ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): ଶୁକ୍ରବାର ଦିନ ଖ୍ରୀଷ୍ଟିଆନ ଜନ କଲ୍ୟାଣ ସମାଜ କନ୍ଧମାଳର ସାଧାରଣ ସଭା ସଭାପତି ଆଚାର୍ଯ୍ୟ ଆଇଯାକ ଦିଗାଳଙ୍କ ଅଧ୍ୟକ୍ଷତାରେ ରାଇକିଆ ବାପଟିଷ୍ଟ ମଣ୍ଡଳୀରେ ଅନୁଷ୍ଠିତ ହୋଇଯାଇଅଛି । ଏହି ସଭାର ପ୍ରାରମ୍ଭରେ ଆଚାର୍ଯ୍ୟ ତପନ କୁମାର ସାମନ୍ତରାୟ ପ୍ରାର୍ଥନା ଉତ୍ସର୍ଗ କରିଥିଲେ ଏବଂ ବକ୍ତା ଭାବେ ଆଚାର୍ଯ୍ୟ ସୁଧାଂଶୁ ନାୟକ ଧର୍ମଶାସ୍ତ୍ର ପବିତ୍ର ବାଇବଲରୁ ବାକ୍ୟ ପରିବେଷଣ କରିଥିଲେ । ସାଧାରଣ ସମ୍ପାଦକ ଶ୍ରୀ ସୁରଞ୍ଜନ ନାୟକ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଏବଂ ମିନିଟ୍ ବିବରଣୀ ଉପସ୍ଥାପନ କରିଥିଲେ । ଦ୍ଵୀତୀୟ ପର୍ଯ୍ୟାୟରେ ନୂତନ କର୍ମକର୍ତ୍ତା ଓ କାର୍ଯ୍ୟ ନିର୍ବାହିକା କମିଟିକୁ ମନୋନୟନ କମିଟି ଦ୍ଵାରା ଚୟନ କରାଯାଇ ଗଠନ କରାଯାଇଥିଲା । ସଭାପତି ଶ୍ରୀ କ୍ଳେଶ ପ୍ରଧାନ, ଉପସଭାପତି ଶ୍ରୀ ଅମିରଚାନ୍ଦ ନାୟକ, ସାଧାରଣ ସମ୍ପାଦକ ଆଚାର୍ଯ୍ୟ ପ୍ରଶାନ୍ତ କୁମାର ଦାସ, ଯୁଗ୍ମ ସମ୍ପାଦକ ଶ୍ରୀ ବିମଳ କୁମାର ନାୟକ, କୋଷାଧ୍ୟକ୍ଷ ଶ୍ରୀ ଶରତ ଚନ୍ଦ୍ର ନାୟକ ଓ ଆଇନ ପରାମର୍ଶଦାତା ବୃନ୍ଦ ଭାବେ ଆଇନଜୀବି ଶ୍ରୀ ଅମର କାନ୍ତ ନାୟକ, ଆଇନଜୀବି ଶ୍ରୀ ନୀତେଶ କୁମାର ନାୟକ, ଆଇନଜୀବି ଶ୍ରୀ ଚନ୍ଦ୍ରକାନ୍ତ ନାୟକଙ୍କ ସମେତ ଛଅ ଜଣ ପରାମର୍ଶଦାତା ଏବଂ ଷାଠିଏ ଜଣ କାର୍ଯ୍ୟନିର୍ବାହିକା କମିଟି ଗଠନ କରାଯାଇଥିଲା l ଏହି କ୍ରମରେ ଫାଦର ମନୋଜ କୁମାର ନାୟକ, ଆଚାର୍ଯ୍ୟ ରାଜକିଶୋର ଦିଗାଳ, ଆଚାର୍ଯ୍ୟ ସୁଶାନ୍ତ ନାୟକ ପ୍ରାର୍ଥନା ଉତ୍ସର୍ଗକଲା ପରେ ଯୁଗ୍ମ ସମ୍ପାଦକ ଶ୍ରୀ ମୋଜେଶ ଦିଗାଳ ଧନ୍ୟବାଦ ଅର୍ପଣ ପରେ ସାଧାରଣ ସଭା ସାଙ୍ଗ କରାଯାଇଥିଲା ।
ରାଜ୍ୟ
କନ୍ଧମାଳ ଜିଲ୍ଲା ଖ୍ରୀଷ୍ଟିଆନ ଜନ କଲ୍ୟାଣ ସମାଜ କନ୍ଧମାଳର ସାଧାରଣ ଅନୁଷ୍ଠିତ.
- Hits: 4











