ହେଡଲାଇନସ୍:

ଜଗତସିଂହପୁର ଜିଲ୍ଲାର ସବୁ ବ୍ଲକରେ ହେବ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୧୯

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର:(ରମେଶ ମହାନ୍ତି):-ଜଗତସିଂହପୁର ଜିଲ୍ଲାରେ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ସହିତ ଅନ୍ୟାନ୍ୟ ସହାୟତା ପ୍ରଦାନ ପାଇଁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଭିଯାନ ଆସନ୍ତା ଅକ୍ଟୋବର ୧୭ତାରିଖରୁ ଜିଲ୍ଲାର ସମସ୍ତ ବ୍ଲକ ଓ ପୌରପରିଷଦ ଅଞ୍ଚଳରେ ଅନୁଷ୍ଠିତ ହେବ।ଯେଉଁ ଭିନ୍ନକ୍ଷମ ବ୍ୟକ୍ତିମାନେ ପୂର୍ବରୁ ୟୁଡିଆଇଡି ପ୍ରମାଣପତ୍ର ପାଇନାହାନ୍ତି ସେମାନେ ଏହି ଶିବିରରେ ଯୋଗଦାନ ପାଇଁ ନିଜ ବ୍ଲକ ଅଥବା ପୌରାଞ୍ଚଳରେ ଅନୁଷ୍ଠିତ ହେବାକୁ ଥିବା ଶିବିର ପୂର୍ବରୁ ଅନଲାଇନ ପଞ୍ଜୀକରଣ କରିବେ।ଅନଲାଇନ ପଞ୍ଜୀକରଣ ପାଇଁ ଆଧାରକାର୍ଡ଼,ବ୍ଲଡଗୃପ୍,ଫଟୋ ଓ ମୋବାଇଲ୍ ନମ୍ବର ଆବଶ୍ୟକ। ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ବ୍ଲକ କାର୍ଯ୍ୟାଳୟରେ ଏହି କାଗଜପତ୍ର ଦେଇ ନିଜ ନାମ ପଞ୍ଜିକରଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅକ୍ଟୋବର ୧୭ତାରିଖରେ ତିର୍ତ୍ତୋଲ ବ୍ଳକର ତିର୍ତ୍ତୋଲ ବଜାର ସ୍ଥିତ ଆଦିକବି ସାରଳାଦାସ ମହାବିଦ୍ୟାଳୟ, ଅକ୍ଟୋବର ୧୯ତାରିଖରେ ରଘୁନାଥପୁର ବ୍ଲକର ରଘୁନାଥପୁର ଉ.ପ୍ରା.ବିଦ୍ୟାଳୟ,ଅକ୍ଟୋବର ୨୨ତାରିଖରେ ବିରିଡି ବ୍ଲକର ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ,ଅକ୍ଟୋବର ୨୪ତାରିଖରେ କୁଜଙ୍ଗ ବ୍ଲକର କୁଜଙ୍ଗ ମହାବିଦ୍ୟାଳୟ,ଅକ୍ଟୋବର ୨୯ତାରିଖରେ ପାରାଦ୍ବୀପ ମ୍ୟୁନିସିପାଲିଟିର ମ୍ୟୁନିସିପାଲିଟି ଉଚ୍ଚ ବିଦ୍ୟାଳୟ,ନଭେମ୍ବର ୫ତାରିଖରେ ଜଗତସିଂହପୁର ବ୍ଲକର ଶ୍ରୀକୃଷ୍ଣ ଏକାଡେମୀ,ନଭେମ୍ବର ୭ତାରିଖରେ ନାଉଗାଁ ବ୍ଲକ ପରିସରରେ, ନଭେମ୍ବର ୧୪ ତାରିଖରେ ବାଲିକୁଦା ବ୍ଲକର ଆମ୍ବଶାଳ ଉଚ୍ଚ ବିଦ୍ୟାଳୟ ଏବଂ ନଭେମ୍ବର ୧୬ତାରିଖରେ ଏରସମା ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହେବ।ଜିଲ୍ଲାର ଭିନ୍ନକ୍ଷମ ବ୍ୟକ୍ତିମାନେ ଏହି ଶିବିରରେ ଯୋଗଦେଇ ଭିନ୍ନକ୍ଷମ ପ୍ରମାଣପତ୍ର ସଂଗ୍ରହ କରିବା ନିମନ୍ତେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅବଦୁଲ ୱାହାବ୍ ଖାଁ ସୂଚନା ଦେଇଛନ୍ତି।

0
0
0
s2sdefault