ ଦାଦାଗିରି ସୀମା ଅତିକ୍ରମ କରୁଥିବା ବେଳେ ,  କେଉଁଭଳି ପରିସ୍ଥିତିରେ କୋରାପୁଟ ଜିଲ୍ଲା ପଟାଙ୍ଗୀ ତହସିଲ ଅନ୍ତର୍ଗତ କୁଟିଆ ପଂଚାୟତରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ ବେଆଇନ ରାସ୍ତା ନିର୍ମାଣ , ଆଧାର କାର୍ଡ ସହ ବିଭିନ୍ନ  ସାମଗ୍ରୀ ବଣ୍ଟନ ଆଦି କରାଇଛି ସେ ସବୁ  ଅଭିଯୋଗ ସମ୍ବନ୍ଧରେ ଅନୁଧ୍ୟାନ କରିବା ଏବଂ ଓଡିଶା ସରକାରଙ୍କ ପକ୍ଷରୁ ସେଠାରେ ଗ୍ରହଣ କରାଯାଇଥିବା ବିଭିତ୍ତ ଉନ୍ନୟନ ମୂଳକ ସମୀକ୍ଷା କରିବା ପାଇଁ ଏହି କମିଟି ଗଠନ ହୋଇଛି ।  ଏହି କମିଟିର ଗସ୍ତ ପୂର୍ବରୁ  କୁଟିଆ ଅଧିବାସୀମାନେ କୁଟିଆ ଓଡିଶାର ଆମେ ଓଡିଶାର ଆମେ ଓଡିଶା ଛାଡି ଯିବୁ ନାହିଁ ବୋଲି ଶପଥ ନେଇଥିଲେ  । ଅପରପକ୍ଷରେ  ସେପଟେ କିନ୍ତୁ ତେଲୁଗୁଦେଶମ ପାର୍ଟିର ଜଣେ ଯୁବନେତାଙ୍କ ଦାଦାଗିରି ଓ ଓଡିଶାମାଟିରେ ଠିଆ ହୋଇ ଓଡିଶାକୁ ସମାଲୋଚନା କରିବା ସର୍ବୋପରି ଆଗକୁ ଆହୁରି କେତେକ ଅଂଚଳରେ  ଆନ୍ଧ୍ରପ୍ରଦେଶ ତାହାର ପ୍ରଭାବ ବିସ୍ତାର କରିବ ବୋଲି ଘୋଷଣା କରିବା  ଘଟଣାକୁ ଦେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା ! ଯଦି ସରକାର ସବୁ ସୁବିଧା ସୁଜୋଗ ଯୋଗାଇ ଦିଆଯାଏ ତେବେ ସେମାନେ ଆନ୍ଧ୍ର ପ୍ରଦେଶ ଉପରେ ନିର୍ଭରଶୀଳତା କମାଇଦେବେ ବୋଲି ଶପଥ ନେଇଥିଲେ | ହେଲେ ଅଧିକାରିମାନଙ୍କ ଏହିଭଳି ଆଚରଣ ସ୍ଥାନୀୟ ବାସିନ୍ଦାଙ୍କୁ ବ୍ୟଥିତ କରିଛି | 

0
0
0
s2sdefault