ହେଡଲାଇନସ୍:

ଭାରତୀୟ ଯୁବ ପୁରସ୍କାରରେ ସମ୍ମାନିତ ହେଲେ ବାରିପଦାର ସୁବ୍ରତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା,( ଦିଲ୍ଲୀପ ମହାନ୍ତି): ଉତ୍ତର ପ୍ରଦେଶର ଆଗ୍ରା ଠାରେ ଯୁବ ଖେଳକୁଦ ମହାସଂଘ ପକ୍ଷରୁ ଆୟୋଜିତ ସର୍ବଭାରତୀୟ  ଯୁବ ପୁରସ୍କାର ସମ୍ମାନ କାର୍ଯ୍ୟକ୍ରମରେ ଓଡ଼ିଶାର ଏକ ମାତ୍ର ଯୁବକ ଭାବେ ଚଳିତ ବର୍ଷ ର ଭାରତୀୟ ଯୁବ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ମୟୁରଭଞ୍ଜ ଜିଲ୍ଲାର  ସୁବ୍ରତ। ବାରିପଦା ସ୍ଥିତ (ତଖତପୁର ଅଞ୍ଚଳର) ପିତା ଦିଲ୍ଲୀପ କୁମାର ଦାସ ଓ ମାତା ଭାରତୀ ଦାସ ଙ୍କ ସୁପୁତ୍ର ଶ୍ରୀମାନ ସୁବ୍ରତ କୁମାର ଦାସ। ଆଗ୍ରା ଠାରେ ଅନୁଷ୍ଠିତ ଏହି ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଦିଲ୍ଲୀ ସରକାରଙ୍କ ଡ଼ଃ ବି.ଆର. ଆମ୍ବେଦକର ରତ୍ନ ଉପାଧିରେ ରେ ସଂମ୍ମାନୀତ ଶ୍ରୀ ଗୋପାଳ ପାହାଡିଆ ଯୋଗ ଦେଇ ବିଭିନ୍ନ ରାଜ୍ୟରୁ ଆସିଥିବା ସ୍ବେଚ୍ଛାସେବୀ, କ୍ରୀଡ଼ାବିତ ଓ ଶିକ୍ଷାବିତମାନଙ୍କୁ ପୁରାସ୍କୃତ କରିଥିଲେ। ଏହି ସର୍ବଭାରତୀୟ ଯୁବ ପୁରସ୍କାର କାର୍ଯ୍ୟକ୍ରମ ରେ ସର୍ବଭାରତୀୟ ସ୍ତରରେ ସମାଜ ସେବା ପାଇଁ ୩ ଜଣଙ୍କ ମଧ୍ୟରେ  ଓଡିଶାରୁ ଏକ ମାତ୍ର ଯୁବକ ଭାବରେ ସୁବ୍ରତ ଦାସ ଯୋଗ ଦେଇ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ସୂଚନା ଯୋଗ୍ୟ ଗତ ଅଗଷ୍ଟ ମାସ ୧୨ ତାରିଖରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ୨୦୧୬-୧୭ ମସିହା ସର୍ବଭାରତୀୟ ସ୍ତରରେ ରାଷ୍ଟ୍ରୀୟ ଯୁବ ପ୍ରତିଭା ସମ୍ମାନରେ ସୁବ୍ରତ ସମ୍ମାନିତ ହୋଇ ମୟୁରଭଞ୍ଜ ଜିଲ୍ଲା ସମେତ ସାରା ରାଜ୍ୟର ଗୌରବ ବୃଦ୍ଧି କରିଥିଲେ। ତତ୍ ସହିତ ଏହି ମାସ କୋଣାର୍କ ଠାରେ ଅନୁଷ୍ଠିତ ନେହେରୁ ଯୁବା କେନ୍ଦ୍ର ଓଡ଼ିଶା ଶାଖା ପକ୍ଷରୁ ଏକ ରାଜ୍ୟ ସ୍ତରୀୟ ଯୁବ ନେତୃତ୍ୱ ଓ ପ୍ରଶିକ୍ଷଣ ଶିବିରରେ ତାଙ୍କୁ ରାଜ୍ୟ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀଙ୍କ କୋରକମୋଳରେ ଶ୍ରୀ ଦାସ ସଂମ୍ମାନୀତ ହୋଇଥିଲେ। ପାଠ ପଢ଼ିବା ସମୟରେ ବିଭିନ୍ନ ସେବା କାର୍ଯ୍ୟକ୍ରମରେ ଜଡ଼ିତ ହୋଇ ଦୁଇ ଦୁଇ ଥର  ମଧ୍ୟ ରାଜ୍ୟସ୍ତରରେ ଓ ଅନେକ ସମୟରେ ବିଭିନ୍ନ ଅନୁଷ୍ଠାନ ତରଫରୁ ପୁରସ୍କୃତ ହୋଇସାରିଛନ୍ତି । ଏହି ସମ୍ମାନ ପାଇଁ ଶ୍ରୀ ଦାସ ଯୁବ ଖେଳକୁଦ ମହାସଂଘର ଅଧକ୍ଷ ଶ୍ରୀ ସନ୍ତୋଷ ତେତରୀୟା ସହ ମହାସଂଘକୁ ଧନ୍ୟବାଦ ଦେଇଥିଲେ। ତାଙ୍କର ଏହି ଗୌରବ ପାଇଁ ପରିବାର ସହ ବିଭିନ୍ନ ମହଲରୁ ଶୁଭେଚ୍ଛାର  ସୁଅ ଛୁଟି ଚାଲିଛି।

0
0
0
s2sdefault