ହେଡଲାଇନସ୍:

ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତରେ ନୋଡାଲ ଅଧିକାରୀ ନିତିନ  ଚନ୍ଦ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଗଜପତିରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ ପାଣିଗ୍ରାହୀ : ସାମାଜିକ କଲ୍ୟାଣ ତଥା ଭିନ୍ନକ୍ଷମ ସଶକ୍ତିକରଣ ସଚିବ ତଥା ଗଜପତି ଜିଲ୍ଲା ନୋଡାଲ ଅଫିସର ବରିଷ୍ଠ (ଆଇଏଏସ) ନିତିନ ଚନ୍ଦ୍ର ଦୁଇଦିନିଆ ଗଜପତି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମର ଅନୁଧ୍ୟାନ କରୁଛନ୍ତି | ଏହି  ଅନୁଧ୍ୟାନ ସମୟରେ ଜିଲ୍ଲାପାଳ ଅନୁପମ ଶାହା, ଡିଆର୍ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଷଣ୍ତ କୁମାର ମହାନ୍ତି, ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ପରୀକ୍ଷିତ ସେଠୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଅନାମ ଚରଣ ପାତ୍ରଙ୍କ ସମେତ ସମସ୍ତ ବ୍ଲକର ବିଡ଼ିଓ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଓ ପଞ୍ଚାୟତିରାଜ ପ୍ରତିନିଧି ସାମିଲ ଥିଲେ | ଏ ଅବସରରେ ନୋଡାଲ ଅଧିକାରୀ ଶ୍ରୀ ଚନ୍ଦ୍ର  ବିଭିନ୍ନ ଯୋଜନାରେ  ଚାଲିଥିବା କାର୍ଯ୍ୟକ୍ରମ ବୁଲି ଦେଖିବା ସହ ହିତାଧିକାରୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ |

0
0
0
s2sdefault