ହେଡଲାଇନସ୍:

ଏମକେ ଏସସି ବକ୍ସର ବିହାରକୁ ହରାଇ ୟୁନାଇଟେଡ଼ ସ୍ପୋର୍ଟସ କ୍ଳବ୍ ବରଗଡ଼ ଦ୍ବିତୀୟ ଦଳ ଭାବେ ଫାଇନାଲରେ ପ୍ରବେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୬୪ତମ ଶରଣକୁଳ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୫,

ଓଡ଼ଗାଁ,୨୦।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଶରଣକୁଳ ଲଡ଼ୁକେଶ ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ୬୪ତମ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୫ର ଷଷ୍ଠ ଦିନ ଶୁକ୍ରବାର
ଏମକେ ଏସସି ବକ୍ସର ବିହାରକୁ ୦-୧ ଗୋଲରେ ହରାଇ ୟୁନାଇଟେଡ଼ ସ୍ପୋର୍ଟସ କ୍ଳବ୍ ବରଗଡ଼ ଦ୍ବିତୀୟ ଟିମ୍ ଭାବେ ଫାଇନାଲରେ ପ୍ରବେଶ କରିଛି । ଖେଳର ପ୍ରଥମାର୍ଦ୍ଧରେ ଉଭୟ ଦଳ ମଧ୍ୟରେ ଆକ୍ରମଣାତ୍ମକ ଢଙ୍ଗରେ ଖେଳ ଚାଲିଥିବା ବେଳେ ଖେଳର ୭ ମିନିଟ ସମୟରେ ବରଗଡ଼ ଦଳର ୨୦ ନମ୍ବର ଜର୍ସି ଖେଳାଳୀ ଭରତ ମୁଣ୍ଡାଙ୍କ ଗୋଲ ସ୍କୋର ଦଳକୁ ୧-୦ ଗୋଲରେ ଅଗ୍ରଣୀ କରିଥିଲା । ଖେଳର ଦ୍ବିତୀୟାର୍ଦ୍ଧରେ ଉଭୟ ପକ୍ଷର ଖେଳାଳିଙ୍କ ସୁନ୍ଦର ପ୍ରଦର୍ଶନ ସତ୍ବେ ବିହାର ଟିମ୍ ଗୋଲ ସୁଝେଇବାରେ ସଫଳ ହୋଇପାରି ନଥିଲା । ଫଳରେ ବରଗଡ଼ ଟିମ୍ ବିଜୟ ହାସଲ କରିଥିଲେ । ଆଜି ଖେଳରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଆର ସି ଏସ ସି ଅଧ୍ୟକ୍ଷ ମାମୁନି ରୌଫ, ସାମାଜିକ କର୍ମୀ ବିଭୁ ଦତ୍ତ ମହାପାତ୍ର, ବିଶିଷ୍ଟ ବ୍ୟବସାୟୀ ତାପସ ରଂଜନ ପାଢ଼ୀ, ସାମାଜିକ କର୍ମୀ ରଞ୍ଜନ କୁମାର ସାହୁ ଆସୋସିଏସନ୍ ସଭାପତି ସତ୍ୟନାରାୟଣ ପ୍ରଧାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଖେଳର ମଧ୍ୟାହ୍ନରେ ପଡିଆ ମଧ୍ୟରେ ଖେଳାଳିଙ୍କ ସହ କରମର୍ଦ୍ଦନ କରି ଉତ୍ସାହ ବୃଦ୍ଧି କରିଥିଲେ । ମୁଖ୍ୟ ଅତିଥି ବରଗଡ଼ ଦଳର ୨୦ ନମ୍ବର ଜର୍ସି ଭରତ ମୁଣ୍ଡାଙ୍କୁ ଟ୍ରଫି ‌ସହ ଏକହଜାର ଟଙ୍କା ପ୍ରଦାନ କରିଥିଲେ । ରାଜୁ ମହାନ୍ତି ଖେଳ ପରିଚାଳନା କରିଥିବା ବେଳେ ଜ୍ୟୋତି ରଞ୍ଜନ ସ୍ବାଇଁ, ପ୍ରସନ୍ନ ନାଏକ ଏବଂ ଜଗନ୍ନାଥ ପରିଡ଼ା ଲାଇନରେ ସହାୟତା କରିଥିଲେ । ରବିବାର ଦିନ ଫାଇନାଲ ମ୍ୟାଚରେ ଗଣ୍ଡରପୁର ଭୁବନେଶ୍ୱର, ୟୁ ନାଇଟେଡ ସ୍ପୋର୍ଟସ କ୍ଳବ୍ ବରଗଡ଼ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ରବିନ୍ଦ୍ର କୁମାର କୁମାର ଚୈ।ଧୁରୀ କହିଛନ୍ତି ।

0
0
0
s2sdefault