ହେଡଲାଇନସ୍:

ବାଃ ....ବୋହୁପରି ସଜେଇ ହେଉଛି ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଲାଗିଲା ବିଭିନ୍ନ ସରକାରୀ ସେବା ସୂଚନା ଫଳକ 

ବହୁତ ବର୍ଷ ପରେ  ମିଳିଲା ରୋଗୀଣାଙ୍କୁ ଶୁଖା ଖାଦ୍ୟ 

ଘୁ. ଉଦୟଗିରି : ଗଗନ କୁମାର ପ୍ରଧାନ : ବଦଳୁଛି ଘୁ ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ରୂପ | ଯାହା ଲୋକ ଆଶା କରିଥିଲେ ତାହା ବୋଧହୁଏ ସାକାର ହେବାକୁ ଯାଉଛି | ଆମେ ଶାସକ ପ୍ରଶାସକରେ  ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଦୟନୀୟ ସ୍ତିତି, ଡାକ୍ତରଙ୍କ ଅନୁପସ୍ଥିତି ଓ ରୋଗୀଙ୍କ ଦୁର୍ଗତି ବିଷୟରେ ଉଲ୍ଲେଖ କରିଥିଲୁ | ହେଲେ ଏବେ କିଛି ଦିନ ହେଲା ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଜେଇ ହେଉଛି |  ନୂତନ ଚେହେରା . ସମସ୍ତ ଔଷଧ, ସମସ୍ତ ସ୍ୱାସ୍ଥ୍ୟ ସେବା, ଶୁଖା ଖାଦ୍ୟ, ପରିଷ୍କାର ଏବଂ ପରିଚ୍ଛନତା, କର୍ମଚାରୀଙ୍କ ଉପସ୍ଥାନ ସବୁ ଏବେ ସଜାଡି ହୋଇଗଲା ଭଳି ଲାଗୁଛି | ସୂଚନା ଫଳକ ଲାଗିବା ସହ ଆଗର ଦୁର୍ଗନ୍ଧ ଆଉ ନାହିଁ | ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲାଗିଲା 118 ପ୍ରକାର ନିରାମୟ ସରକାରୀ ଔଷଧ ବିତରଣ କରୁ ଥିବାରୁ ଔଷଧ ତାଲିକା, ମୁଖ୍ୟ କର୍ମଚାରୀଙ୍କ ଯୋଗାଯୋଗ ମୋବାଇଲ ନମ୍ବର ଏବଂ ନାଗରିକ ଅଧିକାର ପତ୍ର.ଯାହାକୁ ନେଇ ଅଞ୍ଚଳ ବାସିଙ୍କ ମଧ୍ୟରେ ନୂତନ ଆଶା ଦେଖା ଦେଇଛି | ଯାହାକୁ ନେଇ ଅଞ୍ଚଳରେ ସମସ୍ତ ସ୍ୱାସ୍ଥ୍ୟ ସେବା ପାଇବାର ଆଶା ଉଜ୍ୱଳ ବୋଲି ଅଞ୍ଚଳରେ ଅନୁଭବ ହେଲାଣି | ସୂଚନା ଫଳକରେ କେତେ ସତ୍ୟତା ରହିଛି ତାହା ଆଗକୁ ଜଣ ପଡ଼ିବ | ହେଲେ ଆଉ ପୁରୁଣା ଦୁର୍ଗତି ଭିତରକୁ ନ ଠେଲିବାକୁ ପାଇଁ ଅଂଚଳ ବାସି ଦାବି କରିଛନ୍ତି ଓ ବର୍ତ୍ତମାନ କରାଯଉଁଥିବା ଉଦ୍ୟମ ପାଇଁ କୃତଜ୍ଞତା ଜଣାଇଛନ୍ତି | ଏହା ସହ ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବର୍ତ୍ତମାନ ସ୍ଥିତିକୁ ବଜାୟ ରଖିବା ପାଇଁ ସାମାଜିକ କାର୍ଯ୍ୟକର୍ତ୍ତା  ମହମ୍ମଦ ଜିଆଉଦ୍ଧିନ ଏବଂ ଅନ୍ୟମାନେ ଦାବି କରିଛନ୍ତି | 

 

0
0
0
s2sdefault