ହେଡଲାଇନସ୍:

୧୦୮ ଅରୁଆ ଚାଉଳ ଓ ୧୦୮ ଦୁବ ଘାସର ବିଡାରେ ଭାଇ ପାଇଁ ରକ୍ଷା କବଚ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭାଇ ଜିଉନ୍ତିଆ:ଭାଇ ମାନଙ୍କ ପାଇଁ ଦିନ ଟିଏ

ମେଲଛାମୁଣ୍ଡା,(ମନୋଜ ଭୋଇ) ହିନ୍ଦୁ ସଂସ୍କୃତିରେ ନାରୀ ସର୍ବଦା ନିଜ ପରିବାର ବର୍ଗଙ୍କ ସୁରକ୍ଷା ପାଇଁ ଶକ୍ତି ଉପାସନା କରୁଥିବାର ପୁରାଣ ଯୁଗରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଅନେକ ଦୃଷ୍ଟାନ୍ତ ରହିଛି । କେତେବେଲେ ନିଜର ସ୍ୱାମୀ ପାଇଁ ତ କେତେବେଳେ ନିଜର ପିଲା  ମାନଙ୍କ ପାଇଁ ଶକ୍ତି ଉପାସନା କରି ନିଜର ଆତ୍ମୀୟଙ୍କ ପାଇଁ ସୁରକ୍ଷା ଭିକ୍ଷା କରିଥାଏ । ଦଶହରା ସମୟରେ ଜଗତ ଜନନୀ ମାଁ ଦୁର୍ଗା ପାଖରେ ନିଜ ଭାଇ ମାନଙ୍କ ସୁରକ୍ଷା ପାଇଁ ଉପାସନା କରିଥାଏ । ଏହି ମହାନ ପର୍ବକୁ ଭାଇଯିଉନ୍ତିଆ ଓଷା ବୋଲି କୁହାଯାଏ । ମେଲଛାମୁଣ୍ଡା ଅଂଚଳରେ ମହାସମାରୋହରେ ଭାଇଜିଉନ୍ତିଆ ଓଷା ପାଳନ କରିଥିବା ଦେଖିବାକୁ ମିଳିଥିଲା । ମେଲଛାମୁଣ୍ଡା ଥାନା ଅଂଚଳର ମେଲଛାମୁଣ୍ଡା, କୁଚିପାଲି, ଘେଁସ, କେର୍ମେଲି ଓ ଗୁଦେରପାଲି ଆଦି ପୂଜା ମଣ୍ଡପରେ ମାାଁ ଦୁର୍ଗାଙ୍କ ପାଖରେ ଝିଅ, ଭଉଣୀମାନେ  ଅଳି କରୁଥିବା ଦେଖିବାକୁ ମିଳିଥିବା ବେଳେ ଅନ୍ୟ ଗାଁ ଗୁଡିକରେ ଛକ ମାନଙ୍କରେ କାନ୍ଥରେ ଦୁର୍ଗାଙ୍କ ଚିତ୍ର ଆଙ୍କି ପୂଜା କରିବା ସହ ମାଁଙ୍କ ପାଖରେ ଅଳି କରୁଥିବା ଦେଖିବାକୁ ମିଳିଥିଲା । ଝିଅ, ଭଉଣୀମାନେ ଏହି ଓଷା ପାଇଁ ୨୪ଘଂଟା ପର୍ଯ୍ୟନ୍ତ ନିର୍ଜଳା ଉପବାସ କରିଥିଲେ । ସଂଧ୍ୟରେ ମାଁ ଦୁର୍ଗାଙ୍କ ପାଖରେ ୧୦୮ ଅରୁଆ ଚାଉଳ ଓ ୧୦୮ ଦୁବ ଘାସର ବିଡାକୁ ପୂଜା କରି ଛୁଆଁଇବା ସହିତ ନିଜର ଭାଇଙ୍କ ପାଇଁ ସୁରକ୍ଷା ଭିକ୍ଷା କରିଥିଲେ । ପର ଦିନ ସକାଳେ ଭାଇ ମାନଙ୍କୁ ସେହି ଦୁବ ଚାଉଳକୁ ଭାଇ ମାନଙ୍କୁ ଛୁଆଁଇ ସୁରକ୍ଷା କବଚ ପିନ୍ଧାଇବାଇ ଅଭିଳାଶ ପୂର୍ଣ୍ଣ କଲାପରେ ଅନ୍ନ ଜଳ ସ୍ପଶ୍ୱର୍ କରିଥିଲେ । ଗ୍ରାମଂଚଳରେ ଏହି ପରି ପଂରପରା ଯୋଗୁ ଭାଇ ଭଉଣୀ ମାନଙ୍କ ମଧ୍ୟରେ ଥିବା ଦୂରତା କମିବା ସହ ମନରେ ଭକ୍ତି, ସ୍ନେହ, ଶ୍ରଦ୍ଧା ଜାଗ୍ରତ ହେବା ସହ ମନୋମାଲିନ୍ୟ ଦୂର ହୋଇଥାଏ ବୋଲି ଭାଇଜିଉନ୍ତିଆ ବ୍ରତ ପାଳନ କରିଥିବା ଝିଅ, ଭଉଣୀ ପ୍ରକାଶ କରିଛନ୍ତି । ଅହୁରି ମଧ୍ୟ ନିଜ ଭାଇ ମାନଙ୍କ ଉଦେଶ୍ୟରେ ଗୋଟିଏ ଦିନ ବ୍ୟୟ କରିବାରେ ବହୁତ ଆନନ୍ଦ ମିଳିଥାଏ ବୋଲି ମଧ୍ୟ ପ୍ରକାଶ କରିଛନ୍ତି ।  

 

0
0
0
s2sdefault