ହେଡଲାଇନସ୍:

ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରମାଦେବୀ ବିଶ୍ୱବିଦ୍ୟାଳୟ ସମସ୍ୟାକୁ ନେଇ ରାଜରାସ୍ଥାକୁ ଓହ୍ଲାଇଲା ଏବିଭିପି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ନିଜ ଅଧିକାର ଦାବିରେ ଆନ୍ଦୋଳନରେ ଯୋଗଦେଲେ ହଜାର ହଜାର ଛାତ୍ରଛାତ୍ରୀ

ଭୁବନେଶ୍ୱର (ଚକ୍ରଧର ମାଝି)  ରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣଭାବେ ବିପର୍ଯସ୍ତ  । ରାଜ୍ୟର ପ୍ରମୂଖ ବିଶ୍ୱବିଦ୍ୟାଳୟ ଉକ୍ରଳ ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥା ଆଜି ଭୂଷୂଡି ପଡିଛି । ଅଧ୍ୟାପକ ସମସ୍ୟା, କ୍ୟାମ୍ପସରେ ଛାତ୍ରୀ ସୁରକ୍ଷା, ଭିତ୍ତିଭୂମିର ଅଭାବ ଭଳି ସମସ୍ୟା ଏହି ବିଶ୍ୱବିଦ୍ୟାଳୟ ଅନୁବନ୍ଧିତ ସମସ୍ତ କଲେଜରେ ଦେଖାଦେଇଛି । କ୍ୟାମ୍ପସରେ ଏହି ସମସ୍ୟା ଗୁଡିକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ବିଭିନ୍ନ ସମୟରେ ଆନେ୍ଦାଳନ କରାଯାଇଛି ।  କଲେଜ ଅଧ୍ୟକ୍ଷଙ୍କ ଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ଦାବୀ ପ୍ରଦାନ କରାଯାଇଛି । ସମସ୍ୟାକୁ ସମାଧାନ କରିବା ବଦଳରେ ଉଚ୍ଚଶିକ୍ଷାକୁ ବିପର୍ଯ୍ୟସ୍ତ କରିବାକୁ ନିଷ୍ପତ୍ତି ନେଇଥିବା ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଉନାହାନ୍ତି । ଛାତ୍ରଛାତ୍ରୀଙ୍କ ମନରେ ଏହି ଆକ୍ରୋଶ ବର୍ତ୍ତମାନ ଆନ୍ଦୋଳନର ରୂପନେଇଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ସମ୍ପାଦିକା ପ୍ରିୟଙ୍କା ପ୍ରିୟଦର୍ଶନୀ ମଲ୍ଲିକଙ୍କ ଅହ୍ୱାନରେ ଉକ୍ରଳ ବିଶ୍ୱବିଦ୍ୟାଳୟ ଓ ରମାଦେବୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଅନୁବନ୍ଧିତ ସମସ୍ତ କଲେଜରୁ ହଜାର ହଜାର ଛାତ୍ରଛାତ୍ରୀ ଭୁବନେଶ୍ୱରର ରାମମନ୍ଦିର ଛକ ଠାରୁ ଏକ ବିଶାଳ ରାଲିରେ ଉକ୍ରଳ ବିଶ୍ୱବିଦ୍ୟାଳୟରେ ପହଂଚି ଥିଲେ । ସେଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା, ଏହି ସଭାରେ ଯୋଗ ଦେଇ ଏବିଭିପିର ରାଷ୍ଟ୍ରୀୟ ସମ୍ପାଦକ ଅଭିଳାଷ  ପଣ୍ଡା ଉଚ୍ଚଶିକ୍ଷାକୁ ନିମ୍ନଗାମୀ କରିବା ପାଇଁ ବର୍ତ୍ତମାନ ରାଜ୍ୟ ସରକାର କିପରୀ ଷଡଯନ୍ତ୍ର କରୁଛନ୍ତି ସେ ବିଷୟରେ ଉଦ୍ବୋଧନ ଦେଇଥିଲେ । ରାଜ୍ୟ ସମ୍ପାଦିକା ପ୍ରିୟଙ୍କା ପ୍ରିୟଦର୍ଶନୀ ମଲ୍ଲିକ ନିଜର ଅଭିଭାଷଣରେ ରମାଦେବୀ ଦ୍ୱିତୀୟ କ୍ୟାମ୍ପସ ଉକ୍ରଳ ବିଶ୍ୱବିଦ୍ୟାଳୟ ଜମିରେ ନକରି ସର୍ବନିମ୍ନ ୩୦୦ଏକରେ ଅଣବିବାଦିତ ଜମିରେ ସ୍ଥାପନ କରିବା ପାଇଁ ରାଜ୍ୟ ସରକାଙ୍କୁ ଆହ୍ୱାନ ଦେଇଥିଲେ । ଗୋଟିଏ ପଟେ ରାଜ୍ୟ ସରକାର ନୋଟିଫିକେଶନ ଦେଇ ବିବାଦ ସୃଷ୍ଟି କରୁଥିବା ବେଳେ ଅନ୍ୟ ପଟରେ ଶାସକ ଦଳର ଛାତ୍ରନେତା ମାନେ ଏହାକୁ ବିରୋଧ କରି ଭଙ୍ଗାରୁଜା କରିବା ବିଜେଡିର ଦୋମୁହାଁ ନିତୀକୁ ପଦାରେ ପକାଇଛି ବୋଲି ଶୁଶ୍ରୀ ପ୍ରିୟଙ୍କା କହିଥିଲେ । ଏହି ସମାବେଶରେ ରାଜ୍ୟ ସମ୍ପାଦିକା ପ୍ରିୟଙ୍କା ପ୍ରିୟଦର୍ଶନୀ ମଲ୍ଲିକ, ରାଜ୍ୟ ସହସମ୍ପାଦିକା ସୋନାଲି ବେହେରା, ରାଜ୍ୟ ସହସମ୍ପାଦକ ବ୍ୟାସ ନାରାୟଣ ଜୋଶୀ, ରାଜ୍ୟ ବିଶ୍ୱବିଦ୍ୟାଳୟ ସହସଂଜୋଜକ ବୁଦ୍ଧଦେବ ବାଗ ମହାନଗର ସହସମ୍ପାଦକ ଅମିତ ସାହୁ, ସୁଭଜିତ ମହାପାତ୍ର , ଭବାନୀ ଶଙ୍କର ଦାଶ(କେନ୍ଦ୍ରାପଡା), ନିବେଦିତା ଲେଙ୍କା(ରମାଦେବୀ  ବିଶ୍ୱବିଦ୍ୟାଳୟ), ରଂଜିତା ବେହେରା(ରମାଦେବୀ ବିଶ୍ୱବିଦ୍ୟାଳୟ), ସଙ୍ଗିତା ପଣ୍ଡା(ଯାଜପୁର), ଅଜୟ ପଣ୍ଡା(କଟକ), ମହାନଗର ସମ୍ପାଦକ ସଂଜୟ ମଲ୍ଲିକ, ସୁଜିତ ସ୍ୱାଇଁ(ଜଗତସିଂହପୁର), ଅଜିତ, ବିକାଶ, ଅବିନାଶ(କେନ୍ଦ୍ରାପଡା), ରତନ ଦିଗଲ(ଉକ୍ରଳ ବିଶ୍ୱବିଦ୍ୟାଳୟ), ଶ୍ରଦ୍ଧାଜଂଳି ମହାପାତ୍ର(ମହର୍ସି ମହିଳା ମହାବିଦ୍ୟାଳୟ) ପ୍ରମୁଖ ଛାତ୍ରନେତାମାନେ ଅଭିଭାଷଣ ମାଧ୍ୟମରେ ମତବ୍ୟକ୍ତ କରିଥିଲେ ।

0
0
0
s2sdefault