ରାସ୍ତା ନବୀକରଣ ନିମନ୍ତେ ବିଧାୟକ ମଞ୍ଜୁରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଜଗତସିଂହପୁର, ତା-୨୧. ୧୧. ୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ଗାଁ ଗହଳିରେ ନିର୍ମାଣ କରାଯାଇଥିବା ରାସ୍ତାଗୁଡିକ ମରାମତି ହେଉନଥିବାରୁ ଏବେ ମରଣଯନ୍ତା ପାଲିଟିଛି l ଗ୍ରାମାଞ୍ଚଳର ଜନସାଧାରଣଙ୍କ ଗମନାଗମନ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ସଡ଼କ ନିର୍ମାଣ କରାଯାଇଥିଲା l ମରାମତି ଅଭାବରୁ ରାସ୍ତା ଗୁଡିକ ଏକ ପ୍ରକାର ଖାଲ ଖମ୍ବରେ ପରିଣତ ହେଲାଣି l ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣ କରାଯାଇଥିବା ରାସ୍ତାଗୁଡିକ ମରାମତି ହେଉନଥିବାରୁ ଜନସାଧାରଣ ଯାତାୟାତ କରିବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଜଗତସିଂହପୁର ବ୍ଲକ ଅନ୍ତର୍ଗତ ତୁମ୍ଭାଅଣ୍ଡେଇସାହି ପଂଚାୟତ ମହିରାଠାରୁ ସାଇଁଟୋ କୁ ଯାଇଥିବା ଗ୍ରାମ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହୋଇଥିଲା l ମରାମତି ଅଭାବରୁ ରାସ୍ତାଗୁଡିକ ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯିବାରୁ ସ୍ଥାନୀୟ ଅଞ୍ଚଳ ବାସୀ ଯାତାୟାତ ରେ ଅସୁବିଧା ସହ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିଲା l ଏହି ରାସ୍ତାର ମରାମତି ନିମନ୍ତେ ସ୍ଥାନୀୟ ଲୋକମାନେ ବିଧାୟକଙ୍କ ନିକଟରେ ଅଭିଯୋଗ କରିଥିଲେ l ବିଧାୟକ ପକ୍ଷରୁ ରାସ୍ତାର ନବୀକରଣ ନିମନ୍ତେ ପାଞ୍ଚ କୋଟି ଟିପ୍ପଣ ଲକ୍ଷ ଟଙ୍କା ମଂଜୁର କରାଯାଇ ବିଧାୟକଙ୍କ ଦ୍ୱାରା ଶୁଭ ଦିଆଯାଇଛି l ଏହି ରାସ୍ତାର ନବୀକରଣ କାର୍ଯ୍ୟର ଶୁଭଆରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ନଡ଼ିଆ ବାଡେଇ ଶୁଭଆରମ୍ଭ କରିଥିଲେ l ଅତିଥିମାନଙ୍କ ମଧ୍ୟରେ ସରପଞ୍ଚ ପ୍ରତିମା ମହାନ୍ତି, ସମିତିସଭ୍ୟ ଭାଗ୍ୟଲକ୍ଷ୍ମୀ ରାଉତରାୟ, ସମାଜସେଵୀ ବିନୟ କାନୁନଗୋ ଯୁବନେତା ଜୁବୁଲା ରାୟ, ଗ୍ରାମ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଅନିରୁଦ୍ଧ ଦୂରଗ, ସାରଦା ପରିଡା ପ୍ରମୁଖ ଉପସ୍ଥିତ ଥିଲେ l

0
0
0
s2sdefault