ହେଡଲାଇନସ୍:

ମହାନଦୀରେ ଭାସିଗଲେ ୬ ଜଣ ଝିଅ : ୫ ଉଦ୍ଧାର,ଜଣେ ନିଖୋଜ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସମ୍ବଲପୁର /ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ 

 ସମ୍ବଲପୁର: ସାରା ଦେଶରେ ଦଶହରାକୁ ନେଇ ଉତ୍ସବର ମାହୋଲ ଥିବା ବେଳେ ସମ୍ବଲପୁରରୁ ଆସିଛି ଏଭଳି ଏକ ଅଭାବନୀୟ ଖବର । ମହାନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ୬ ଜଣ ଝିଅ ପାଣିରେ ଭାସି ଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏମାନେ  ସକାଳେ ୧୦ ଟା ରେ  ମହାନଦୀରେ ଗାଧୋଇବାକୁ  ଯାଇଥିଲେ । ସେମାନେ ଗାଧୋଇ ସାରି ଦେବୀ ଦର୍ଶନ କରିବାର ଯୋଜନା ରଖିଥିବା କୁହାଯାଉଛି।

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ସଡ଼କ ଘାଟ ନିକଟରେ । ୬ ଜଣ ଝିଅ ପାଣିରେ ଭାସିଯିବା ଖବର ସାମ୍ନାକୁ ଆସିବା ପରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ, ପୁଲିସ ଓ ସ୍ଥାନୀୟ ଲୋକ ମିଶି  ଉଦ୍ଧାର କାମଆରମ୍ଭ କରିଥିବା ଜଣାଯାଇଛି । ଶେଷ ଖବର ସୁଦ୍ଧା ୫ ଜଣ ଝିଅକୁ ଉଦ୍ଧାର କରାଯାଇଛି । ଏବେବି ଜଣଙ୍କର ପତା ମିଳୁନି । ନିଖୋଜ ଯୁବତୀଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛି ।

0
0
0
s2sdefault