ହେଡଲାଇନସ୍:

ଆରପାରିରେ ଥାଇ ବି ଅନ୍ୟର ଆଖିରେ ବଂଚି ରହିବେ ପିଙ୍କି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ଼ ଟାଉନର ୱାର୍ଡ ନମ୍ବର 11 ଶକ୍ତି ନଗର ନିବାସୀ ଶ୍ରୀ ବିଷ୍ଣୁ ଅଗ୍ରୱାଲ  (39 ) ଙ୍କର ଧମପତ୍ନୀ ଶ୍ରୀମତୀ ପିଙ୍କି ଅଗ୍ରୱାଲଙ୍କ ଆଜି ଦେହାନ୍ତ ହୋଇଯାଇଛି  । ପିଙ୍କି ଙ୍କର ଦେହାନ୍ତ ପରେ ପରିବାର ଲୋକେ ପିଙ୍କିଙ୍କୁ ସବୁଦିନ ପାଇଁ ଜୀବିତ ରଖିବା ପାଇଁ ଏକ ମହତ ପଦକ୍ଷେପ ନେଇଛନ୍ତି । ପରିବାର ଲୋକ ନିଜ ଭିତରେ ଆଲୋଚନା କରି ପିଙ୍କିଙ୍କର ଚକ୍ଷୁ ଦାନ କରିବା ନିଷ୍ପତ୍ତି ନେଇଥିଲେ ଓ ତୁରନ୍ତ ଚକ୍ଷୁ ଦାନ ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ । ଭାରତ ବର୍ଷରେ ଆଜି ବହୁ ଲୋକ ବିନା ଆଖିରେ ଯେଉଁଭଳି ଦୁଃଖରେ ଚଳୁଛନ୍ତି ପିଙ୍କିଙ୍କର ପରିବାର ସେକଥାକୁ ହୃଦୟଙ୍ଗମ କରି ଏହି ମହାନ ନିଷ୍ପତ୍ତି ନେଇଥିଲେ । ବିଷ୍ଣୁ ଅଗ୍ରୱାଲଙ୍କର ଏହି ମହାନ ନିଷ୍ପତ୍ତି ପିଙ୍କିଙ୍କୁ ମୃତ୍ୟ ପରେ ବି ଜୀବିତ ରଖିବ ଏଥିରେ ସନ୍ଦେହ ନାହିଁ । ଏହିଭଳି ମହତ  ନିଷ୍ପତ୍ତି ଗ୍ରହଣ କରିଥିବାରୁ ସମଗ୍ର ଜିଲ୍ଲା ତଥା ମାନବ ସମାଜ ନିଶ୍ଚିତ ଭାବରେ ଅଗ୍ରୱାଲ ପରିବାର ର ପ୍ରସଂଶା କରିବ ।

 

0
0
0
s2sdefault