ହେଡଲାଇନସ୍:

ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଆଜି ବରଗଡ଼ ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହାଙ୍କ ନେତୃତ୍ୱରେ ଝାରବନ୍ଧ ବିଜୁ ଜନତା ଦଳ ଏକ ସଭ୍ୟ ସଂଗ୍ରହ ଅଭିଯାନ ତଥା ଜନସମ୍ପର୍କ ପଦଯାତ୍ରା ର ଆୟୋଜନ କରିଥିଲା । ଝାରବନ୍ଧ ବ୍ଲକ ର ଲାଉଡିଦରହା ଗ୍ରାମରୁ ଗୌଡ଼ମାଲ ପ୍ରାୟ ଚାରି କିଲୋମିଟର ପଦଯାତ୍ରା ରେ ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ବ କର୍ମୀ ଓ ସାଧାରଣଜନତା ଅଂଶ ଗ୍ରହଣ କରିଥିଲେ । ପଦଯାତ୍ରା ସମାପ୍ତ ହେଲାପରେ ଗୌଡ଼ମାଲ ଗ୍ରାମରେ ଏକ ସାଧାରଣ ସଭାରେ ମାନ୍ୟବରବିଧାୟକ ଶ୍ରୀ ବରିହା ରାଜ୍ୟ ସରକାର ଙ୍କର ବିଭିନ୍ନ ଉନ୍ନୟନ ମୂଳକ ଜନାହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହିତ ସାଧାରଣ ଜନତା ରାଜ୍ୟ ସରକାର ଙ୍କର ଯୋଜନା ଗୁଡିକରେ ନିଜକୁ ସମିଲକରି ରାଜ୍ୟର ବିକାଶ ରେ ସାମିଲ ହେବା ପାଇଁ କହିଥିଲେ । ଝାରବନ୍ଧ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିଜୟ କେତନ ପ୍ରଧାନ ଙ୍କର ପ୍ରତକ୍ଷ ତତ୍ୱବାଧାନ ରେ ଆୟୋଜିତ ଏହି ପଦଯାତ୍ରା ଓ ସଭାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ହୃଷିକେଶ ବରିହା , ବିଜୁ ଜନତା ଦଳର ବ୍ଲକ ସଭାପତି ଶ୍ରୀ ଜତୀନ୍ଦ୍ର ହାତୀ , ଦଳର ବ୍ଲକ ସମ୍ପାଦକ ଶ୍ରୀ ଚୁଡାମଣି ପ୍ରଧାନ , ଜେହେରୁ ବରିହା , ଯଶୋବନ୍ତି ବରିହା ପ୍ରମୁଖ ଯୋଗଦାନ କରିଥିଲେ ।

0
0
0
s2sdefault