ହେଡଲାଇନସ୍:

ଶଙ୍ଖ ଘାଟରେ ବୁଡ଼ ମାରିବାକୁ ଅଶୋକ ବ୍ୟଗ୍ର !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

"ଦାୟିତ୍ୱ ପାଇନି, ତଥାପି ଦଳରେ ଅଛି"

ବରଗଡ :- ବିଜେପୁର ଉପନିର୍ବାଚନ ପାଇଁ ମତଦାନର ତାରିଖ ଯେତେ ପାଖକୁ ଆସୁଛି ରାଜନୈତିକ ପାଣିପାଗ ସେତେ ଗରମ ହେବାରେ ଲାଗିଛି । ଗତ କିଛିଦିନ ହେଲା ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଙ୍କୁ ନେଇ ଲାଗିଥିବା ଦ୍ଵନ୍ଦ ସମାପ୍ତ ହେବା ବଦଳରେ ଆହୁରି ଘନେଇବାରେ  ଲାଗିଛି । ଗତ କିଛିଦିନ ହେଲା ଅଶୋକ ଙ୍କର ବିଜେପି ଛାଡିବା ନେଇ ଅଂଚଳରେ ପ୍ରବଳ ଚର୍ଚ୍ଚା ହେଉଥିବା ବେଳେ ଆଜି ଅଶୋକ କହିଛନ୍ତି ଯେ ସେ ବିଜେପି ରେ ବର୍ତମାନ ପର୍ଯନ୍ତ ଅଛନ୍ତି । ଦଳ ତାଙ୍କୁ ଅଣଦେଖା କରିବା ସହିତ ବିଜେପୁର ଉପନିର୍ବାଚନରେ କୋଣସି ଦାଇତ୍ୱ ଦେଇନାହିଁ । ଶ୍ରୀ ପାଣିଗ୍ରାହୀ ଏହାମଧ୍ୟ କହିଥିଲେ ଯେ ବିଜେଡି ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥିଲା । ଖୁବ ଶୀଘ୍ର ତାଙ୍କର କର୍ମକର୍ତା ଙ୍କର ସହିତ ନିଷ୍ପତ୍ତି ନେଇ ଆଗାମୀ କାର୍ଯପନ୍ଥା ନିର୍ଦ୍ଧାରିତ କରିବେ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି । 

       ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଶୋକ ପାଣିଗ୍ରାହୀ କେବଳ ଥରେ ମାତ୍ର ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ବିଧାୟକ ହେଇପାରିଥିଲେ । ଏହାପରେ 2014 ସାଧାରଣ ନିର୍ବାଚନରେ ସେ ନିର୍ଦଲିୟ ପ୍ରାର୍ଥୀ ଭାବରେ ବିଜେପୁର ରୁ ପ୍ରତିଦ୍ବନ୍ଦିତା କରି କଂଗ୍ରେସର ପ୍ରାର୍ଥୀ ସ୍ବର୍ଗତ ସୁବଳ ସାହୁଙ୍କୁ ଜିତିବାରେ ଓ ବିଜୁ ଜନତା ଦଳର ପ୍ରାର୍ଥୀ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ ଙ୍କର ହରିବାର କାରଣ ସାଜିଥିଲେ । ଏହାପରେ 2018 ଉପନିର୍ବାଚନ ରେ  ସେ ବିଜେପି ରେ ଯୋଗଦେଇ ବିଜେପି ର ପ୍ରାର୍ଥୀ ଭାବରେ ଶ୍ରୀମତୀ ରୀତା ସାହୁଙ୍କ ଠାରୁ 40 ହଜାରରୁ ଉର୍ଦ୍ଧ୍ବ ଭୋଟରେ ପରାଜିତ ହେଇଥିଲେ । ଏପଟେ ବିଜେପୁର ଅଂଚଳରେ ଶୁଣିବାକୁ ମିଳୁଛି ଯେ ଅଶୋକ ପୁଣି ବିଜେଡି କୁ ଫେରିବା ପାଇଁ ଉଦ୍ୟମ କରୁଛନ୍ତି କିନ୍ତୁ ମାଧ୍ୟମ ପାଉନାହାନ୍ତି । ରାଜନୀତି ରେ ସବୁ ସମ୍ଭବ ଦେଖାଯାଉ ଅଶୋକ ପାଣିଗ୍ରାହୀଙ୍କ ଆଗାମୀ ପଦକ୍ଷେପ କଣ ହେବ ।

0
0
0
s2sdefault