ହେଡଲାଇନସ୍:

ବିଜେପୁର ଉପନିର୍ବାଚନ, ପ୍ରଚାରରେ ବିଜେଡି ଆଗୁଆ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେଡି ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ରହିଛି - ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ

ବରଗଡ :- ବିଜେପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ତାରିଖ ଯେତେ ପାଖକୁ ଆସୁଛି ରାଜନୈତିକ ଦଳ ମାନଙ୍କର ପ୍ରଚାର ସେତେ ବେଶି ଜୋର ଧରୁଛି । ଏବେ ପୁନର୍ବାର ଗଡ଼ ଦଖଲ କରିବା ପାଇଁ ବିଜେଡି ତୃଣମୂଳ ସ୍ତରରୁ ପ୍ରଚାର କୁ ତୀବ୍ର କରିବାରେ ଲାଗି ପଡିଛି । ଦଳର ବାରିଷ୍ଟ ଓ ଯୁବନେତା ମାନେ ନିର୍ବାଚନ ରେ ବିଜୟ ଲାଭ ପାଇଁ ଅନେକ ପରିଶ୍ରମ କରୁଥିବାର ଦେଖିବାକୁ ମିଳୁଛି ।

ଆଜି ବିଜେପୁର ବ୍ଲକର ବଡ଼ବ୍ରାମହଣୀ ଗ୍ରାମରେ ବିଜୁ ଜନତା ଦଳର ଏକ ବିରାଟ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ  ମନ୍ତ୍ରୀ ଡା, ଅରୁଣ କୁମାର ସାହୁ , ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ କୁମାର ସିଂ ,  ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର , ବରିଷ୍ଠ ନେତା ମଙ୍ଗଳା କିଷାନ , ପୂର୍ବତନ ମନ୍ତ୍ରୀ ଶ୍ରୀ ଦୁଷ୍ମନ୍ତ ନାୟକ ମାର୍କଫେଡ ଅଧ୍ୟକ୍ଷ ଶ୍ରୀ ବିଭୁଦତ୍ତ ପ୍ରଧାନ , ଦଳର ଜିଲ୍ଲା ଉପସଭାପତି ଶ୍ରୀ ସୁରୁ ପାଣିଗ୍ରାହୀ ପମୁଖ ଯୋଗଦାନ କରି ରାଜ୍ୟ ସରକାରଙ୍କ ସଫଳତା ବାବଦରେ ଲୋକଙ୍କୁ କହିବା ସହିତ ଦଳର ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁଙ୍କୁ ବିପୁଳ ମତରେ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ନିବେଦନ କରିଥିଲେ । 

ସେହିଭଳି ବିଜେପୁର ଯାଦବ ସମାଜ ତରଫରୁ ସମଲେଶ୍ବରୀ ମନ୍ଦିରରେ ଆୟୋଜିତ ସମାଜର ଏକ ସଭାରେ  ମନ୍ତ୍ରୀ ଡା,.ଅରୁଣ ସାହୁ , ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ , ବିଜୁ ଜନତା ଦଳର ଉପମୁଖ୍ୟ ସଚେତକ ଶ୍ରୀ ରୋହିତ ପୂଜାରୀ , ଧର୍ମଗଡ଼ ବିଧାୟକ ଶ୍ରୀ ମହୌଷଧି ବାଗ ପ୍ରମୁଖ ଯୋଗଦେଇ ଦଲୀୟ ପ୍ରାର୍ଥୀ ଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ପ୍ରତି ଲୋକଙ୍କର ଆସ୍ଥା ଓ ବିଶ୍ୱାସ ରହିଛି । ବିଜେପୁର ର ସର୍ବାଙ୍ଗୀନ ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ବଦ୍ଧ ପରିକର । ଲୋକେ ଏହା ଜାଣନ୍ତି ତେଣୁ ଲୋକ ନିଶ୍ଚିତ ଭାବରେ ରୀତା ସାହୁଙ୍କୁ ବିପୁଳ ଭୋଟରେ ବିଜୟୀ କରିବେ । 

 ସେହିଭଳି ଆଜି ଶ୍ରୀମତୀ ରୀତା ସାହୁ  ମନ୍ତ୍ରୀ ଟୁକୁନି ସାହୁଙ୍କର ସହିତ ଗାଇସିଲେଟ ଅଂଚଳର ବିଭିନ୍ନ ଗ୍ରାମରେ ଘରକୁ ଘର ବୁଲି ନିଜ ପାଇଁ ଭୋଟ ଭିକ୍ଷା କରିଛନ୍ତି ।

0
0
0
s2sdefault