ହେଡଲାଇନସ୍:

୭୪ ତମ ଜିଲ୍ଲା ପରିଷଦ ସାଧାରଣ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ରୁ ସୂରେନ୍ଦ୍ର ବେମାଳ: ଆଜି ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁଙ୍କ ଅଧ୍ୟକ୍ଷତାରେ ୭୪ ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଲୋକସଭା ସାଂସଦ ଇଂ ବଳଭଦ୍ର ମାଝୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତ ପାବନ ବୈଦ୍ୟ, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ସୋମେଶ କୁମାର ଉପାଧ୍ୟାୟ, ବନଖଣ୍ଡ ଅଧିକାରୀ ସାଇ କିରଣ, ଜିଲ୍ଲା ପରିଷଦର ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ନରେଶ ଚନ୍ଦ୍ର ଶବର ମଞ୍ଚାସୀନ ଥିଲେ ।

ଏହି ସଭାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ପୂର୍ବ ବୈଠକରେ ହୋଇଥିବା ଆଲୋଚନା ତଥା ଜନଜାତି ଉନ୍ନୟନ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଏବଂ ପରିମଳ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି, ପ୍ରାଥମିକ ଶିକ୍ଷା ଓ ଗଣ ଶିକ୍ଷା, ଜଳସେଚନ , ଗ୍ରାମ୍ୟ ଉନ୍ନୟନ, ଜାତୀୟ ରାଜପଥ, ସମାଜ ମଙ୍ଗଳ ବିଭାଗ ଆଦି ବିଷୟରେ ଗୃହକୁ ଶ୍ରୀ ଶବର ସୂଚନା ଦେଇଥିଲେ ।
ବୈଠକରେ ପାନୀୟ ଜଳ ସମ୍ବନ୍ଧରେ ଆସିଥିବା ଅଭିଯୋଗ ଗୁଡିକର ସମାଧାନ ତଥା ନୂଆ ପ୍ରକଳ୍ପ ବିଷୟରେ ଆଲୋଚନା କରାଯାଇଥିଲା। ସେହିପରି ଚାଲୁଥିବା ପାନୀୟ ଜଳ ପ୍ରକଳ୍ପ ଗୁଡିକ ଅଗ୍ରାଧିକାର ଭିତ୍ତିରେ ଶେଷ କରିବାକୁ ଅଧିକାରୀଙ୍କୁ ଗୃହରେ ନିର୍ଦ୍ଦେଶ ଦିଆଯାଇଥିଲା । ସ୍ବାସ୍ଥ୍ୟ ବିଭାଗ ଅଧିନସ୍ଥ ସମଗ୍ର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦେଖାଦେଉଥିବା ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଅଭାବୀ ଡ଼ାକ୍ତର ଓ ଚିକିତ୍ସା ଜନିତ ଅନ୍ୟାନ୍ୟ ସମସ୍ୟାର ସମାଧାନ ଓ ପ୍ରସ୍ତାବିତ କାର୍ଯ୍ୟର ସ୍ଥିତି ଅଗ୍ରଗତି ଉପରେ ଉପସ୍ଥିତ ବିଧାୟକ ଓ ଅନ୍ୟାନ୍ୟ ଜନ ପ୍ରତିନିଧିମାନେ ସମୀକ୍ଷା କରି ତ୍ଵରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ବୈଠକରେ ମତ ରଖିଥିଲେ।
ବିଶେଷ କରି ନିର୍ଦ୍ଦିଷ୍ଟ ସମୟରେ ଟେଣ୍ଡର ପ୍ରକିୟା ସହ ସମସ୍ତ କାର୍ଯ୍ୟ ଶେଷ କରିବା, ନୂତନ ରାସ୍ତା ନିର୍ମାଣ ଓ ମରାମତି, ବିଭିନ୍ନ ଅଞ୍ଚଳରେ ଆବଶ୍ୟକ ଅନୁଯାୟୀ ବିଭିନ୍ନ କାର୍ଯ୍ୟ ନିମନ୍ତେ ବିଧାୟକ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହ ଆଲୋଚନା ମାଧ୍ୟମରେ ପ୍ରସ୍ତାବ ଉପସ୍ଥାପନା କରିବା ଉପରେ ଗୁରୁତ୍ୱ ଦେଇ ପଞ୍ଚାୟତ ଓ ବ୍ଲକ ମାନଙ୍କରେ ଚାଲୁ ରହିଥିବା ସମସ୍ତ କାର୍ଯ୍ୟର ସ୍ଥିତି ପରଖି କାର୍ଯ୍ୟାନୁଷ୍ଠନ ଗ୍ରହଣ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।ନିର୍ଦ୍ଦେଶମତେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ସମ୍ପର୍କରେ ଯଥାକ୍ରମେ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନେ ବୈଠକରେ ଆଲୋଚନା ପୂର୍ବକ ବିସ୍ତ୍ରୁତ ତଥ୍ୟ ଉପସ୍ଥାପନା କରିଥିଲେ। ଜନ ପ୍ରତିନିଧି ମାନେ ସମସ୍ତ ବିଷୟରେ ଆଲୋଚନା ପୂର୍ବକ ସମୀକ୍ଷା ସହ ସମଗ୍ର ଜିଲ୍ଲାରେ ଚାଲୁ ରହିଥିବା ବିଭିନ୍ନ କାର୍ଯ୍ୟ ଓ ବିଭିନ୍ନ ଯୋଜନା ଅନ୍ତର୍ଗତ ନିଜ ନିଜ ଅଞ୍ଚଳରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାକୁ ସମୀକ୍ଷା ମଧ୍ୟ କରିଥିଲେ ଏଵଂ ଆବଶ୍ୟକୀୟ ଥିବା ସମସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ପ୍ରୟାସ ଜାରି ରଖାଯିବା ନେଇ ମତ ରଖିଥିଲେ । ଏଥି ସହ ଜିଲ୍ଲାରେ କୃଷି କାର୍ଯ୍ୟ ପାଇଁ ଆବଶ୍ୟକ ହେଉଥିବା ସାର କ୍ରୟ ଓ ଉପଲବ୍ଧତା ଆଦି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ଆଜିର ଅନୁଷ୍ଠିତ ବୈଠକରେ ଆଲୋଚିତ ସମସ୍ତ ବିଷୟକୁ ଦୃଷ୍ଟିଦେଇ ତଥା ବିଧାୟକ ଓ ଜିଲ୍ଲା ପରିଷଦର ସଭ୍ୟ/ସଭ୍ୟାମାନେ ଉତ୍‌ଥାପନ କରିଥିବା ପ୍ରସ୍ତାବ ଓ ସେମାନଙ୍କ ଅଂଚଳର ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ଏହାର ତ୍ୱରିତ ସମାଧାନ ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସଂପୃକ୍ତ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା, ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷା, ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଡିଓ ମାନେ ଉପସ୍ଥିତ ଥିଲେ।

0
0
0
s2sdefault