ହେଡଲାଇନସ୍:

"କୃଷିବିଜ୍ଞାନ ଶିକ୍ଷାକ୍ଷେତ୍ରରେ ନୂତନ ଯୁଗର ଅୟମାରମ୍ଭ': : ମନ୍ତ୍ରୀ ଡ. ସାହୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଫିଲିପାଇନ୍ସ ଗସ୍ତ ; ଶୁଭେଚ୍ଛା ଜଣାଇଲେ ମନ୍ତ୍ରୀ ଡ. ସାହୁ

ଭୁବନେଶ୍ୱର,: ଶିକ୍ଷାଦାନ ଓ ଗବେଷଣା ମାନରେ ଉନ୍ନତି ଆଣି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟକୁ ଏକ ଉତ୍କର୍ଷ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ଉଚ୍ଚତର ଜ୍ଞାନ ଆହରଣ ପାଇଁ ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ଅନୁଷ୍ଠାନକୁ ପଠାଯିବାର ବ୍ୟବସ୍ଥା ଏକ ନୂତନ ଯୁଗର ଅୟମାରମ୍ଭ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତିା

ପ୍ରଥମ ପର୍ଯ୍ୟାୟରେ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟର ୫ ଜଣ ଛାତ୍ରଛାତ୍ରୀ ଫିଲିପାଇନ୍ସସ୍ଥିତ ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ରକୁ ଉଚ୍ଚତର ଜ୍ଞାନ ଆହରଣ ନିମନ୍ତେ ଗସ୍ତ କରୁଥିବା ଉପଲକ୍ଷେ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ କହିଲେ ବିଶ୍ୱବିଦ୍ୟାଳୟର ଏହି ନୂତନ ପଦକ୍ଷେପ ଦ୍ୱାରା କୃଷି ଓ ଆନୁଷଙ୍ଗିକ କୃଷିବବିଜ୍ଞାନ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇବା ସହିତ ବିଶ୍ୱବିଦ୍ୟାଳୟର ଗବେଷଣାର ମାନରେ ଉନ୍ନତି ଘଟିବା ଏହା ଦ୍ୱାରା ଏଠାକୁ ଅଧିକ ମେଧାବୀ ଛାତ୍ରଛାତ୍ରୀମାନେ ମଧ୍ୟ ଆକର୍ଷିତ ହେବୋ

ସୂଚନାଯୋଗ୍ୟ ଯେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ରାଷ୍ଟ୍ରୀୟ ଉଚ୍ଚତର କୃଷି ଶିକ୍ଷା ପ୍ରକଳ୍ପ ଅଧୀନରେ ଅତ୍ୟାଧୁନିକ ତାଲିମ ଓ ଶିକ୍ଷା ପାଇଁ ବିଦେଶ ପଠାଯିବାର ବ୍ୟବସ୍ଥା କରାଯାଇଛିା ଏହି ପ୍ରକଳ୍ପ ଅଧୀନରେ ପ୍ରତିବର୍ଷ ୨୫ ଜଣ ଛାତ୍ରଛାତ୍ରୀ ଓ ୨୫ ଜଣ ଅଧ୍ୟାପକଙ୍କୁ ବିଦେଶ ପ୍ରେରଣ କରାଯିବା ଏଥି ପାଇଁ ଭାରତ ସରକାର ଓ ବିଶ୍ୱବ୍ୟାଙ୍କ ତରଫରୁ ଭାରତର ୮ଟି କୃଷି ବିଶ୍ୱବିଦ୍ୟାଳୟକୁ ସାହାଯ୍ୟ ଯୋଗାଇ ଦିଆଯାଇଛିା ଏଥି ମଧ୍ୟରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅନ୍ୟତମା ପ୍ରଥମ ପର୍ଯ୍ୟାୟରେ ୩ ଜଣ ଛାତ୍ର ଓ ୨ ଜଣ ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ୍ୟ ବିବେଚିତ ହୋଇଛନ୍ତିା ଏହି ଛାତ୍ରଛାତ୍ରୀମାନେ ଅକ୍ଟୋବର  ୧୨ ତାରିଖରୁ ୧୫ ଦିନ ପାଇଁ ଫିଲିପାଇନ୍ସ ଗସ୍ତରେ ଯାଉଛନ୍ତିା ଏହି ପ୍ରକଳ୍ପ ଜରିଆରେ ଆସନ୍ତା ୩ ବର୍ଷ ମଧ୍ୟରେ ୭୫ ଜଣ ଅଧ୍ୟାପକ ଓ ୭୫ ଜଣ ବିଦ୍ୟାର୍ଥୀଙ୍କୁ ଉଚ୍ଚତର ଜ୍ଞାନ ଆହରଣ ନିମନ୍ତେ ବିଦେଶ ଗସ୍ତରେ ପଠାଯିବା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ପବନ କୁମାର ଅଗ୍ରଓ୍ୱାଲ୍ ଉତ୍ସବରେ ପୌରୋହିତ୍ୟ କରି ଛାତ୍ରଛାତ୍ରୀମାନଙ୍କର ବିଦେଶରେ ଶିକ୍ଷାଲାଭ କରିବାର ଯୋଜନା ସଂପର୍କରେ ଆଲୋକପାତ କରିଥଲୋ କୃଷି ଓ ଯାନ୍ତ୍ରିକ ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସଂଜୟ କୁମର ଦାଶ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ଏହି ପ୍ରକଳ୍ପର ନୋଡାଲ୍ ଅଫିସର ଡ. ରାମଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲୋ 

 

0
0
0
s2sdefault