ହେଡଲାଇନସ୍:

ଓଡ଼ିଆ ଭାଷା ସଂସ୍କୃତିର ଚାପରେ କୋଶଲି ଭାଷା ସଂସ୍କୃତି ଆଜି ବିପନ୍ନ !!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଉର୍ଦ୍ଧାର ପାଇଁ ବୁଦ୍ଧିଜୀବୀଙ୍କୁ ଆହ୍ୱାନ

ବଲାଙ୍ଗିର/ Niroj Mishra - ଓଡିଆ ଭାଷା ସଂସ୍କୃତିର ସୁରକ୍ଷା ଓ ସମୃଦ୍ଧି ନାମରେ କୋସଲି ଭାଷା ସଂସ୍କୃତିକୁ ଯେପରିଭାବେ କ୍ଷତ ବିକ୍ଷତ କରି ସଂମ୍ପୁର୍ଣ୍ଣ ସମାଧି ଦେବାପାଇଁ ଚେଷ୍ଟା କରାଯାଉଛି ତାର ଘୋର ନିନ୍ଦାକରିଛି ବୋଲି ସାହିତ୍ୟ ସଂସ୍କୃତି ଏକାଡେମୀ । ଓଡିଶା ସରକାରଙ୍କ ଭାଷାଗତ ନୀତିହୀନ ଶାସନ ମଧ୍ୟରେ କୋସଲ ବାସୀଙ୍କ ଆତ୍ମ ପରିଚିତି ଧିରେ ଧିରେ ଲୋପ ପାଇବାକୁ ବସିଛି । ଓଡିଆ ଭାଷାା ସଂସ୍କୃତିର ଅହେତୁକ ·ପରେକୋସଲି ଭାଷା ସଂସ୍କୃତି ଆଜି ଘୋର ସଂକଟପନ୍ନ । କୋସଲି ଭାଷା ସଂସ୍କୃତିର ସୁରକ୍ଷା ଓ ସମୃଦ୍ଧି ସକାଶେ ଆପ୍ରାଣ ଉଦ୍ୟମକରି ନିଜ ସ୍ୱାଭିମାନ, ପରିଚିତ ଓ ଅସ୍ମୀତାକୁ ବଜାୟ ରଖିବାପାଇଁ କୋସଲ ସାହିତ୍ୟ ସଂସ୍କୃତି ଏକାଡେମୀ ତଥା କୋସଲ ହେରିଟେଜ ଟ୍ରଷ୍ଟ ତରଫରୁ ଏକ ଅଂଚଳର ବୁଦ୍ଧିଜୀବୀମାନଙ୍କୁ ଆହ୍ୱାନ ଦିଆଯାଉଛି । 

ସରକାର କିମ୍ବା ପ୍ରଶାସନର ଗୋଡାଣିଆ ନସାଜି ମା ମାଟିରମୁକ୍ତ ସକାଶେ ସବୁ ପ୍ରକାର ତ୍ୟାଗ ସକାଶେ ସେମାନେ ଆଗେଇ ଆସିବା ଉଚିତ୍ । କୋସଲି ଭାଷା ସଂସ୍କୃତିକୁ ଓଡିଆ ଭାଷା ସଂସ୍କୃତି କହିବା ଶଠତାପୁର୍ଣ୍ଣ ଆଚରଣ । କୋସଲାଂଚଲ ତଥା ଓଡିଶାର ବିଚ୍ଛିନାଂଚଳରେ ଯେଉଁଠି କୋସଲି ଭାଷାଭାଷୀ ଲୋକ ଅଛନ୍ତି ସେଠାରେ ପ୍ରାଥମିକସ୍ତରରେ କୋସଲି ଭାଷାରେ ଶିକ୍ଷାଦାନ ବ୍ୟବସ୍ଥାହେବା ଉଚିତ୍ । କୋସଲି ଭାଷା ଏକ ସ୍ୱୟଂ ସଂପୂର୍ଣ୍ଣ ବ୍ୟବହାରିକ ଭାଷା ହୋଇଥିବାରୁ ଏବଂ ତାହାରି ସାମ୍ବିଧାନିକ ମାନ୍ୟତା ସକାଶେ ଓଡିଶା ସରକାର କେନ୍ଦ୍ର ସରକାରଙ୍କୁ  ପ୍ରସ୍ତାବ ପଠାଇଥିବାରୁ କୋସଲି ଭାଷା କେବେହେଲେ ଓଡିଶା ଭାଷା ହୋଇ ନପାରେ । ଅପର ପକ୍ଷରେ ଏହା ଗବେଷଣାସିଦ୍ଧ ଯେ  କୋସଲି ଭାଷା ହେଉଛି ସଂସ୍କୃତ ଏବଂ ଓଡିଆଭାଷାଠାରୁ ବହୁ ପ୍ରାଚୀନ । କୋସଲି ଭାଷା ଓଡିଆ ଭାଷାର ଜନନୀ ନହେଲେ ମଧ୍ୟ ନିଶ୍ଚିତତଭାବେ ବଡ ଭଉଣୀ ଅଟେ । ଏହା ଓଡିଆ ଭାଷାଭାଷୀ ଲୋକେ ବୁଝିବା ଏକାନ୍ତ ଆବଶ୍ୟକ । କାରଣ କୋସଲି ଭାଷା ସଂସ୍କୃତି ରାମାୟଣଯୁଗର ଅଛି ଏବଂ ମର୍ଯ୍ୟାଦାପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ଜୀବନ ଚରିତସହ ଏହା ଓତଃପ୍ରୋତଃ ସବେ ଜଡିତ । ଏହି ଉପଲକ୍ଷେ ଆଜି ବଲାଙ୍ଗିର ସାମ୍ବାଦିକ ଭବନରେ ଏକାଡେମୀର ସଭାପତି ବିଦ୍ୟାବାଚସ୍ପତି ପଦ୍ମଶୀ ଡ. ଶ୍ରୀନିବାସ ଉଦ୍ଗାତା, ସାଧାରଣ ସଂପାଦକ ଗୋରେଖନାଥ ସାହୁ ଓ ବରିଷ୍ଠ ସଭ୍ୟ ଶରତଚନ୍ଦ୍ର ମହାନ୍ତି ଅଂଶଗ୍ରହଣ କରିଥିଲେ । 

0
0
0
s2sdefault