ହେଡଲାଇନସ୍:

ସତରେ ଅଶୋକ ଅଲୋଡ଼ା , କାଲି ଜଣା ପଡିଗଲା !!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :-  ଗତକାଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁର ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ର ପ୍ରାର୍ଥୀ ଶ୍ରୀ ସନତ ଗଡ଼ତିଆ ଙ୍କର ପାଇଁ ପ୍ରଚାର କରିବାକୁ ଗାଇସିଲେଟ ବ୍ଲକ ଆସିଥିଲେ । ଆୟୋଜିତ ଜନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବୁରୋଧରେ ବହେ ବର୍ଷିଲେ । ଦଳର ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା , ପୂର୍ବତନ ପଦ୍ମପୁର ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ , ବରଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ, ସାଂସଦ ସୁରେଶ ପୂଜାରୀ , ସୁରେଶ ମହାଳିଙ୍ଗ, ଜିଲ୍ଲା ସଭାପତି ଶ୍ରୀ ଅରୂପା ନନ୍ଦ ସାହୁ ପ୍ରମୁଖ କେନ୍ଦ୍ର ମନ୍ତ୍ରୀ ଙ୍କର ସହିତ ଥିଲେ । ହେଲେ ସମଗ୍ର ଦୃଶ୍ୟପଟରୁ ପୂର୍ବତନ ବିଧାୟକ ଶ୍ରୀ  ଅଶୋକ ପାଣିଗ୍ରାହୀ ଅନ୍ତର୍ଧ୍ୟାନ ଥିଲେ । ଅଶୋକ ପାଣିଗ୍ରାହୀ ଙ୍କର ଅନୁପସ୍ଥିତି କୁ ନେଇ ଏବେ ଅଂଚଳରେ ଜୋରଦାର ଚର୍ଚ୍ଚା । ଅଶୋକ ପୂର୍ବରୁ କହିଛନ୍ତି ଯେ ଦଳ ତାଙ୍କୁ ଅଣଦେଖା କରୁଛି । ତେବେ କଣ ଅଶୋକ ଙ୍କର କଥା ଠିକ ?

0
0
0
s2sdefault