ହେଡଲାଇନସ୍:

ଖାଆସେ ପାଣ୍ଡିଆନ ସାହିବ ଆସିବେ ବୋଲି : ଦି ଦିନ ତଳେ ଦୁର୍ଗନ୍ଧରେ ନାକ ଫାଟୁଥିଲା, ଏବେ ଫିନଫିନ ଆଉ ପଡିଛି ଫିନାଇଲି  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(Dillip Mohanty )- କେମିତି ଚାଲିଛି ମୁଖ୍ୟମନ୍ତ୍ରୀ ନବୀନଙ୍କ ମୋ ସରକାର କାର୍ଯ୍ୟକ୍ରମ । ସ୍ଥିତି ପରଖିବା ନିମନ୍ତେ ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀ ନବୀନଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଅକ୍ଟୋବର ୯ରୁ ଓଡ଼ିଶାର ବିଭିନ୍ନ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି ସମୟରେ ଅକ୍ଟୋବର ୧୩ ରବିବାର ୫-ଟି ସଚିବ ଶ୍ରୀପାଣ୍ଡିଆନ ହେଲିକେପ୍ଟର ଯୋଗେ ବାରିପଦା ଗସ୍ତରେ ଆସି ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ସହ ଜିଲ୍ଲା ମୁଖ୍ୟଚିକିତ୍ସାଳୟ, ବାରିପଦା ଟାଉନ ଥାନା, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ଆହାର କେନ୍ଦ୍ର ଆଦି ପରିଦର୍ଶନରେ ଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଜନସାଧାରଣରେ ହେଉଥିବା ଚର୍ଚ୍ଚାରୁ ଜଣାପଡ଼ିଛି । 

         ଓଡ଼ିଶାରେ ପ୍ରଶାସନିକ ସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ସହ ଶାସନ ବ୍ୟବସ୍ଥାକୁ ଲୋକାଭିମୁଖୀ, ସଶକ୍ତ ଓ କ୍ରିୟାଶୀଳ, ଅଧିକ ଉତ୍ରଦାୟୀ ଓ ଲୋକଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପବିତ୍ର ଗାନ୍ଧୀ ଜୟନ୍ତୀରୁ ଆରମ୍ଭ କରିଛନ୍ତି ‘ମୋ ସରକାର’ କାର୍ଯ୍ୟକ୍ରମ । ଯୋଜନାର ମୂଳତତ୍ୱଭାବେ ସାଧାରଣ ଜନତା ଗଣତନ୍ତ୍ରର ଆତ୍ମା ଏବଂ ଗଣତନ୍ତ୍ରରେ ପ୍ରତ୍ୟେକ ଅନୁଷ୍ଠାନ  ଜନତାଙ୍କ କଲ୍ୟାଣ ପାଇଁ, ଜନତାଙ୍କ ପଇସାରେ, ଜନତାଙ୍କ ସେବା ଏବଂ ସଶକ୍ତୀକରଣ ନିମନ୍ତେ ଉଦ୍ଧିଷ୍ଟ । ଜନତା ଏହାର ପ୍ରକୃତ ମାଲିକ । ଜନତା ହେଉଛନ୍ତି ସରକାର । ସରକାରଙ୍କ ଅଧୀନରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଜନତାଙ୍କ ପାଇସାରେ ଦରମା ପାଇଥାନ୍ତି । ଥାନା, ଡ଼ାକ୍ତରଖାନା, ସରକାରୀ କାର୍ଯ୍ୟାଳୟ ଜନତାଙ୍କ ସେବା ପାଇଁ କାର୍ଯ୍ୟକରୁଛି । ‘ମୋ ସରକାର’ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ନବୀନଙ୍କ ୫-ଟିର ଏକ ଅଂଶ ବିଶେଷ । ଏହା ତୃଣମୂଳସ୍ତରରେ କିଭଳି କାର୍ଯ୍ୟକାରୀ ହେଉଛି ସ୍ଥିତି ଅନୁଧ୍ୟାନ କରିବା ନିମନ୍ତେ ୫-ଟି ସଚିବ ଶ୍ରୀପାଣ୍ଡିଆନଙ୍କ ଏହି ବାରିପଦା ଗସ୍ତ ବୋଲି ଜନସାଧାରଣରେ ହେଉଥିବା ଆଲୋଚନାରୁ ଜଣାପଡ଼ିଛି । ସେହିପରି ଜନସାଧାରଣ ସଚିବଙ୍କ ଏହି ଗସ୍ତ ବିଜେଡ଼ିର ପ୍ରଚାର ନିମନ୍ତେ ଉଦ୍ଧିଷ୍ଟ ଅଥବା ଜନତାଙ୍କ ସାମୂହିକ ସ୍ୱାର୍ଥ ସାଧାନକୁ ନେଇ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ୫-ତି ସଚିବ ଶ୍ରୀପାଣ୍ଡିଆନ ଅଚାନକ ପରିଦର୍ଶନରେ ଆସିଥିଲେ ମୟୂରଭଞ୍ଜ ଜିଲ୍ଲା ଏବଂ ବାରିପଦାରେ କିପରି ଚାଲିଛି ‘ମୋ ସରକାର’ କାର୍ଯ୍ୟକ୍ରମ ତାର ବାସ୍ତବ ଚିତ୍ରକୁ ପରଖିପାରିଥାନ୍ତେ । ମାତ୍ର ତାଙ୍କ ଗସ୍ତ କାର୍ଯ୍ୟକ୍ରମ ଜଣାପଡ଼ିବା ପରେ ହଠାତ୍ ରାତାରାତି ପ୍ରଶାସନିକ ଅଧିକାରୀମାନେ ତତ୍ପର ହୋଇଉଠିଛନ୍ତି । ପିଆରଏମ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ରୂପରେଖ ପରିବର୍ତ୍ତନ ହୋଇଯାଇଛି । ଦୁଇ ଦିନ ତଳେ ନାକରେ ରୁମାଲ ଦେଇ ଜନସାଧାରଣଙ୍କୁ ଦେଖିବାକୁ ମିଳୁଥିବା ବେଳେ ଆଜି ଫିନାଇଲ ଡେଟୋଲ ବାସ୍ନା ଆସୁଥିବାର ଦେଖିବାକୁ ମିଳୁଛି । ଉଦଘାଟନ ପରେ ବନ୍ଦ ହୋଇପଡ଼ିଥିବା ଉଦଘୋଷଣ ଯନ୍ତ୍ର ହଠାତ୍ କାର୍ଯ୍ୟ ଆରମ୍ଭ କଲା । ପିଆରଏମ ମେଡ଼ିକାଲ କଲେଜ ଓ ହସପିଟାଲକୁ ଦେଖିଲେ ଏକ ଘରୋଇ ହସପିଟାଲର ଭ୍ରମ ସୃଷ୍ଟି କରାଉଛି । ସେହିପରି ରାସ୍ତାଘାଟ ସବୁ କିଛି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ମରାମତି । 

                କିନ୍ତୁ, ଅସଲ କଥା ହେଲା ଏହା କଣ ସବୁ ଦିନ ରହିବ ଅଥବା ଦେଖିବାକୁ ମିଳିବ । ପିଆରଏମ ମେଡ଼ିକାଲ କଲେଜ ଓ ହସପିଟାଲକୁ ୨୪ ଘଣ୍ଟା ବିଜୁଳି ସଂଯୋଗ ନିମନ୍ତେ ସରକାର ଅର୍ଥ ଯୋଗାଇ ଦେଇଛନ୍ତି । ମାତ୍ର ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ । ହସପିଟାଲକୁ ଉଚ୍ଚ କ୍ଷମତା ସମ୍ପନ୍ନ ଜେନେରେଟର ସରକାର ଯୋଗାଇ ଦେଇଛନ୍ତି । ଘଣ୍ଟା ଘଣ୍ଟା ବିଦୁ୍ୟତ୍କାଟ ହେଉଥିଲେ ମଧ୍ୟ ଦିନେ ହେଲେ ଉକ୍ତ ଜେନେରେଟରକୁ ବ୍ୟବହାର କରାଯାଉ ନାହିଁ । ହସପିଟାଲକୁ ଆସିଥିବା ଅତ୍ୟାଧୁନିକ ଯନ୍ତ୍ରପାତି ମଧ୍ୟରୁ କେତେକ ଯନ୍ତ୍ରପାତିକୁ ବ୍ୟବହାର କରାଯାଇନାହିଁ । ୭ ମହଲାରେ ମାସ ମାସ ଧରି ଲିଫ୍ଟ ଅଚଳ ରହିଥାଏ । ଶବ ବ୍ୟବଚ୍ଛେଦ ସମୟରେ ବେନିୟମ ଭାବେ ଅର୍ଥ ଆଦାୟ କରାଯାଇ ଥାଏ । ଡ଼ାକ୍ତରମାନଙ୍କ ପ୍ରେସକ୍ରିପସନ ଅନୁସାରେ ନିରାମୟରେ ଔଷଧ ମିଳିନଥାଏ । ରାତି ସମୟର କଥା ନ କହିବା ଭଲ । ବିଭିନ୍ନ ସମୟରେ ସଫେଇ ହେଉନଥିବାରୁ ହସପିଟାଲ ପରିସରରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଜମା ହୋଇ ପଡ଼ିଥାଏ । ଚିକିତ୍ସାରେ ଅବହେଳା କାରଣରୁ ରୋଗୀ ମୃତୁ୍ୟ ଅଭିଯୋଗ ନିତିଦିନିଆ ଘଟଣାରେ ପରିଣତ ହୋଇସାରିଛି । ହସପିଟାଲର ଡ଼ାକ୍ତରମାନଙ୍କ ମଧ୍ୟରୁ ଅଧିକାଂଶ ଡ଼ାକ୍ତର ଘରୋଇ ଚିକିତ୍ସାଳୟ ସହ ସିଧାସଳଖ ସମ୍ପର୍କ ରଖିଆସୁଛନ୍ତି ।  

           ସେହିପରି ବାରିପଦା ସହରରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଚୋରୀ, ଡ଼କାୟତି, ଛିନ୍ନତାଇ, ରାହାଜାନୀ , ଠକେଇ ଆଦି ନିତିଦିନିଆ ଘଟଣାରେ ପରିଣତ ହୋଇସାରିଛି । ମୁଖ୍ୟମନ୍ତ୍ରୀ ନବୀନଙ୍କ ମୋ ପୁଲିସ ସମିତି କାର୍ଯ୍ୟକ୍ରମ ପଙ୍ଗୁ ହୋଇଯାଇଛି । ଅଦାଲତର ନିଦେ୍ର୍ଧଶକୁ ଥାନା ଅଧିକାରୀ ପାଳନ କରିବାକୁ ପ୍ରସ୍ତୁତ ନୁହନ୍ତି । 

           ମୟୂରଭଞ୍ଜ ଜିଲ୍ଲାରେ ଥିବା ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଦୁର୍ନୀତି ଚରମ ସୀମାରେ ପହଁଞ୍ଚିଯାଇଛି । ଜଣେ ପରେ ଜଣେ ଲାଞ୍ଚଖୋର ସରକାରୀ କର୍ମଚାରୀ ଭିଜିଲାନ୍ସର ଜାଲରେ ଧରାପଡ଼ୁଥିଲେ ମଧ୍ୟ ଏହାର କୌଣସି ପ୍ରଭାବ ଅସାଧୁ କର୍ମଚାରୀମାନଙ୍କ ଉପରେ ପ୍ରତିଫଳିତ ହେଉନଥିବାର ପରିଲକ୍ଷିତ ହୋଇଛି । ରାସ୍ତାଘାଟର ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଉଛି । ଫଳରେ ନିର୍ମାଣ ଶେଷ ନ ହେଉଣୁ ନଷ୍ଟ ହେବାରେ ଲାଗିଛି । ଉଦ୍ୟାନ କୃଷି, କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ଜଳସେଚନ, ପରିବହନ, ରାଜସ୍ୱ ଆଦି ପ୍ରାୟ ସମସ୍ତ ବିଭାଗକୁ ନେଇ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି । 

          ମୟୂରଭଞ୍ଜ ଜିଲ୍ଲାର ବାସ୍ତବ ଚିତ୍ର ଏହି ପ୍ରକାରର ରହିଥିବା ବେଳେ ୫-ଟି ସଚିବଙ୍କ ସ୍ଥିତିର ସମୀକ୍ଷା ତାଙ୍କ ନିମନ୍ତେ ଏକ ଆହ୍ୱାନରେ ପରିଣତ ହୋଇଛି । ତେଣୁ ସଚିବ ଶ୍ରୀପାଣ୍ଡିଆନଙ୍କ ବାରିପଦା ଗସ୍ତ ଉପରେ ଜିଲ୍ଲାବାସୀଙ୍କ ନଜର ରହିଛି । ମାତ୍ର ସଚିବଙ୍କ ବାରିପଦା ଗସ୍ତ ନେଇ ଜନସାଧାରଣରେ ପ୍ରଚାର ଜୋର ଧରିଥିବା ବେଳେ ପ୍ରଶାସନ ପକ୍ଷରୁ ଖବର ଲେଖାଯିବା ପର୍ଯ୍ୟନ୍ତ କିଛି ସୂଚନା ମିଳିପାରି ନାହିଁ ।  

0
0
0
s2sdefault