ହେଡଲାଇନସ୍:

ଜଣକୁ ସତୁରି ଆଉ ଆର ଜଣକୁ ଅଶୀ : ଆଉ କି ଯୋଗ୍ୟତା ଥିଲେ ମିଳିବ ସହାୟତା 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ହିତାଧିକାରୀଙ୍କ ନିକଟରେ ଅପହଞ୍ଚ ସରକାରୀ ଯୋଜନା

 ଦିବ୍ୟାଙ୍ଗ ସାଜିଥିବା କାସିମକୁ ମିଳୁନି ଭତ୍ତା ଏବଂ ଚିକିତ୍ସା ସହାୟତା

 

କାସିମ ମହାନନ୍ଦ | ବୟସ ୮୦ ଛୁଇଁବ | ପତ୍ନୀ ରୂପେ ମହାନନ୍ଦ | ତାଙ୍କ ବୟସ ବି ୭୦ ଛୁଇଁବ ଛୁଇଁବ ହେଉଛି | କାସିମ ଶଯ୍ୟାଶାୟୀ, ରୂପେ ପରଘର ପାଇଟି କରନ୍ତି | ରୋଜଗାର ମାନେ କେବଳ ରୂପେ ଯାହା ରୋଜଗାର କରନ୍ତି | ଆଛା, ଏମାନଙ୍କ ବଂଚିବା ଅଧିକାର ଅଛି ନା ନାହିଁ !! ଯଦି ଅଛି ତେବେ ବଂଚିବାର ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇବା କିଏ !!!!

ତୁରେକେଲା (ସୁରେନ୍ଦ୍ର ତାଣ୍ଡି) :  ରାଜ୍ୟ ତଥା କେନ୍ଦ୍ର ସରକାର ଖଟିଖିଆ, ଦିନ ମଜୁରିଆ, ଗୃହହୀନ, ଦରିଦ୍ର ସୀମାରେଖା ତଳେ ଥିବା ଗରିବ ଶ୍ରେଣୀର ଲୋକମାନଙ୍କୁ ରହିବା ନିମନ୍ତେ ଆବାସ ଯୋଜନା ଯୋଗାଇ ଦେବାସହ ସେମାନଙ୍କ ପରିସ୍ଥିତିକୁ ସୁଦୃଢ କରିବାର ବ୍ୟବସ୍ଥା କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ, ବିଜୁ ପକ୍କା ଘର, ମୋ କୁଡ଼ିଆ ଭଳି ଅନେକ ଯୋଜନା କରି ଗରିବ ହିତାଧୀକାରୀମାନଙ୍କୁ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ହେଲେ ଅନେକ ସ୍ଥାନରେ ବିଭିନ୍ନ ସମୟରେ ତାହା ଜନ ପ୍ରତିନିଧି ଓ ପ୍ରଶାସନ ଅଧିକାରୀଙ୍କ ଅବହେଳା କିମ୍ବା ଯୋଗୁଁ ପ୍ରକୃତ ଯୋଗ୍ୟ ହିତାଧିକାରୀମାନେ ଉକ୍ତ ଆବାସ ଯୋଜନାରୁ ବାଦ ପଡୁଥିବାବେଳେ ସେମାନଙ୍କ ସରକାରୀ ଆବାସ ଯୋଜନା ବାଟବଣା ହେଉଛି । ଯାହାଫଳରେ ଏଭଳି ସ୍ଥଳେ ଯୋଗ୍ୟ ହିତାଧିକାରୀମାନଙ୍କ ବଦଳରେ ଅଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରଥମେ ସେହି ଯୋଜନାରେ ସାମିଲ କରାଯାଉଛି । ଫଳରେ ପ୍ରକୃତ ଯୋଗ୍ୟ ହିତାଧୀକାରୀଙ୍କ ପାଖରେ ଆବାସ ଯୋଜନା ଅପହଞ୍ଚ ହେଉଥିବାରୁ ଏଭଳି ସ୍ଥଳେ ଆବାସ ଯୋଜନା କାହାପାଇଁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ହିଁଆଁଳ ପଂଚାୟତ ଅନ୍ତର୍ଗତ କରଲାବାହାଲି ଗ୍ରାମର ଏକ ଅସହାୟ ପରିବାରର କଥା ଆଜି ଜଣେଇବାକୁ ଚାହୁଁଚୁ ଯାହାଙ୍କୁ ଦେଖିଲେ ସମ୍ବେଦନଶୀଲ ବ୍ୟକ୍ତିଙ୍କ ଚକ୍ଷୁରୁ ଅଶ୍ରୁ ଝରିପଡିବା ସ୍ୱାଭାବିକ | ପରିଣତ ବୟସରେ ରୋଗ ଯୋଗୁଁ ସର୍ବସ୍ବ ହରେଇବା ପରେ ନିଃସହାୟ ବୃଦ୍ଧ ଦମ୍ପତିକୁ  ଆହା କରିବା ପାଇଁ କେହି ନାହାନ୍ତି | ବୟସ ଅନୁସାରେ ସ୍ତ୍ରୀ ପାଉଥିଲେ ହେ ସ୍ୱାମୀଙ୍କୁ ମିଳୁନି ଭତ୍ତା, ଖାଦ୍ୟ ସୁରକ୍ଷା ଯୋଜନାରେ ମଧ୍ୟ ଅନୁରୂପ ଭାବେ ମିଳୁନି ରାସନ କାର୍ଡ. ପେଟ ପୋଷିବା ପାଇଁ ପର ଘରେ ମୁଲ ଲାଗନ୍ତି ବୃଦ୍ଧା ଜଣକ, ଯୋଉଦିନ କିଛି ଯୋଗାଡ଼ ହୁଏ କିଛି ଖାଇବାକୁ ପାଉ ନହେଲେ ଭୋକ ଉପାସରେ ଦିନ କାଟେ ରେ ବାବୁ ବୋଲି ଆମ ପ୍ରତିନିଧିଙ୍କୁ କୋହଭରା  ଅଶ୍ରୁଳ ସ୍ୱରରେ ଦୁଃଖ ଜଣେଇଥିଲେ. କାସିମଙ୍କ ଅଣ୍ଟା ଭାଙ୍ଗି ଯାଇଥିବାରୁ ଖଟରେ ପଡି ରହୁଛନ୍ତି ତାଙ୍କୁ ଯତ୍ନ କରିବା ଖୁବ କଷ୍ଟକର ହୋଇପଡୁଛି ବୃଦ୍ଧାଙ୍କ ପାଇଁ. ଚିକିତ୍ସା ପାଇଁ ଅର୍ଥାଭାବ ହେବା ମଧ୍ୟ ସ୍ୱାଭାବିକ | ଚଲା ବୁଲା କରିବା ପାଇଁ ତାଙ୍କୁ ଏକ ହୁଇଲ ଚେୟାର ମଧ୍ୟ ଆବଶ୍ୟକ ହୋଇପଡିଛି | ଏନେଇ ଅନେକ ଗୁହାରୀ ପରେ ମଧ୍ୟ ତୁରେକେଲା ବ୍ଲକ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଅଭିଯୋଗ କରୁଛନ୍ତି | ଲୋକେ ଶୀଘ୍ର ସମସ୍ତ ପ୍ରକାର ସହାୟତା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ଏବଂ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଆମ ତରଫରୁ ବିନମ୍ର ଅନୁରୋଧ |   

0
0
0
s2sdefault