ହେଡଲାଇନସ୍:

ରସମୁଣ୍ଡାରେ ଅବସ୍ଥା ଏବେବି ଉତ୍ତେଜନା ପୂର୍ଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ପାଇକମାଲ ଥାନା ଅନ୍ତର୍ଗତ ରସମୁଣ୍ଡା ଗ୍ରାମରେ ଅବସ୍ଥା ଏବିବି ଉତ୍ତେଜନା ପୂର୍ଣ ରହିଛି । ଗତ ଚାରି ତାରିଖ ରାତିରେ  ଗୋଟେ ଦଳିତ ପରିବାର ର 2 ଜଣ ସଦସ୍ୟଙ୍କୁ ଆକ୍ରମଣ ଓ ସେମାନଙ୍କର ଘର ଭଙ୍ଗାରୁଜା ତଥା ଘରର ଜିନିଷ ପତ୍ର ଲୁଟ ଇତ୍ୟାଦି ମାମଲାରେ ଆଜି ପୋଲିସ ସାତ ଜଣ ଓ ଅନ୍ୟ ଏକ ମାମଲାରେ ପୋଲିସ ଦୁଇ ଜଣ ଙ୍କୁ ଗିରଫ କରି କୋର୍ଟ କୁ ଚାଲାଣ କରିଛି । ଏପଟେ ପୀଡ଼ିତ ପରିବାରକୁ ପୋଲିସ ନିଜ ହେପଜାତରେ ପାଇକମାଲ ରେ ରଖିଛି । ଗତକାଲି ରାଧେଶ୍ୟାମ ସୁନା ଗ୍ରାମର ଚାରି ମହିଳା ସମେତ 24 ଜଣ ଙ୍କର ନାମରେ ଲିଖିତ ଅଭିଯୋଗ କରିଥିଲେ ଯେ ଗ୍ରାମବାସୀ ମାନେ ମାରପିଟ କରିବା ସହିତ ସେମାନଙ୍କ ଘର ଭାଙ୍ଗି ଦେଇଥିଲେ । ଏହାସହିତ ଘରେ ଥିବା ପ୍ରାୟ ଦେଢ଼ ଲକ୍ଷ ଟଙ୍କା ନଗଦ ସହିତ ତିନିଭରି ଓଜନର ଗହଣା, 50ରୁ ଅଧିକ କୁକୁଡ଼ା , 20ରୁ ଅଧିକ ଛେଳି ଓ ହଳେ ବଳଦ ନେଇଯାଇଥିଲେ । ଅଭିଯୋଗ କାରୀଙ୍କର ଅଭିଯୋଗ କ୍ରମେ ପାଇକମାଲ ଥାନାରେ କେଶ ନମ୍ବର178/19 ଧାରା 147 , 148 , 341 , 294 , 323, 307 , 379 , 427 , 452, 354, 506, 149 , 3(1)(r) , 3(1)(s) 3(2)(va) ରେ ମାମଲା ରୁଜୁ କରିଛନ୍ତି । ତଦନ୍ତ ପ୍ରକ୍ରିୟା ଜାରୀ ରହିଥିବାରୁ ଆଗକୁ ଆହୁରି ଲୋକ ଗିରଫ ହେଇ ପାରନ୍ତି । ଏପଟେ ପୋଲିସ ତଥା ପ୍ରଶାସନ ତରଫରୁ ଗ୍ରାମରେ ଶାନ୍ତି ଫେରେଇ ଆଣିବାର ପ୍ରୟାସ ଜରିରହିଛି ବୋଲି ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।

 

 

0
0
0
s2sdefault