ହେଡଲାଇନସ୍:

ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ସ୍ୱାର୍ଥକୁ ପଦାଘାତ କରିଛି ବିଜେପି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ମେଡିକାଲ କଲେଜ ହେବାରେ କଣ୍ଟା ସାଜିଥିଲା

ଏବେ ରେଳ ବଜେଟରେ କରିଛି ବିଶ୍ୱାସଘାତ

୧୫ଦିନ ପରେ ପ୍ରତିବାଦରେ ହାଓଡ଼ା-ଚେନାଇ, ଟାଟା ଗୋରୁମହିଷାଣି ରେଳପଥରେ ହରତାଳ କରିବ ଜେଏମଏମ

ବାରିପଦା(ଦିଲ୍ଲିପ ମହାନ୍ତି) : ମୟୂରଭଞ୍ଜବାସୀ ଚଳିତ ରେଳ ବଜେଟରେ ବାଙ୍ଗିରିପୋଷି-ଗୋରୁମହିଷାଣି, ବୁଢ଼ାମରା-ଚାକୁଳିଆ, ବାଦାମପାହାଡ଼-କେଉଁଝର, ବାଙ୍ଗିରିପୋଷି-ଦେଓଝର ଭାୟା ବାଦାମପାଡ଼ ଓ ଚମ୍ପୁଆ, ଭଦ୍ରାଚଳମ୍- ଖଡ଼ଗପୁର ଭାୟା କୋରାପୁଟ, ତାଳଚେର ଓ ବାରିପଦା ଆଦି ନୂତନ ରେଳ ପ୍ରକଳ୍ପର ସର୍ଭେ ଓ କାର୍ଯ୍ୟକାରୀତା  ନିମନ୍ତେ ଅର୍ଥ ବ୍ୟୟବରାଦ ହେବାର ଆଶାବାନ୍ଧି ବଜେଟକୁ ଅନାଇ ବସିଥିଲେ ; ମାତ୍ର କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପରିଚାଳିତ ବିଜେପି ସରକାର ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିଲାବାସୀଙ୍କୁ ନିରାଶ କରାଇଛନ୍ତି । ଗତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜ ତଥା ଓଡ଼ିଶାର ବିକାଶର ସ୍ୱପ୍ନ ବିକି ଚାଲିଥିବା ବିଜେପି ଦଳ ଉପରେ ଆସ୍ଥା ପ୍ରକଟ କରି ଜିଲାବାସୀ ମୟୂରଭଞ୍ଜ ଜିଲାପରିଷଦର ୫୬ଟି ଆସନ ମଧ୍ୟରୁ ୪୯ଟି ଆସନରେ ଜିତାଇ ବିଜେପି ନାମରେ ନୂତନ ବିରଳ ରେକଡର଼୍ ଯୋଡ଼ି ଦେଇଥିଲେ । ଠିକ୍ ଦେଢ଼ ମାସ ପରେ ଜିଲାରେ ସରକାରୀ ମେଡ଼ିକାଲ କଲେଜ ନିର୍ମାଣ କ୍ଷେତ୍ରରେ ଏଲଓପି ଦେବା ନେଇ ରାଜନୀତି ଆରମ୍ଭ କଲେଓ ମେଡିକାଲ କଲେଜ ହେବା କ୍ଷେତ୍ରରେ କଣ୍ଟା ସାଜିଥିଲା ବିଜେପି । କିନ୍ତୁ ଜେଏମଏମର ଆନେ୍ଦାଳନ ଓ ଉଚ୍ଚତମ ନ୍ୟାୟାଳୟର ହସ୍ତକ୍ଷେପ ପରେ ବିଜେପି ଚଳାଇଥିବା ହୀନ ରାଜନୀତିରେ ସଫଳ ହୋଇପାରି ନ ଥିଲା । ସେହିପରି ଜିଲାର ଏକ ମାତ୍ର ଜୀବିକା ଉପାର୍ଜନର ମାଧ୍ୟମ ସବାଇଘାସ ଓ ଶାଳପତ୍ର ଉପରେ ୫ ପ୍ରତିଶତ ହାରରେ ଜିଏସଟି ଲାଗୁ କରାଇ ସେମାନଙ୍କ ପେଟରୁ ଆହାର ଛଡ଼ାଇ ନେଲା । ଏବେ ରେଳ ବଜେଟରେ ଜିଲାବାସୀଙ୍କୁ ଲଲିପପ୍ ଧରାଇ ଜିଲାବାସୀଙ୍କ ସ୍ୱାଭିମାନ ଉପରେ କୁଠାରାଘାତ ମାରିଛନ୍ତି । ମୟୂରଭଞ୍ଜ ଜିଲାର ବିକାଶ ନାମରେ ବିଜେପିର କେନ୍ଦ୍ର, ରାଜ୍ୟ ଓ ଜିଲାର ନେତାମାନେ ଯେଉଁ କୁମ୍ଭୀର କାନ୍ଦଣା କାନ୍ଦି ଆସୁଥିଲେ ତାହା ରେଳବଜେଟରୁ ସ୍ପଷ୍ଟଭାବେ ଜିଲାବାସୀ ବୁଝି ସାରିଛନ୍ତି । ଏଣୁ କେନ୍ଦ୍ର ସରକାର ଆଗାମୀ ୧୫ ଦିନ ମଧ୍ୟରେ ଜିଲାରେ ରେଳବାଇ ବିକାଶ କ୍ଷେତ୍ରରେ ସଠିକ୍ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଜେଏମଏମ ପକ୍ଷରୁ ରାସଗୋବିନ୍ଦପୁର ବ୍ଲକ ସ୍ଥିତ କମାରଡ଼ିହା ଗ୍ରାମପଞ୍ଚାୟତର ନାରଙ୍ଗାବାଦଠାରେ ହାଓଡ଼ା-ଚେନାଇ ମୁଖ୍ୟ ରେଳପଥ ଓ ଗୋରୁମହିଷାଣିଠାରେ ବାଦାମପାଡ଼-ଟାଟା  ରେଳପଥ ଉପରେ ହରତାଳ ପ୍ରଦର୍ଶନ କରିବାର ଡ଼ାକରା ଦେଇଛି ବୋଲି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟ ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା ସୂଚନା ଦେଇଛନ୍ତି । 

ମୋଦିଙ୍କ କୁଶ ପୁତ୍ତଳିକା ଦାହ କଲା ଜେଏମଏମ

ପାର୍ଲିଆମେଣ୍ଟରେ ଉପସ୍ଥାପନ କରାଯାଇଥିବା ରେଳ ବଜେଟରେ ପୁଣି ଥରେ ମୟୂରଭଞ୍ଜ ଜିଲାକୁ ଉପେକ୍ଷା କରାଯାଇଥିବାରୁ ଜିଲାବାସୀଙ୍କ ମଧ୍ୟରେ ନୈରାଶ୍ୟ ଭାବ ଦେଖା ଦେଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦିଙ୍କ ଦ୍ୱାରା ପରିଚାଳିତ ବିଜେପି ସରକାର ସମୟରେ ରେଳବଜେଟରେ ମୟୂରଭଞ୍ଜ ଜିଲା କ୍ରମାଗତ ଭାବେ ଉପେକ୍ଷିତ ହୋଇଆସୁଛି । ମୟୂରଭଞ୍ଜବାସୀ ଚଳିତ ରେଳ ବଜେଟରେ ବାଙ୍ଗିରିପୋଷି-ଗୋରୁମହିଷାଣି, ବୁଢ଼ାମରା-ଚାକୁଳିଆ, ବାଦାମପାହାଡ଼-କେଉଁଝର, ବାଙ୍ଗିରିପୋଷି-ଦେଓଝର ଭାୟା ବାଦାମପାଡ଼ ଓ ଚମ୍ପୁଆ, ଭଦ୍ରାଚଳମ୍- ଖଡ଼ଗପୁର ଭାୟା କୋରାପୁଟ, ତାଳଚେର ଓ ବାରିପଦା ଆଦି ନୂତନ ରେଳ ପ୍ରକଳ୍ପର ସର୍ଭେ ଓ କାର୍ଯ୍ୟକାରୀତା  ନିମନ୍ତେ ଅର୍ଥ ବ୍ୟୟବରାଦ ହେବାର ଆଶାବାନ୍ଧି ବଜେଟକୁ ଅନାଇ ବସିଥିବା ବେଳେ କେନ୍ଦ୍ର ସରକାର ସର୍ଭେ ନାମରେ ଜିଲାବାସୀକୁ ଲଲିପପ୍ ଧରାଇ ଦେଇଛି ବିଜେପି ସରକାର । ଏହାର ପ୍ରତିବାଦରେ ଜେଏମଏମର ଯୁବ ଶାଖା ପକ୍ଷରୁ ଗୁରୁବାରଦିନ  ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଏହି ସମୟରେ କେନ୍ଦ୍ରର ମୟୂରଭଞ୍ଜ ଜିଲା ପ୍ରତି ରହିଆସିଥିବା ବୈମାତୃକ ମନୋଭାବ ବିରୋଧରେ ବିଭିନ୍ନ ସ୍ଲୋଗାନମାନ ଦେଇ ନିଜର ବିରୋଧାଭାଷକୁ ପରିପ୍ରକାଶ କରାଇଥିଲେ । 

          ଜେଏମଏମର ଏହି କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମରେ ଜିଲା ଯୁବ ସଭାପତି ପିଣ୍ଟୁ ମାଇତି, ଜିଲା ଉପସଭାପତି ଦିଲ୍ଲୀପ ଦାସ, ମୁଖପାତ୍ର ନିମାଇଁ ତ୍ରିପାଠୀ, ଯୁବ ଶାଖା ଉପସଭାପତି ରାକେଶ ବେହେରା, ଜିଲା ଯୁବ ସାଧାରଣ ସମ୍ପାଦକ ମାନସ ବେହେରା, ସୌମ୍ୟ ରଞ୍ଜନ ମିଶ୍ର, ଏସକେ ରାଜା ଖାନ, ବାରିପଦା ସହର ଛାତ୍ର ଶାଖା ସଭାପତି ରବୀନ୍ଦ୍ର ସାହୁ, ବିଜୟ ସେଠୀ, ଆଲୋକ ବେହେରା, ସଞ୍ଜୟ ମାହାନା, ସଞ୍ଜୟ ମହାନ୍ତ, ରିତିକ ସିଂ, ସୌମ୍ୟ ରଞ୍ଜନ ଦାସବାବୁ, ଶାନ୍ତନୁ ମୁଖୀ ପ୍ରମୁଖ ଶତାଧିକ ସଦସ୍ୟ ଉପସ୍ଥିତ ରହିଥିଲେ 

 

0
0
0
s2sdefault