ହେଡଲାଇନସ୍:

ବିଜେପୁର ଉପନିର୍ବାଚନ: ପ୍ରଚାରରେ ଆଗୁଆ ବିଜେଡି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବିଜେପୁର ଉପନିର୍ବାଚନ ପାଇଁ ଧାର୍ଯ୍ୟ ତାରିଖ ଯେତେ ପାଖେଇ ଆସୁଛି ରାଜନୈତିକ ଦଳ ମାନଙ୍କର ପ୍ରଚାର ସେତେ ମାତ୍ରାରେ ତୀବ୍ର ହେବାରେ ଲାଗିଛି । ଏହି ଉପନିର୍ବାଚନ ଜିତିବା ପାଇଁ ସବୁ ଦଳ ତରଫରୁ ଜୋରଦାର ପ୍ରୟାସ କରାଯାଉଛି । ହେଲେ ବର୍ତ୍ତମାନ ଚାଲିଥିବା ପ୍ରଚାର କାର୍ଯ୍ୟକ୍ରମ ରେ ବିଜେଡି ଆଗୁଆ ଥିବା ସ୍ପଷ୍ଟ ଭାବରେ ଜଣା ପଡୁଛି। ନିଜର ଦଲୀୟ ପ୍ରାର୍ଥୀ ଙ୍କର ସପକ୍ଷରେ ପ୍ରଚାର କାର୍ଯ୍ୟକ୍ରମ ର ଦେଖରେଖ କରିବା ପାଇଁ ରାଜ୍ୟର ଅନେକ ଅନୁଭବୀ ନେତା  ଦାଇତ୍ୱ ନେଇଛନ୍ତି । ଏପଟେ ନିଜେ ପ୍ରାର୍ଥୀ ରୀତା ସାହୁ  ମଧ୍ୟ ପ୍ରତ୍ୟେକ ଦିନ ସକାଳୁ ବିଳମ୍ବିତ ରାତ୍ରି ପର୍ଯନ୍ତ ଘର ଘର ବୁଲି ପ୍ରଚାର କରୁଛନ୍ତି । ଏହିକ୍ରମରେ ଆଜି ଶ୍ରୀମତୀ ସାହୁ ବିଜେପୁର ବ୍ଲକ ର ବିଭିନ୍ନ ଗ୍ରାମ ବୁଲି ନିଜ ପାଇଁ ଭୋଟ ଭିକ୍ଷା କରିଥିଲେ । ବିଜେପୁର ପ୍ରଚାର କାର୍ଯ୍ୟକ୍ରମ ଆଜି ଶ୍ରୀମତୀ ସାହୁ ଙ୍କର ସହିତ ମନ୍ତ୍ରୀ ଶ୍ରୀ ଅରୁଣ ସାହୁ , ମନ୍ତ୍ରୀ ଟୁକୁନି ସାହୁ , ବିଧାୟକ ଶ୍ରୀ ସଂଜୀବ ମଲ୍ଲିକ, ବିଧାୟକ ରମେଶ ବେହେରା , ବିଧାୟକ ରାଜେନ୍ଦ୍ର ସାହୁ , ପୂର୍ବତନ ବିଧାୟକ ଯୋଗେଶ ସିଂ ,ଶ୍ରୀ ଜନାର୍ଦନ ପାଣିଗ୍ରାହୀ , ବିଜେପୁର ବ୍ଲକ ଅଧ୍ୟକ୍ଷ ଶ୍ରୀମତି ମାନିନୀ ଭୋଇ , ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି ଗାଇସିଲେଟ ବ୍ଲକ ର ବିଭିନ୍ନ ସ୍ଥାନରେ ମନ୍ତ୍ରୀ ନବ କିଶୋର ଦାଶ, ମନ୍ତ୍ରୀ ରାଜା ସ୍ୱାଇଁ , ବିଧାୟକ ପ୍ରୀତି ରଂଜନ ଘୋଡେଇ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶ୍ରୀ ବିଜୟ ରଂଜନ ସିଂ ବରିହା , ଶ୍ରୀ ତାପସ ରାୟ ଚୌଧୁରୀ ପ୍ରମୁଖ ଦଲୀୟ ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁ ଙ୍କର ପାଇଁ ପ୍ରଚାର କରିଥିଲେ । ଚଳିତ ଥର ବିଜେପୁର  ମୁଖ୍ୟମନ୍ତ୍ରୀ ଙ୍କର ନିର୍ମଲ ଭାବମୂର୍ତି ଓ ଲୋକପ୍ରିୟତା ପୁଣିଥରେ ବିଜେପୁର ରୁ ବିଜେଡି ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁ ଙ୍କୁ ବିପୁଳ ଭୋଟ ବ୍ୟବଧାନ ରେ ବୀଜୟି କରାଇବ ବୋଲି ଦଲୀୟ କର୍ମକର୍ତା ମନେ ପ୍ରକାଶ କରିଛନ୍ତି ।

0
0
0
s2sdefault