ହେଡଲାଇନସ୍:

ମୋ ସରକାରର ସୁଫଳ ମିଳିବ କି ଦିବ୍ୟାଙ୍ଗ ବିଶ୍ୱନାଥଙ୍କୁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦିବ୍ୟାଙ୍ଗଙ୍କୁ ଉପହାସ, ପରିବାରକୁ ମିଳୁନି ମୌଳିକ ସୁବିଧା 

ତୁରେକେଲା (ସୁରେନ୍ଦ୍ର ତାଣ୍ଡି ): ଦିବ୍ୟାଙ୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାର କରୁଛନ୍ତି ଅନେକ ଯୋଜନା । ନିଜକୁ କୌଣସିଥିରେ କମ୍ ନଭାବି ଆଗକୁ ବଢିବେ, ଅନ୍ୟମାନଙ୍କ ସହ ତାଳ ମିଶାଇ ଚାଲିବେ । କିନ୍ତୁ ସରକାରଙ୍କ ଏହି ଯୋଜନା କେତେ ଯେ ଫଳପ୍ରଦ ଅନେକ ସମୟରେ ଆମେ ଦେଖିଥାଉ । ବାସ୍ତବ ଚିତ୍ର ଭିନ୍ନ । ହିତାଧିକାରୀ ପାଇନଥାନ୍ତି ସହାୟତା । ପୁଣି ଥରେ ସରକାରଙ୍କ ଯୋଜନାର ବିଫଳ ଚିତ୍ର ଆସିଛି ତୁରେକେଲାରୁ  ।

ବଲାଙ୍ଗୀର ଜିଲ୍ଲା ତୁରେକେଲା  ବ୍ଲକ ଅନ୍ତର୍ଗତ କୁଇବାହାଲ  ପଞ୍ଚାୟତର ସଦର  ଗାଁ । ଏହି ଗାଁରେ ରୁହନ୍ତି ଭାଗିରଥି ଚନ୍ଦନଙ୍କ ପରିବାର । ପରିବାର କହିଲେ ସ୍ୱାମୀ ସ୍ତ୍ରୀ ଓ ଗୋଟିଏ ପୁଅ ଏବଂ ଝିଅ ।  ପୁଅ ବିଶ୍ୱନାଥ ଭିନ୍ନକ୍ଷମ | ତେଣୁ ନିଜ ପେଟକୁ ଦୁଇମୁଠା ଖାଇବା ଯୋଗାଡ କରିବା କଷ୍ଟକର ହୋଇପଡୁଥିବା ବେଳେ ଦିବ୍ୟାଙ୍ଗ ପୁଅର ଚିକିତ୍ସା ଖର୍ଚ୍ଚ ତାଙ୍କ ପାଇଁ ବୋଝ ପାଲଟିଛି । ସହାୟତା ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି ଜଣାଇଥିଲେ ମଧ୍ୟ କୌଣସି ସହାୟତା ମିଳୁନି । ତେଣୁ ମୁଣ୍ଡରେ ହାତ ଦେଇଛନ୍ତି ଭାଗିରଥି  । ସେପଟେ ଏନେଇ ଆମ ପ୍ରତିନିଧି ତୁରେକେଲା  ବିଡିଓଙ୍କୁ ଯୋଗାଯୋଗ କରିଥିଲେ  ମଧ୍ୟ ସେ କୌଣସି ମତାମତ ଦେଇନାହାନ୍ତି । ସେହିପରି ଗାଁ ସରପଞ୍ଚ ଖୁବ୍ ଶୀଘ୍ର ଏହି ପରିବାରକୁ ଥଇଥାନ କରାଯିବ ବୋଲି ସୂଚନା ଦେଇଛନ୍ତି ।

ତାଙ୍କୁ ଶୀଘ୍ର ଭିନ୍ନକ୍ଷମ ଭତ୍ତା ଯୋଗେଇଦେବା ସହ ଏକ ହୁଇଲ ଚେୟାର ଯୋଗେଇ ଦେବା ନିମନ୍ତେ ସରକାର ତଥା ପ୍ରଶାସନକୁ ଆମ ଶାସକପ୍ରଶାସକ ପରିବାର ତରଫରୁ ବିନମ୍ର ନିବେଦନ | ସେପଟେ ଭାଗିରଥିଙ୍କ ପରିବାର ପାଇଁ ସରକାରୀ ସହାୟତା ସାତ ସପନ । କେତେବେଳ ସେମାନଙ୍କ ଦୁଃଖ ଦୂର ହେବ, ଏହି ପରିବାର ଚାହିଁବସିଛନ୍ତି ।

 

0
0
0
s2sdefault