ଗାଇସିଲାଟ/ମନ ଡନସନା :- ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଠାରେ ଆଥଲେଟିକ ଆସୋସିଏସନ ପକ୍ଷରୁ ଆୟୋଜିତ ୨୮ ତମ ମାଁ ବହଳତଲିଏନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ତିନିଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ରେ ସମୁଦାୟର ୧୬ ଗୋଟି ଦଳ ଅଂଶଗ୍ରହଣ କରିବେ । ବିଜେତା ଦଳଙ୍କୁ ବିଜୟ ଟ୍ରଫି ସହ ନଗଦ ଦଶ ହଜାର ଟଙ୍କା ଏବଂ ଉପ ବିଜେତା ଦଳଙ୍କୁ ଟ୍ରଫି ସହ ନଗଦ ଛଅ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଲିଛି । ଉଦଘାଟନୀ ଉତ୍ସବରେ ମୁଖ୍ଯ ଅତିଥି ଭାବରେ ସମାଜସେବୀ ତଥା ୱିନର ସ୍କୁଲର ପରିଚାଳନା ନିର୍ଦ୍ଦେଶକ ଶ୍ରୀକାନ୍ତ ମିଶ୍ର ଏବଂ ସମ୍ମାନିତ ଅତିଥି ଭାବରେ ଯଜ୍ଞେଶ୍ୱର ପ୍ରଧାନ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଉଦଘାଟନୀ ମ୍ୟାଚ ଗାଇସିଲେଟ ଓ ଟେଙ୍ଗନାପାଲି ମଧ୍ଯରେ ଅନୁଷ୍ଠିତ ହୋଇଥିଲା । ଆଜିର ମ୍ୟାଚ ଗୁଡିକୁ ଉମାକାନ୍ତ ପାଣ୍ଡେ ଓ ନିଳକଣ୍ଠ ବଗର୍ତ୍ତୀ ପରିଚଳନା କରିଥିବା ବେଳେ ଅଜିତ ପଣ୍ଡା ଓ ତନ୍ମୟ ପୁରୋହିତ ଧାରାବିବରଣୀ ପ୍ରଦାନ କରିଥିଲେ । ସୋନୁ ମାଝୀ ଓ ଠାକୁର ପାଣ୍ଡେ ସ୍କୋରର ଦାୟିତ୍ବ ତୁଲାଇ ଥିଲେ ।
ରାଜ୍ୟ
୨୮ ତମ ମାଁ ବହଳତଲିଏନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ।
- Hits: 36











