ହେଡଲାଇନସ୍:

ଶାସକ ପ୍ରଶାସକର ପ୍ରଭାବ : ପିଲାଙ୍କୁ ମନ୍ଦିରରେ ଭୋଗ ଖୁଆ ଘଟଣାରେ ହେଡମାଷ୍ଟର ନିଲମ୍ବିତ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ମଧ୍ୟାହ୍ନ ଭୋଜନ ଅର୍ଥ ବାଟମାରଣା : ଏବିଇଓଙ୍କ ତଦନ୍ତ ରିପୋର୍ଟରେ ପ୍ରମାଣିତ ହେଲା ସତ୍ୟ 

ବିଇଙ୍କ ସୁପାରିଶ ପରେ କଦଳୀଗଡ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କଲେ ଜିଲ୍ଲା ଶିକ୍ଷାଧିକାରୀ 

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କଦଳୀଗଡ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିରେନ୍ଦ୍ର କୁମାର ସାହୁଙ୍କୁ ମଧ୍ୟାହ୍ନ ଭୋଜନରେ ହେରଫେର୍ ଅଭିଯୋଗରେ ନିଲମ୍ବିତ କରାଯାଇଛି I ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ  ଚିଠି ଅନୁସାରେ ତାଙ୍କୁ ଏହି ଆଦେଶ ଦିଆଯାଇଛି I

ସୂଚନା ମତେ ଗତ ଜୁଲାଇ ୯ ତାରିଖରେ କଦଳୀଗଡ ହାଇସ୍କୁଲ ର ଛାତ୍ରଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନ ନ ଖାଇ ଏକ ମନ୍ଦିରରେ ପ୍ରସାଦ ସେବନ କରିଥିଲେ I ସେହି ଦିନ ସ୍କୁଲରେ ମଧ୍ୟହ୍ନ ଭୋଜନ ପ୍ରସ୍ତୁତି ହୋଇନଥିଲା କି ପିଲାମାନେ ଖାଇ ନଥିଲେ I କିନ୍ତୁ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବୀରେନ୍ଦ୍ର କୁମାର ସାହୁ ସେହି ଦିନ ସ୍କୁଲରେ ୯୫ ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇଥିବାର ଦର୍ଶାଇ ଶିକ୍ଷା ବିଭାଗକୁ ରିପୋର୍ଟ ପ୍ରଦାନ କରିଥିଲେ I ଏହାକୁ ପ୍ରଥମେ "ଶାସକ ପ୍ରଶାସକ " ଗତ ଜୁଲାଇ ୧୨ ତାରିଖରେ ଭୂତ ଖାଇଗଲେ ୯୫ ମଧ୍ୟାହ୍ନ ଭୋଜନ ଏକ ଖବର ପ୍ରକାଶ ପାଇଥିଲା I ଏହା କୁ ନେଇ ଅଞ୍ଚଳର ଛାତ୍ରଛାତ୍ରୀ ଅଭିଭାବକ ଓ କିଛି ସଂଗଠନ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା I ଏହା ପରେ ରେଢାଖୋଲ ବିଇଓ ଭଗବାନ ବାଙ୍କିରାଙ୍କ ନିର୍ଦ୍ଦେଶ କ୍ରମେ ଏବିଇଓ ଚନ୍ଦ୍ରମଣି ପ୍ରଧାନ କଦଳୀଗଡ ହାଇସ୍କୁଲ କୁ ଯାଇ ଘଟଣାର ତଦନ୍ତ କରି ବିଇଓଙ୍କୁ ଏହାର ରିପୋର୍ଟ ପ୍ରଦାନ କରିଥିଲେ I ଏପରିକି ତଦନ୍ତରେ ଏହିଦିନ ଛାତ୍ରଛାତ୍ରୀ ମାନେ କୌଣସି ମଧ୍ୟାହ୍ନ ଭୋଜନ ଖାଇନଥିବା ଏବଂ ରାଜରାସ୍ତାରେ ଚାଲିଚାଲି ଯାଇ ଏକ ମନ୍ଦିରରେ ଭୋଗ ଖାଇନଥିବା ଜାଣିବାକୁ ପାଇନ ଥିଲେ I ସେହିପରି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମଧ୍ୟ ମଧ୍ୟାହ୍ନ ଭୋଜନରେ ଅନିୟମିତତା କୁ ସ୍ୱିକାର  କରିବା ସହ ଆଗକୁ ଏଭଳି ଭୂଲ କରିବେ ନାହିଁ ବୋଲି କହିଥିଲେ I ଏହି ଘଟଣାକୁ ନେଇ ରେଢାଖୋଲ ବିଇଓ ପତ୍ରସଂଖ୍ୟା ୧୦୭୬ ତା ୧୬.୦୭.୨୦୧୯ ତାରିଖରେ ଜିଲ୍ଲା ଶିକ୍ଷାଅଧିକାରୀ ଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ I ପରେ ଏନେଇ କଦଳୀଗଡ ପଞ୍ଚାୟତବାସୀ ଏବଂ ଅଭିଭାବକ ମାନେ ସମ୍ପୁକ୍ତ ଶିକ୍ଷକଙ୍କ ବଦଳି ଦାବି ସହ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ନେଇ ଜିଲ୍ଲାପାଳ ଶିକ୍ଷାଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ I ଅଞ୍ଚଳବାସୀଙ୍କ ଅଭିଯୋଗ ପରେ ଜିଲ୍ଲାଧିକାରୀ ନିଜେ ନିଜେ କଦଳୀଗଡ ହାଇସ୍କୁଲକୁ ଯାଇ ଘଟଣାର ତଦନ୍ତ କରିବା ସହ ସ୍କୁଲର ପ୍ରଧାନ ଶିକ୍ଷକ ଙ୍କ ବିଭିନ୍ନ ଅନିୟମିତତା ସମ୍ପର୍କ ରେ ଜାଣିବାକୁ ପାଇଥିଲେ I ବିଇଓ ଙ୍କ ରିପୋର୍ଟ ଅଞ୍ଚଳବାସୀ ଙ୍କ ଅଭିଯୋଗ ଏବଂ ନିଜର ପରିଦର୍ଶନ ରିପୋର୍ଟ ଆଧାରରେ ପତ୍ରସଂଖ୍ୟା ୯୧୩୫ ତା ୧୧.୧୦.୨୦୧୯ ରିଖ ସମ୍ବଲପୁର ଜିଲ୍ଲା ଶିକ୍ଷାଧିକାରୀ ସୁବୋଧ କୁମାର ଦାସ ସମ୍ପୁତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି I

 

0
0
0
s2sdefault