ହେଡଲାଇନସ୍:

ଶୌଚପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣ : ମହିଳା ଗୁରୁତର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଦାୟିତ୍ବହୀନ ବନ ବିଭାଗ : ଖବର ପାଇଁ ବି ଆସିନି 

 ଆଠମଲ୍ଲିକ /ସନ୍ତୋଷ ମେହେର :: ଆଠମଲ୍ଲିକ ବ୍ଲକ ବାସୁଦେବପୁର ପଞ୍ଚାୟତ ନାକଟିଦେଉଳ ଗ୍ରାମର ବିମଳା ପେରେକ (40) ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି I ସୂଚନା ମୁତାବକ ବିମଳା ଆଜି ସକାଳୁ ଶୌଚପାଇଁ ଯାଇଥିବା ସମୟରେ ଭାଲୁଆକ୍ରମଣ କରିଥିଲା I  ଫଳରେ ବିମଳା ଚିତ୍କାରକରିବାରୁ ଗ୍ରାମଲୋକେ ଯାଇ ଉଦ୍ଧାର କରିଥିଲେ I  ଗୁରୁତର ଅବସ୍ଥାରେ ପରିବାର ଲୋକେ ବୌଦ୍ଧ ମୁଖ୍ୟଚିକିତ୍ସାଳୟ ଭର୍ତ୍ତି କରୁଛନ୍ତି I ବର୍ତମାନ ବୌଦ୍ଧ ମୁଖ୍ୟଚିକିତ୍ସାଳୟରେ ତାଙ୍କର ଚିକିତ୍ସା ଚାଲିଛି I ଦୁଃଖର କଥା ପର୍ଯ୍ୟନ୍ତ କୌଣସି ବନବିଭାଗ ଅଧିକାରୀ କିମ୍ବା ପ୍ରଶାସନିକ ଅଧିକାରୀ ପହଂଚିନାହାନ୍ତି |

0
0
0
s2sdefault