ହେଡଲାଇନସ୍:

ଭେଡେନ୍ ଗଣଦୁଷ୍କର୍ମକୁ ରାଜ୍ୟ ସରକାର ଜାଣିଶୁଣି ଚାପିଥିଲେ :କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର(ଶାସକ ପ୍ରଶାସକ) :   ୨୦୧୬, ମଇ ମାସରେ ବରଗଡ ଜିଲ୍ଲା ଭେଡେନ୍ ଥାନା ଅର୍ନ୍ତଗତ ରୁପାପାଲି ଗାଁରେ ତିନି ଜଣ ଦଳିତ ମହିଳାଙ୍କୁ କରାଯାଇଥିବା ଗଣଦୁଷ୍କର୍ମ ଘଟଣାକୁ ରାଜ୍ୟ ସରକାର ଜାଣିଶୁଣି ଚପାଇ ଦେବା ପାଇଁ ଉଦ୍ୟମ କରିଥିଲେ ବୋଲି ପ୍ରଦେଶ କଂଗ୍ରେସ ଅଭିଯୋଗ କରିଛି । ପ୍ରକାଶଯୋଗ୍ୟ ଗତ ୨୩.୯.୨୦୧୯ ରିଖରେ ରାଜ୍ୟ ମାନବାଧିକାର କମିଶନଙ୍କ ନିଦେ୍ର୍ଧଶ ପରେ ଚଳିତ ମାସ ୩ ତାରିଖରେ ଭେଡେନ ପୋଲିସ ବାଧ୍ୟ ହୋଇ ଦୁଇଜଣ ପୋଲିସ ଅଧିକାରୀଙ୍କ ସମେତ ମୋଟ୍ ୮ ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ୨୦୧୬ ମସିହା ମଇ ୨୦ ତାରିଖରେ ବରଗଡ ରୁପାପାଲି ଗାଁର ସବର୍ଣ୍ଣ ଅସବର୍ଣ୍ଣ ଗଣ୍ଡଗୋଳ ଯୋଗୁଁ ୨୨ ତାରିଖରେ ପୀଡିତାମାନଙ୍କ ସ୍ୱାମୀ ଓ ସଂପର୍କୀୟଙ୍କୁ ଭେଡେନ ପୋଲିସ ଥାନାରେ ଅଟକ ରଖିଥିଲା ଏବଂ ୨୩ ତାରିଖ ଦିନ ଭେଡେନ ଥାନାର ୫ଜଣ ପୋଲିସ କର୍ମଚାରୀ ଆସି ତିନି ଜଣ ମହିଳାଙ୍କୁ ଆରେଷ୍ଟ ମେମୋରେ ଦସ୍ତଖତ କରିବା ପାଇଁ ଥାନା ଗାଡିରେ ବସାଇ ଥାନକୁ ନେବା ବାଟରେ ପାଖରେ ଥିବା ଦେଓଗାଁ ଜଙ୍ଗଲରେ ଗଣଦୁଷ୍କର୍ମ କରିବା ପରେ ଅପରାଧିଙ୍କ ହାତକୁ ଟେକି ଦେଇଥିଲେ । ଅପରାଧିମାନେ ଉକ୍ତ ମହିଳାଙ୍କୁ ୧୦ ଦିନ ରଖି ଦୁଷ୍କର୍ମ କରିବା ପରେ ଅପରାଧିମାନେ ନିଶାସକ୍ତ ଥିବା ଅବସ୍ଥାରେ ୩ ଜଣଙ୍କ ମଧ୍ୟରୁ ଜଣେ ମହିଳା ଖସି ପଳାଇ ଆସିଥିଲେ । ତାଙ୍କର ମାନସିକ ଭାରସାସ୍ୟ ଠିକ୍ ହେବା ପରେ ସେ ତାଙ୍କ ଶାଶୁ ଓ ଦେଢଶରଙ୍କ ସମ୍ମୁଖରେ ସମସ୍ତ ଘଟଣା ପ୍ରକାଶ କରିବା ପରେ ପୀଡିତାଙ୍କ ଦେଢ଼ଶୁର ଘଟଣା ସଂପର୍କରେ ଭେଡେନ ଥାନା, ଏସ୍ପି ବରଗଡ ଓ ଗୃହ ସଚିବଙ୍କୁ ଏ ବିଷୟରେ ଅବଗତ କରାଇଥିଲେ । କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ମାନବାଧିକାର କମିଶନଙ୍କ ପାଖରେ ଆବେଦନ କରିଥିଲେ । ସମସ୍ତ ଦସ୍ତାବିଜକୁ ଦେଖିଲା ପରେ ରାଜ୍ୟ ମାନବାଧିକାର କମିଶନ ଶେଷରେ ପୋଲିସର କାର୍ଯ୍ୟପନ୍ଥାକୁ ନିନ୍ଦା କରିବା ସହିତ ପୀଡିତାଙ୍କ ଦେଢ଼ଶୁର ଦେଇଥିବା ଅଭିଯୋଗକୁ ଏତଲା ଭାବେ ପଞ୍ଜିକରଣ କରିବା ପାଇଁ ବରଗଡ ଏସ୍ପିଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଯାହାଫଳରେ କି ଗତ ୩.୧୦.୨୦୧୯ ରିଖରେ ଓଡିଶାରେ ଏକ ବିରଳ ଘଟଣା ଭାବରେ ଦୁଇଜଣ ପୋଲିସ ଅଧିକାରୀଙ୍କ ସମେତ ୮ ଜଣଙ୍କ ନାଁରେ ଭେଡେନ ଥାନାରେ ରୁଜୁ ହୋଇଥିଲା ଅପହରଣ ଓ ପୋଲିସ ଦ୍ୱାରା ଗଣଦୁଷ୍କର୍ମ ଭଳି ସଙ୍ଗୀନ ଦଫା । ରାଜ୍ୟ ସରକାର ୫-ଟି ର ପ୍ରଚାର ପ୍ରସାର କରାଇ ଲୋକଙ୍କୁ ଯେଭଳି ଭାବରେ ଭୁଆଁ  ବୁଲାଉଛନ୍ତି, ଭେଡେନ ଘଟଣାରୁ ତାହା ଜଳଜଳ ହୋଇ ଜଣାପଡୁଛି । ଖାଲି ସେତିକି ନୁହେଁ ତା ୧୯.୫.୨୦୧୭ ରେ ଗୃହ ବିଭାଗ ଏହି ଘଟଣା ସଂପର୍କରେ ରାଜ୍ୟ ପୋଲିସ ମହାନିଦେ୍ର୍ଧଶକଙ୍କୁ ଅବଗତ କରାଇ ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିଦେ୍ର୍ଧଶ ଦେଇଥିଲେ ଏବଂ ୨.୭.୨୦୧୭ ରେ ପୋଲିସ ମହାନିଦେ୍ର୍ଧଶକ ତକ୍ରାଳୀନ ବରଗଡ ଏସ୍ପିଙ୍କୁ ଗଣେଷ ମଲ୍ଲିକଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିଦେ୍ର୍ଧଶ ଦେଇଥିଲେ । ଏଥିରୁ ସ୍ପଷ୍ଟ ପ୍ରମାଣ ମିଳୁଛି ରାଜ୍ୟ ସରକାର କେବଳ ଧର୍ମକୁ ଆଖିଠାର ମାରିବା ସଦୃଶ ଉପର ଠାଉରିଆ ଭାବରେ ଚିଠି ଲେଖି ଘଟଣାକୁ ଚପାଇ ଦେବାପାଇଁ ଉଦ୍ୟମ କରିଥିଲେ । ଯାହା ମାନବାଧିକାର କମିଶନଙ୍କ ନିଦେ୍ର୍ଧଶ ପରେ ଆଜି ଫସରଫାଟି ଯାଇଛି ବୋଲି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା କଂଗ୍ରେସ ନେତା ନିଶିକାନ୍ତ ମିଶ୍ର କହିଥିଲେ ଯେ ଏହି ଘଟଣା ୩ ବର୍ଷ କାଳ କ’ଣ ପାଇଁ ରାଜ୍ୟ ଗୃହ ବିଭାଗ, ପୋଲିସ ଡିଜି ଏବଂ ବରଗଡ ଏସ୍ପି ଚାପି ରଖିଥିଲେ, ଏହି ସମସ୍ତ ଅଧିକାରୀଙ୍କ ମୁଖ୍ୟ ଭାବରେ ମୁଖ୍ୟମନ୍ତ୍ରୀ ଏହାର ଜବାବ ରଖନ୍ତୁ । ଖାଲି ସେତିକି ନୁହେଁ କ’ଣ ପାଇଁ ଏତଲା ପଞ୍ଜିକରଣର ପାଖାପାଖି ଦୁଇ ସପ୍ତାହ ବିତିଥିଲେ ମଧ୍ୟ ଅପରାଧିଙ୍କୁ ଧରିବାରେ ପୋଲିସ ଭୟ କରୁଛି । ଏଥିରୁ ସ୍ପଷ୍ଟ ପ୍ରମାଣ ମିଳୁଛି ଯେ ଏତଲା ପଞ୍ଜିକରଣ ହେଲା ପରେ ମଧ୍ୟ ପୋଲିସ ଘଟଣାକୁ ଚାପିବାକୁ ଉଦ୍ୟମ କରୁଛି । ଯଦି ରାଜ୍ୟ ସରକାର ଟାଇମ୍ ଏବଂ ଟ୍ରାନ୍ପରେନ୍ସି କଥା କହୁଛନ୍ତି, ଅପରାଧିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ  ଏବଂ ଘଟଣାକୁ ଚାପିବାକୁ ଉଦ୍ୟମ କରୁଥିବା ସଂପୃକ୍ତ ଏସ୍ପି ଓ ପୋଲିସ ଡିଜିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନନିଅନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଥିଲେ ।

ଏହି ସମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ କୁମାର ରାଉତରାୟ, ଜିନେଶ ଦାସ, ଚିନ୍ମୟ ସୁନ୍ଦର ଦାସ ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault