ହେଡଲାଇନସ୍:

ପୋଲିସ ଜାଲରେ ଦୁର୍ଦ୍ଦାନ୍ତ  ଚିଆଁ : ବରଗଡ ପୋଲିସକୁ ଆଉ ଏକ ବଡ଼ ସଫଳତା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ପୋଲିସକୁ ମିଳିଛି ଆହୁରି ଏକ ବଡ଼ ସଫଳତା । ବରଗଡ଼ ଟାଉନ ଥାନା ପୋଲିସ ସୋମବାର ସହର ଉପକଣ୍ଠ ଘୁଲିପାଲି ନିକଟରୁ ଗିରଫ କରିଛି  ଦୁର୍ଦ୍ଦାନ୍ତ ଅପରାଧୀକୁ । ଅପରାଧୀ ଜଣକ ହେଲା  ଝାରସୁଗୁଡ଼ା ଜିଲା ରେଙ୍ଗାଲି ଥାନା ଅନ୍ତର୍ଗତ ଧୁଲୁଣ୍ଡାଗ୍ରାମର  ବୁଦ୍ଧଦେବ ବିଶ୍ବାଳ(୩୬) @ ଚିଆଁ । ଚିଆଁ  ନିକଟରୁ ପୋଲିସ ଗୋଟେ  ଦେଶୀ ପିସ୍ତଲ, ଗୋଟିଏ ଜୀବନ୍ତ ଗୁଳି ଏବଂଚାରି ଗୋଟି ମୋବାଇଲ ଫୋନ ଜବତ କରିବାରେ ସଫଳ ହେଇଛି ।

ବରଗଡ SP ପଦ୍ମିନୀ ସାହୁ ଙ୍କର ସୂଚନା ଅନୁସାରେ  ଚିଆଁ ଘୁଲିପାଲି ଛକ ନିକଟରେ ନିଜ କିଛି ସହଯୋଗୀ ମାନଙ୍କୁ ଅପେକ୍ଷା କରୁଥିଲା କୋଣସି ଏକ ଜାଗାରେ ଡକାୟତି କରିବା ପାଇଁ। ଚିଆଁ ର ଉପସ୍ଥିତି ନେଇ ଟାଉନ ଥାନା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚିଆଁ କୁ ଧରିବା ପାଇଁ ଜାଲ ବିଛେଇଥିଲା ।  ପୋଲିସକୁ ଦେଖିବା ମାତ୍ରେ ଚିଆଁ ଫେରାର ହେବାର ଉଦ୍ୟମ କରି ଅସଫଳ ହେଇଥିଲା ।   ଜାମୁର୍ଡା ଗୁଳିକାଣ୍ଡ, ସହିତ ବରଗଡ଼ ତଥା ସମ୍ବଲପୁର ର ଅନେକ ଥାନାରେ ଚିଆଁ ର ନାମରେ ଏକାଧିକ ମାମଲା ରହିଥିବା SP ସୂଚନା ଦେଇଛନ୍ତି । ବରଗଡ଼ ଟାଉନ ଥାନାରେ କେଶ ନମ୍ବର ୪୫୯/୧୯ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରୀ ରଖିଛି |

0
0
0
s2sdefault