ହେଡଲାଇନସ୍:

ବିଜେପୁର ଉପନିର୍ବାଚନ: ଜୋରସୋରରେ ଚାଲିଛି ବିଜେଡି ପ୍ରଚାର

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ବରଗଡ :- ବିଜେପୁର ଉପନିର୍ବାଚନ କୁ ଆଉ ମାତ୍ର 10 ଦିନ ବାକି ରହିଲା । ଏପଟେ  ବିଜେଡିର ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁ ଆଜି ନିଜ ବରପାଲି ବ୍ଲକ ର  ନେହେରୁ ନଗର , କଦଲିମୁଣ୍ଡା, ଧାଙ୍ଗେରପାଳି , ଚରାମୁଣ୍ଡା, ତିନକାନୀ , ଇତ୍ୟାଦି ଗ୍ରାମରେ ଡୋର ଟୁ ଡୋର ବୁଲି ପ୍ରଚାର କରି ନିଜ ପାଇଁ ଭୋଟ ମାଗିଥିଲେ । ଶ୍ରୀମତୀ ରୀତା ସାହୁଙ୍କ ସହିତ ପୂର୍ବତନ ମନ୍ତ୍ରୀ ଶ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା , ଅତବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ , ବିଜେଡିର ନୂଆପଡା ପର୍ଯବେକ୍ଷକ ଶ୍ରୀ ସୋଭାଗ୍ୟ ରଂଜନ ନାୟକ ପ୍ରମୁଖ ସାମିଲ ଥିଲେ । ମଇଦାନରେ ଦଳୀୟ ପ୍ରାର୍ଥୀଙ୍କ ପଶି ପ୍ରଚାରରେ ସାମିଲ ହୋଇଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ଚୌହାନ । ସେହିଭଳି ବିଜେପୁର ବ୍ଲକରେ ଆଜି ଅଞ୍ଚଳ ର ଯୁବକ ମାନଙ୍କୁ ନେଇ ଏକ ଯୁବସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ  ଓ ବିଜୁ ଜନତା ଦଳର ଉପମୁଖ୍ୟ ସଚେତକ ଶ୍ରୀ ରୋହିତ ପୂଜାରୀ , ଯୁବ ଗୋଷ୍ଟି ଙ୍କୁ ଦଳ ଓ ଦଲୀୟ ପ୍ରାର୍ଥୀ ଙ୍କୁ ବିପୁଳ ପରିମାଣର ଭୋଟରେ ଜିତେଇବାକୁ କହିଥିଲେ । ବିଜେପୁର ର ବିଭିନ୍ନ ଅଂଚଳରେ ପ୍ରଚାର ବେଳେ ପ୍ରବଳ ଜନସମ୍ମର୍ଥନ ରହିଛି ଓ ଆଗାମୀ ଉପନିର୍ବାଚନ ବିଜୁ ଜନତା ଦଳର ପ୍ରାର୍ଥୀ ନିଶ୍ଚିତ ଭାବରେ ବିଜୟ ଲାଭ କରିବେ ବୋଲି ଦଳର ନେତା ମାନେ ମତପ୍ରକାଶ କରିଛନ୍ତି । ଗତକାଲି ମଧ୍ୟ ମନ୍ତ୍ରୀ ଡ଼ଃ ଅରୁଣ ସାହୁ, ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରି ରୀତା ସାହୁଙ୍କ ସହ ପ୍ରଚାର କରିଥିବା ବେଳେ ମନ୍ତ୍ରୀ ସୁଶାନ୍ତ ସିଂ ଓ ପୂର୍ବତନ ସାଂସଦ ପ୍ରଭାସ ସିଂ ପାଦରେ ଚାଲି ଚାଲି ପ୍ରଚାର କରିଥିଲେ ପ୍ରାର୍ଥୀନୀଙ୍କୁ ସାଂଗରେ ଧରି  । 

0
0
0
s2sdefault