ହେଡଲାଇନସ୍:

ସରକାରୀ ହିସାବ କମିଟିର ତୃତୀୟ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଆଜି ସରକାରୀ ହିସାବ କମିଟି( ପବ୍ଲିକ୍ ଆକାଉଣ୍ଟସ୍ କମିଟି)ର ତୃତୀୟ ବୈଠକ ଏହାର ଅଧ୍ୟକ୍ଷ ବିରୋଧୀ  ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ବିଧାନସଭା ପ୍ରକୋଷ୍ଠ ନଂ ୫୪ରେ ଅନୁଷ୍ଠିତ ଏହି କମିଟି ବୈଠକରେ ଗ୍ରାମ୍ୟ ଉନ୍ନୟନବିଭାଗ ସଂପର୍କରେ ଭାରତର ମହାଲେଖ ନିୟନ୍ତ୍ରକ ତଥା ମହାସମୀକ୍ଷକ ୨୦୧୩-୧୪ବର୍ଷ ପାଇଁ ଦେଇଥିବା ପର୍ଯ୍ୟାଲୋଚନା  କରାଯାଇଥିଲା | 

ଏହି ବୈଠକରେ ସରକାରୀ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ,ବିଜେ ପି ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ, ବିଧାୟକ  ଶ୍ରୀ ନରସିଂହ ମିଶ୍ର ଅଂଶଗ୍ରହଣ କରିଥିଲେ | ଏଥିରେ ଗ୍ରାମ୍ୟ ଉନ୍ନୟନବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଯେନା, ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତ ପଥୀଙ୍କ ସମେତ ଗ୍ରାମ୍ୟ ଉନ୍ନୟନ ବିଭାଗରବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ |

0
0
0
s2sdefault