ହେଡଲାଇନସ୍:

କିଆକଟା ଉଚ୍ଚ ବିଦ୍ୟାଳୟରେ ସୁରଭି ମହୋତ୍ସବ ପାଳିତ.

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆଠମଲ୍ଲିକ(ସନ୍ତୋଷ ମେହେର): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ “ସୁରଭୀ-୨୦୧୯” ମହୋତ୍ସବ ପ୍ରଧାନଶିକ୍ଷକ ତ୍ରିନାଥ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କିଆକଟା ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅମିତ କୁମାର ମୁଦୁଲି ଯୋଗଦେଇ ସୁରଭୀ କାର୍ଯ୍ୟକ୍ରମ ଶିଶୁମାନଙ୍କ ମଧ୍ୟରେ ଲୁଚି ରହିଥିବା ଅର୍ନ୍ତନିହିତ ପ୍ରତିଭାର ବିକାଶ ଦିଗରେ ଏକ ବଳିଷ୍ଠ ପଦକ୍ଷେପ ବୋଲି କହିଥିଲେ । ସିଆରସିସି ଶ୍ରୀକାନ୍ତ ମେହେର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ କାଦପଡା ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ପ୍ରଭାକର ରାଉଳ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ୧୨ଟି ବିଦ୍ୟାଳୟର ଛାତ୍ରଛତ୍ରୀଙ୍କ ମଧ୍ୟରେ ନାଚ, ସଂଗୀତ, ପ୍ରବନ୍ଧଲିଖନ, କୁଇଜ, କ୍ରିଏଟିଭ ରାଇଟିଂ, ଡ଼ିଟେକସନ, ଚିତ୍ରାଙ୍କନ, ତର୍କ, ଗ୍ରୁପ ପ୍ଲେ, ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପ୍ରତିଭା ଚୟନ କରାଯାଇଥିଲା । ଆୟୋଜକ ବିଦ୍ୟାଳୟ ସମେତ ଅଂଶଗ୍ରହଣକାରୀ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ, ବିଦ୍ୟାଳୟର କର୍ମକର୍ତ୍ତା ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ । କିଆକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଦ୍ୱାରା “ସ୍ୱଚ୍ଛ ଭାରତ’ ଶୀର୍ଷକ ଏକ ନାଟକ ମଞ୍ଚସ୍ଥ କରାଯାଇଥିଲା । ଏହା ପ୍ରଥମ ସ୍ଥାନ ଅଧିକାର କରି ବ୍ଲକସ୍ତରୀୟ ସୁରଭୀ ମହୋତ୍ସବରେ ସାମିଲ ହୋଇଛି ।

0
0
0
s2sdefault