ହେଡଲାଇନସ୍:

ଅପରାଜିତା କହିଲେ ତାଙ୍କ ସ୍ବପ୍ନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୋର ପଦ ପଦବୀ ଲୋଡ଼ା ନାହିଁ, ମୁଁ ନୁହେଁ ଆମେ 

ବୋଲଗଡ/ବେଗୁନିଆ  :  "ମତେ ଜମା ନେତା କହିବେନି, ମୁଁ ରାଜନୀତି ଏତେ ଜାଣିନି | ମୁ ସେବିକା ହିସାବରେ କାମ କରିବି, ଜୀବନ ସାରା |ମତେ କୌଣସି ପଦ ପଦବୀ ଦରକାର ନାହିଁ | ଲୋକ ପ୍ରତିନିଧି ହିସାବରେ ଗାଁ ଗାଁ ବୁଲି ସେବା କରିବାକୁ ଚାହୁଁଛି |ଏହି ସୁଯୋଗ ଚାହୁଁଛି ସମସ୍ତଙ୍କ ଠାରୁ | ଆମେ ସମସ୍ତେ ମିଶିକି କାମ କରିବା | ମୁଁ ଶବ୍ଦର ଆମ ଡିକସିନାରୀରେ ଜାଗା ଜାଗା ନାହିଁ | ଆମେ କାମ କରିବା | ଆମେ ଯିବା | ଆମେ ସବୁ ଗାଁକୁ ଯିବା | ମୁ ଏଠି ଗୋଟେ ପ୍ରତିଶ୍ରୁତି ଦେବାକୁ ଚାହୁଁଛି ସମସ୍ତଙ୍କୁ | ପ୍ରଥମ ପ୍ରତିଶ୍ରୁତି ଦେବି ହେ ମୋର ୭୦ % ସମୟ ନିଜର  କନଷ୍ଟିଚ୍ୟୁଏନ୍ସିକୁ ଦେବି | ବାକି ୩୦ ପ୍ରତିଶତ ଦିଲ୍ଲୀକୁ ଦେବି | ଏଇଠି ରହିବି | ଆପଣମାନଙ୍କ ପାଖରେ ରହିବି | ଏଇଟା ମୋର ପ୍ରତିଶ୍ରୁତି ଆପଣମାନଙ୍କୁ |

ଦ୍ଵିତୀୟ ପ୍ରତିଶ୍ରୁତି ଆପଣମାନଙ୍କୁ ଦେବାକୁ ଚାହୁଁଛି | ମୋ ସ୍ବପ୍ନ ମୋ ଇଛା, ଆପଣମାନଙ୍କ ସାହାଯ୍ୟରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ପ୍ରତ୍ୟେକ ଗାଁ ଓ ପ୍ରତ୍ୟେକ ୱାର୍ଡ  ବୁଲିବାକୁ ଚାହୁଁଛି | ଆଗାମୀ ତିନି ଚାରିବର୍ଷ ଭିତରେ ମୁ ପ୍ରତ୍ୟେକ ଗାଁ ବୁଲିବି, ଏ ପ୍ରତିଶ୍ରୁତି ଆପଣମାନଂକୁ ମୁ ଦେଉଛି" 

ବୋଲଗଡ ବେଗୁନିଆ ନିର୍ବାଚନ ମଣ୍ଡଳୀ ପକ୍ଷରୁ ତାଙ୍କ ଉଦ୍ଦେଶ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ଏହା କହିଛନ୍ତି ସଂସଦ ଅପରାଜିତା ଷଢଙ୍ଗୀ | ଏ ଅବସରରେ ସେ ଉପସ୍ଥିତ ଜନତାଙ୍କୁ କୃତଜ୍ଞତା ଜଣାଇଥିଲେ ତାଙ୍କୁ ସେମାନଙ୍କ ସେବା କରିବାର ସୁଯୋଗ ଦେଇଥିବା ଯୋଗୁ  | ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀର ଜନସାଧାରଣ ଙ୍କ ନିକଟରେ ପହଂଚିବାକୁ ଚେଷ୍ଟା କରିବେ ଓ ସେମାନଙ୍କ ସୁବିଧା ଅସୁବିଧା ଦୂର କରିବା ପାଇଁ ସମସ୍ତଙ୍କ ସହିତ ମିଶି ଉଦ୍ୟମ କରିବେ ବୋଲି କହିଛନ୍ତି ପ୍ରଶାସକରୁ ରାଜନେତା ହୋଇ ପ୍ରଥମ ପଦାର୍ପଣରେ  ସଂସଦକୁ ନିର୍ବାଚିତ ହୋଇଥିବା ଅପରାଜିତା କହିଛନ୍ତି | ଆସନ୍ତା ତିନି ଚାରିବର୍ଷ ଭିତରେ ନିର୍ବାଚନମଣ୍ଡଳୀର କୌଣସି ବି ଗାଁ ସେ ଛନ୍ଦଇବେ ନାହିଁ, ସବୁ ଗାଁକୁ ସବୁ ୱାର୍ଡକୁ ଯିବା ପାଇଁ ପ୍ରତିଶ୍ରୁତି ଦେବାବେଳେ ଉପସ୍ଥିତ ଜନସାଧାରଣ ବିପୁଳ କରତାଳି ଭିତରେ ତାଙ୍କୁ ସମର୍ଥନ କରିଥିଲେ | 

0
0
0
s2sdefault