ହେଡଲାଇନସ୍:

ସୁନାଦେଇଙ୍କ ଛତରଯାତ୍ରା, ଚଳଚଞ୍ଚଳ ସୁନାବେଡା ଅଭୟାରଣ୍ୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କୋମନା (ଭାଗିରଥି ଭୋଇ)- ନୂଆପଡା ଜିଲା ସୁନାବେଡା ଅଭୟାରଣ୍ୟସ୍ଥିତ ସୁନାଦେଇଙ୍କ ଛତରଯାତ୍ରା ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବ । ଏଥି ପାଇଁ ଚଳଚଞ୍ଚଳ ସୁନାବେଡା ଅଭୟାରଣ୍ୟ । ଆଦିମକାଳରୁ ହେଇଅାସୁଥିବା ଏହି ଛତରଯାତ୍ରା ଅଭୟାରଣ୍ୟର ୮୪ ଗ୍ରାମର ବନବାସୀଙ୍କୁ ଏକତା ଡୋରୀରେ ବାନ୍ଧି ରଖିଛି । ଲୋକେ ଘର ଲିପାପୋଛା କରିବା ସହ ମା'ଙ୍କ ପର୍ବକୁ ଅପେକ୍ଷା କରି ରହିଛନ୍ତି । ଦଶହରା କୁମାର ପୂର୍ଣ୍ଣିମାରେ ହେଇ ଅାସୁଥିବା ଏହି ଯାତ୍ରାକୁ ଦେଖିବା ପାଇଁ ସୁଦୂର ଛତିଶଗଡ ସମେତ ବଲାଙ୍ଗୀର, ବରଗଡ,ସମ୍ବଳପୁର ଭଳି ଅନେକ ସ୍ଥାନରୁ ଧାଇଁ ଆସନ୍ତି । ପୂଜା ଦିନ ଗା ର ଝାଙ୍କର ବାଜା ବଜାଇ ମନ୍ଦିରକୁ ଆସିଥାନ୍ତି । ସେଠାରେ ମା'ଙ୍କୁ ପୂଜାର୍ଚନା କରିବା ପରେ ମା' ଦେହୁରୀଙ୍କ ଦେହରେ ଅାସି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ମାନସିକଧାରୀଙ୍କ ବୋଦା ବଳିରେ ରକ୍ତ ରଞ୍ଜିତ ହୁଏ ଶକ୍ତିପୀଠ । କୁହାଯାଏ ମା'ଙ୍କର ଏହି ପୂଜା ନ ସରିବା ଯାଏଁ ବନବାସୀମାନେ ଜଙ୍ଗଳଜାତ ଦ୍ରବ୍ୟକୁ ଛୁଅନ୍ତି ନାହିଁ ।

0
0
0
s2sdefault