ହେଡଲାଇନସ୍:

ତାଳପଦର ୟୁନିଅନ ବ୍ୟାଙ୍କର ସଚେତନତା ଅଭିଯାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

“ସତର୍କତା ଆମର ମିଳିତ ଦାୟୀତ୍ୱ” – SHG ମହିଳା ଓ ଗ୍ରାମବାସୀଙ୍କୁ ବ୍ୟାଙ୍କ ଲେନଦେନର ସଠିକ୍‌ ପ୍ରକ୍ରିୟା ବିଷୟରେ ପରାମର୍ଶ


ବିଜେପୁର :-ଆଜି ୟୁନିଅନ ବ୍ୟାଙ୍କ ତାଳପଦର ଶାଖାରେ “ସତର୍କତା ଆମର ମିଳିତ ଦାୟୀତ୍ୱ” ଶୀର୍ଷକରେ ବିଶେଷ ସଚେତନତା କାର୍ୟକ୍ରମ ଆୟୋଜନ ହୋଇଯାଇଛି। ବର୍ତ୍ତମାନ ସମୟରେ ବ୍ୟାଙ୍କିଂ ସୁବିଧା ସହଜ ଓ ଡିଜିଟାଲ୍‌ ହୋଇଥିବାରୁ ଗ୍ରାହକମାନେ ସମୟ ବଞ୍ଚାଇ ପାରୁଥିବା ସତ୍ତେ, ଠକେଇବାଜମାନେ ବିଭିନ୍ନ ଉପାୟ ଅବଳମ୍ବନ କରୁଥିବାରୁ ସଚେତନତାର ଆବଶ୍ୟକତା ଅଧିକ ବଢ଼ିଛି।
କାର୍ୟକ୍ରମରେ ଶାଖାପରିଚାଳକ ଦିବ୍ୟ ମହାପାତ୍ର, ସମ୍ବଲପୁର ଆର୍‌ଓର ଡିଜିଏମ ଧର୍ମେନ୍ଦ୍ର ରଜୋରିଆ,ଅଂଶୁ ପ୍ରୟାସ ଦ୍ଵିବେଦୀ, ଅବସରରେ ପ୍ରାପ୍ତ ଶିକ୍ଷକ ସୋମନାଥ ପଧାନ, ଗ୍ରାମ ର ଗୌତିଆ ଚୂଡ଼ାମଣି ପଧାନ,ବ୍ୟାଙ୍କମିତ୍ର ରୋଜି ପଧାନ ମଞ୍ଚାସିନ ଥିଲେ।
ବ୍ୟାଙ୍କ ଅଧିକାରୀମାନେ ଗ୍ରାହକଙ୍କୁ ବ୍ୟାଙ୍କିଂ ସୁରକ୍ଷା ବିଷୟରେ ବିସ୍ତୃତ ସୂଚନା ଦେଲେ।
ସେମାନଙ୍କ କଥା ଅନୁସାରେ —
OTP, ATM PIN, CVV, Internet Banking Password କେବେବି କାହାଙ୍କ ସହିତ ଶେୟାର କରିବା ଉଚିତ୍‌ ନୁହେଁ।
ବ୍ୟାଙ୍କ କେବେବି ଫୋନ କଲ୍‌ କିମ୍ବା SMS/Email ଦ୍ୱାରା ଏହି ସୂଚନା ଚାହିଁନଥାଏ।
ସନ୍ଦେହଜନକ କଲ୍‌ କିମ୍ବା ଲିଙ୍କ୍‌ ପାଇଲେ ବ୍ୟାଙ୍କ ସହିତ ସମ୍ପର୍କ କରିବାକୁ ପଡେ।
ଡିଜିଏମ ଧର୍ମେନ୍ଦ୍ର ରଜୋରିଆ କହିଥିଲେ –
“ସତର୍କତା କେବଳ ବ୍ୟାଙ୍କର କାମ ନୁହେଁ, ଗ୍ରାହକଙ୍କର ମଧ୍ୟ ସମାନ ଦାୟୀତ୍ୱ ଅଛି। ଆମେ ସମସ୍ତେ ସଚେତନ ହେଲେ, କୌଣସି ଠକେଇବାଜର ଚକ୍ରାନ୍ତ ସଫଳ ହୋଇପାରିବ ନାହିଁ।”
ଶାଖାପରିଚାଳକ ଦିବ୍ୟ ମହାପାତ୍ର ମଧ୍ୟ କହିଥିଲେ –
“ଡିଜିଟାଲ୍‌ ଯୁଗରେ ବ୍ୟାଙ୍କିଂ ସୁବିଧା ଘରେ ବସିଲେ ମିଳୁଛି। କିନ୍ତୁ ସେହି ସହଜତାକୁ ଠକେଇବାଜମାନେ ଅପବ୍ୟବହାର କରୁଛନ୍ତି। ପ୍ରତ୍ୟେକ ଗ୍ରାହକ ସଚେତନ ହୋଇଲେମାତ୍ରେ ଠକିବାରୁ ବଞ୍ଚିପାରିବେ।”
କାର୍ୟକ୍ରମରେ ବିଭିନ୍ନ SHG (Self Help Group) ମହିଳା ଓ ଗ୍ରାମବାସୀ ମଧ୍ୟ ଯୋଗଦେଇଥିଲେ। ସେମାନଙ୍କୁ ବ୍ୟାଙ୍କରୁ କେମିତି Loan ନେବା, ସହଜ EMI ରେ ଫେରାଇବା, ସମୟରେ ସୁଦ୍‌ ଦେବା ଏବଂ କିପରି ସୁଚିନ୍ତିତ ଭାବରେ Loan କୁ ବ୍ୟବହାର କରିବା ସେ ବିଷୟରେ ବିସ୍ତୃତ ପରାମର୍ଶ ଦିଆଗଲା।
ବ୍ୟାଙ୍କ ଅଧିକାରୀମାନେ SHG ମହିଳାମାନଙ୍କୁ କହିଥିଲେ ଯେ, Loan କେବଳ ଆପତ୍କାଳୀନ ଚାହିଦା ପାଇଁ ନୁହେଁ, ବ୍ୟବସାୟ, ସୂକ୍ଷ୍ମ ଉଦ୍ୟମ ଓ ସ୍ୱୟଂରୋଜଗାର ପାଇଁ ବ୍ୟବହାର କଲେ, ତାହାର ଲାଭ ଅଧିକ ହୋଇପାରେ।
ଏଥିପାଇଁ ସମୟରେ Loan Repayment କରିଲେ ଭବିଷ୍ୟତରେ ବଡ଼ Loan ମଧ୍ୟ ସହଜରେ ପାଇପାରିବେ।
ଗ୍ରାମବାସୀଙ୍କୁ ବ୍ୟାଙ୍କିଂର ସହଜ ସୁବିଧା — ATM ବ୍ୟବହାର, UPI, Online Transaction, DBT (Direct Benefit Transfer) ବିଷୟରେ ପ୍ରାୟୋଗିକ ଉଦାହରଣ ସହିତ ଜଣାଇଦିଆଗଲା।
SHG ମହିଳାମାନେ ସଚେତନ ହେଲେ, ସ୍ୱୟଂରୋଜଗାରର ମାଧ୍ୟମରେ ଘରୋଇ ଆୟ ବଢ଼ିବ।
ଗ୍ରାମବାସୀଙ୍କୁ ଡିଜିଟାଲ୍‌ ବ୍ୟାଙ୍କିଂର ସହଜତା ବିଷୟରେ ଜ୍ଞାନ ମିଳିବ।
Loan Repayment ରେ ନିୟମିତତା ରଖିଲେ, ବ୍ୟାଙ୍କ-ଗ୍ରାହକ ସମ୍ପର୍କ ଆହୁରି ସୁଦୃଢ଼ ହେବ।
ସତର୍କତା ରହିଲେ ଠକେଇବାଜମାନେ ଗ୍ରାମ ଅଞ୍ଚଳରେ ପାଉଁ ଦେଇପାରିବେ ନାହିଁ।
କାର୍ୟକ୍ରମରେ ଉପସ୍ଥିତ SHG ମହିଳା, ଗ୍ରାମବାସୀ ଓ ଅନ୍ୟାନ୍ୟ ଗ୍ରାହକମାନେ ବ୍ୟାଙ୍କ ଅଧିକାରୀଙ୍କୁ ପ୍ରଶ୍ନ କରି ନିଜେମାନଙ୍କ ସନ୍ଦେହ ଦୂର କରିଥିଲେ।
ସମାଜର ସମସ୍ତ ଶ୍ରେଣୀରେ ସଚେତନତା ଗଢ଼ିବା ପାଇଁ, ୟୁନିଅନ ବ୍ୟାଙ୍କ ପକ୍ଷରୁ ଏହି ପ୍ରକାର କାର୍ୟକ୍ରମ ନିୟମିତ ଭାବେ କରାଯିବାକୁ ଘୋଷଣା କରାଗଲା।
“ସତର୍କତା ଆମର ମିଳିତ ଦାୟୀତ୍ୱ” ବାଣୀ ସହିତ କାର୍ୟକ୍ରମର ସମାପନ ହୋଇଥିଲା।

0
0
0
s2sdefault