ହେଡଲାଇନସ୍:

ଜଗତସିଂହପୁର ଜିଲ୍ଲାରେ ଫନୀ ବାତ୍ୟାର ଘରଭଙ୍ଗା ସହାୟତା ପ୍ରଦାନ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର:(ରମେଶ ମହାନ୍ତି):-ଜଗତସିଂହପୁର ଜିଲ୍ଲାରେ ଫନୀ ବାତ୍ୟାରେ ପ୍ରଭାବିତ ହୋଇଥିବା ଲୋକମାନଙ୍କ ସହାୟତା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଥମ ପର୍ଯ୍ୟାୟରେ ସମୁଦାୟ ୨କୋଟି ୯୨ଲକ୍ଷ ୬୪ହଜାର ଏକଶହ ଟଙ୍କା ଘରଭଙ୍ଗା ସହାୟତା ରାଶି ମଞ୍ଜୁର କରାଯାଇ ସମ୍ପୃକ୍ତ ତହସିଲଦାର ମାନଙ୍କୁ ପ୍ରଦାନ କରାଯାଇଛି।ପ୍ରଭାବିତ ଲୋକମାନଙ୍କୁ ଯଥାଶୀଘ୍ର ଏହି ରାଶି ପ୍ରଦାନ କରିବା ନିମନ୍ତେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ତହସିଲଦାର ମାନଙ୍କୁ ଏହି ଫନୀ ସହାୟତା ଅର୍ଥ ପ୍ରଦାନ କରିଛନ୍ତି ।ପୁର୍ବରୁ ସର୍ବେକ୍ଷଣ କରାଯାଇ ଚିହ୍ନଟ ହୋଇଥିବା ୫୧୧୨ଜଣ ହିତାଧିକାରୀଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯିବ। ସେଥି ମଧ୍ୟରୁ ସମ୍ପୂର୍ଣ୍ଣ ଘରଭଙ୍ଗା  ୨୯ଟି,ଆଂଶିକ ଘରଭଙ୍ଗା ୩୬୬୬ଟି ଏବଂ ଗୁହାଳ ଘର ୧୪୮୧ଟି ଅଟେ।ତହସିଲଦାର ମାନେ ଏହି ସହାୟତା ରାଶିକୁ ହିତାଧିକାରୀଙ୍କ ବ୍ୟାଙ୍କ  ଆକାଉଣ୍ଟକୁ ସିଧାସଳଖ ପ୍ରଦାନ କରିବେ।ସେହିପରି ୩୮ଜଣ କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀ ମାନଙ୍କର ବୋଟ୍ ର ମରାମତି ପାଇଁ ଏବଂ ଜାଲ କ୍ରୟ ପାଇଁ ମୋଟ୍ ୨ଲକ୍ଷ ୭୫ହଜାର ପାଞ୍ଚଶହ ଟଙ୍କା ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି।ଏହି ସହାୟତା ରାଶି ଚିହ୍ନିତ ହୋଇଥିବା ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯିବ।ଚିହ୍ନଟ ହୋଇଥିବା ଅବଶିଷ୍ଟ ଅନ୍ୟ ହିତାଧିକାରୀ ମାନଙ୍କୁ ଯଥାଶୀଘ୍ର ସହାୟତା ରାଶି ପ୍ରଦାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି।

0
0
0
s2sdefault