ହେଡଲାଇନସ୍:

ସାର୍ବଜନୀନ ଦୁର୍ଗା ପୂଜାରେ  ମେଲଛାମୁଣ୍ଡା ଉତ୍ସବ ମୂଖର

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ମେଲଛାମୁଣ୍ଡା,(ମନୋଜ ଭୋଇ) ବରଗଡ ଜିଲ୍ଳା ମେଲଛାମୁଣ୍ଡାରେ ସନିବାର ଦିନରୁ ଆରମ୍ଭ ହୋଇଥିବା ସାର୍ବଜନିନ ଦୂର୍ଗାପୂଜା ପାଇଁ ଅଂଚଳଟି ଉତ୍ସବ ମୁଖର ହୋଇଉଠିଛି । ପୂଜା ମଣ୍ଡପ ତଥା ଆଖପାଖ ଅଂଚଳ ରଙ୍ଗିନ ଆଳୁଅରେ ଝଳସିଉଠୁଛି । ଜିଳ୍ଲାରେ ମେଲଛାମୁଣ୍ଡା ଦର୍ଗା ପୂଜା ବେଶ ପରିଚିତ । ଆଖ ପାଖ ଅଂଚଳର ଲୋକେ ମାଁଙ୍କ ଦର୍ଶନ ଏବଂ ମନୋରଂଜନ କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ ବେଶ ଭିଡ ଜମାଉଛନ୍ତି । ଚଳିତ ବର୍ଷ ପୂଜାଟି ୬୨ବର୍ଷରେ ପର୍ଦପଣ କରିଛି । ପୂଜା ମଣ୍ଡପରେ ପଣ୍ଡିତ ନେହେରୁଲାଲ ଶତପଥି, କୃଷ୍ଣଚନ୍ଦ୍ର ଦେବତା, ସଂଜୟ କର ଓ ଅଶୋକ ଷଢଙ୍ଗିଙ୍କ ମନ୍ତେ୍ରାଚାରଣରେ ପୂଜା କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଗ୍ରାମର ଭାବି ଗୌନ୍ତିଆ ଶକ୍ତିରାଜ ଭୋଇ(ବବୁନ) ଓ ତାଙ୍କ ପତ୍ନୀ ଚିନ୍ମୟୀ ଭୋଇ କର୍ତା ଦୟୀତ୍ୱ ତୁଲାଉଛନ୍ତି । ପୂଜକ ମାନଙ୍କୁ ମହାପାତ୍ର ଥନାପତୀ, କାର୍ତିକ ମିଶ୍ର, ନବୀନ ବାରିକ ଓ ଦଃୁଖିଶ୍ୟାମ ବାରିକ ପ୍ରମୁଖ ସହଯୋଗ କରୁଛନ୍ତି । ସନିବାର ଦିନ ବେଲ୍ୱବରଣ ଓ କଳସ ଯାତ୍ରା ପରେ ଜଗତ ଜନନୀଙ୍କ ପୂଜା ଆରମ୍ଭ ହୋଇଯାଇଥିଲା । ରବିବାର ଦିନ ବ୍ରଙ୍ଗାରୀ ସ୍ନାନ, ବଳି ଦାନ, ଚଣ୍ଡିପାଠ ଓ ମହା ନବମୀ ପୂଜା ଅନୁଷ୍ଠିତ  ହୋଇଯାଇଛି । ସଂଧ୍ୟାରେ ଦର୍ଶକ ମାନଙ୍କ ପାଇଁ ପୂଜା କମିଟି ତରଫରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାର୍ବଣ ଅନୁଷ୍ଠିତ  ହେଉଛି । ଦର୍ଶକ ଡାଳଖାଇ, ରସରକେଳି, ମାଏଲାଜଡ ଆଦି ଲୋକ କଳା ଓ ଲୋକ ନୃତ୍ୟର ଆତ୍ମବିଭୋର ହୋଇଉଠୁଛନ୍ତି । ରାତ୍ରରେ ଚିନ୍ମୟି ଗଣନାଟ୍ୟ ଯାତ୍ରା ପାଟି ନିଜର କଳା ଅଭିନୟରେ ଦର୍ଶକଙ୍କ ମନ ଜିଣିନେଉଛନ୍ତି । ପ୍ରବଳ ଜନ ସମାଗମକୁ ଆଖି ଆଗରେ ରଖି ମେଲଛାମୁଣ୍ଡା ପୁଲିସ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରୁଛି । ଦଶମୀ ତିଥିରେ ଚାନ୍ଦମାରୀ, ଅନ୍ନ ଭୋଗ ଏବଂ ରାବଣ ପୋଡି ଚଳିତ ବର୍ଷର ମୂଖ୍ୟ ଆକର୍ଷଣ ହେବ ବୋଲି ପୂଜା କମିଟି ସଂପାଦକ ଅନ୍ନଦା ପ୍ରସାଦ ଦେବତା ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମ ସବୁକୁ ସହ ସଂପାଦକ ସତ୍ୟ ବାରିକ ଓ ଗୋପାଳ ସାହୁ ସମେତ ଆନନ୍ଦ, ଜିତେଶ, ଉମାକାନ୍ତ, ବାଦଲ, ସୁନିଲ, ପ୍ରଦୀପ, ମନୋଜ, ରଂଜନ, ମୁକେଶ, କାଲିଆ, ରିକୁ, ସଚିନ, କିଶୋର, ରତନ, ପ୍ରକାଶ, ସଂଜିବ, ସତ୍ୟବାଦୀ, ଓ ଞ୍ଜଅରୁଣ ପ୍ରମୁଖ କର୍ମକର୍ତା ସହଯୋଗ କରୁଛନ୍ତି ।

 

0
0
0
s2sdefault