ହେଡଲାଇନସ୍:

ରାଇଜିଙ୍ଗ ଷ୍ଟାର ତରଫରୁ ୨୫ତମ ସର୍ବଭାରତୀୟ ଛିନ୍ଦେକେଲା କ୍ରିକେଟ କପ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ଶାସକପ୍ରଶାସକ-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଛିନ୍ଦେଇକେଲା ମିନି ଷ୍ଟାଡିୟମ ଠାରେ ରାଇଜିଙ୍ଗ ଷ୍ଟାର କ୍ରିକେଟ କ୍ଳବ ତରଫରୁ  ୨୫ତମ ସର୍ବଭାରତୀୟ ଛିନ୍ଦେକେଲା କ୍ରିକେଟ କପ ଅନୁଷ୍ଠିତ ହେବ । ଆୟୋଜକ କମିଟିର ସଭାପତି ପ୍ରଶାନ୍ତ ସାହୁଙ୍କ ସଭାପତିତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଚଲିତ ବର୍ଷ ରୌପ୍ୟଜୟନ୍ତି ପାଳନ କରୁଥିବାରୁ ଖେଲର ରୂପରେଖ ତଥା ଦର୍ଶକଙ୍କ ମନୋରଞ୍ଜନ ପାଇଁ ଖାସ ଭବରେ ଧ୍ୟାନ ଦିଆଯିବ ବୋଲି ସୂଚନା ଦେଇଛନ୍ତି । ଚଲିତ ବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ ୮ ଟି ଦଳ ସହ ୨ଟି ମହିଳା ଦଳ ଅଂଶଗ୍ରହଣ କରିବେ ତଥା ପ୍ରତ୍ୟେକ ମ୍ୟାଚ ୨୦ଟି ଓ ୧୦ଟି ପର୍ମାଟରେ ଖେଳାଯିବ। ଚମ୍ପିୟାନ ଦଳକୁ ୬୦ ହଜାର ଓ ରନସ ଦଳକୁ ୪୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି । ଉକ୍ତ ସାମ୍ବାଦିକ ସାମ୍ବାଦିକ ସମ୍ମିଳନୀରେ ଆନନ୍ଦ ସାହୁ,ଲଲିତ କୁମାର ସାହୁ, ଗୌରଚରଣ କୁଅଁର, ଧନିରାମ ପିଞ୍ଜାରା,ପ୍ରହଲ୍ଲାଦ ସାହୁ, ଶତ୍ରୁଘ୍ନ ସାହୁ, ସନ୍ତୋଷ ସାହୁ, ଦିଲ୍ଲୀପ ସାହୁ, ସୌଦାଗର ସାହୁ, ଅଶୋକ ସିଂ,ମଳୟ କୁମାର ସାହୁ, ହେମସାଗର ସାହୁ, ରୁଦ୍ର ସାହୁ, ଆୟୁଶ ଅଗ୍ରୱାଲ, ଅଶୋକ ଜିନ୍ଦଲ, ଶହଦେବ ରଣା ଉପସ୍ଥିତ ଥିଲେ ।ପତିତପାବନ ସାହୁ ସଭା ପରିଚାଲନା କରିଥିବା ବେଳେ ସ୍ବତନ୍ତ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault