ଭୁବନେଶ୍ୱର:ଲୋକସଭାବାଚସ୍ପତି ତଥା ଅଖିଳ ଭାରତ ବାଚସ୍ପତିମାନଙ୍କ ସମ୍ମିଳନୀର ଅଧ୍ୟକ୍ଷ ଶ୍ରୀ ଓମ ବିର୍ଲା ଦେଶର ୭ଟି ବିଧାନସଭାର ବାଚସ୍ପତିମାନଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତିା ଏହି କମିଟି ବିଧାନସଭାଗୁଡ଼ିକର କାର୍ଯ୍ୟ ପରିଚାଳନାରେ ବ୍ୟବହାର ହେଉଥିବା କମ୍ପ୍ୟୁଟର ଓ ସୂଚନା ପ୍ରଯୁକ୍ତିର ମୂଲ୍ୟାୟନ କରିବେ ଓ ଏ ଦିଗରେ ଆଗାମୀ ପଦକ୍ଷେପ ସଂପର୍କରେ ପ୍ରସ୍ତାବ ଦେବେ | ଏହି କମିଟିରେ ଅନ୍ୟତମ ସଦସ୍ୟ ଭାବେ ଓଡ଼ିଶାର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ସ୍ଥାନ ପାଇଛନ୍ତିା ଓଡ଼ିଶା ବ୍ୟତୀତ ଆସାମ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଓ ପୁଡ଼ୁଚେରୀ ବିଧାନସଭାର ବାଚସ୍ପତିମାନେ ମଧ୍ୟ ଏହାର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି |
ରାଜ୍ୟ
ଲୋକସଭା ବାଚସ୍ପତିଙ୍କ ଦ୍ୱାରା ଗଠିତ କମିଟିରେ ବାଚସ୍ପତି ଡ. ପାତ୍ର
- Hits: 712