ହେଡଲାଇନସ୍:

ବିଧାୟକଙ୍କ ରୋମାଣ୍ଟିକ ଅନ୍ଦାଜ଼.......!(SEE VIDEO)

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଜଗତସିଂପୁର(ରମେଶ ମହାନ୍ତି) ଏକ ପଂଚାୟତ ସ୍ତରୀୟ ପ୍ରତିଭା ଚୟନ କାର୍ଯ୍ୟକ୍ରମରେ ଅତିଥି ଭାବରେ ଯାଇ ସମସ୍ତଙ୍କ ଆଗରେ ନିଜ ପ୍ରତିଭା ଦେଖାଇଥିବା ପାରାଦୀପ ବିଧାୟକ ସଂବିତ ରାଉତରାୟଙ୍କ ଗୀତକୁ ନେଇ ଏବେ ଚର୍ଚା |  ଆଗରୁ ଷାଠିଏ ପଉଟି ଭୋଗରୁ ତୁମର ଗାଈ ଥିବାବେଲେ ଏବେ ତାଙ୍କର ରୋମାଣ୍ଟିକ ଗୀତ ଲୋକ ଶୁଣିବାକୁ ପାଇଛନ୍ତି |  ତିର୍ତୋଲ ବ୍ଳକ ସ୍ଥିତ କୁମାର ଉତ୍ସବ ସମିତି ଆନୁକୂଲ୍ୟରେ ୪୬ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତି ପାଳନ ସହିତ ଏକ ସାଧାରଣ ସଭା ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ପାରାଦ୍ୱିପ ବିଧାୟକ ମଞ୍ଚରେ ୧୯୬୯ ମସିହାର "ଖାମୋସି" ସିନେମାର ରାଜେଶ ଖାନ୍ନାଙ୍କ (କିଶୋର କୁମାର ଗାଇଥିବା)  ସ୍ୟାଡି ରୋମାଣ୍ଟିକ ହିନ୍ଦ " ବୋ ସାମ କୁଛ ଅଜିବ ଥି ୟେ ସାମ ଭି ଅଜିବ ହେ"  ଗୀତଟି ପରିବେଷଣ କରିଥିଲେ |  ବିଧ୍ୟାୟକଙ୍କ ସ୍ୱର ଓ  ଗାଇବା ଅନ୍ଦାଜକୁ ଲୋକମାନେ ଉପଭୋଗ କରିବା ସହ ବିପୁଳ କରତାଳି ଦେଇ ପସନ୍ଦ କରିଥିଲେ |

0
0
0
s2sdefault