ହେଡଲାଇନସ୍:

 କଳସ ଶୋଭାଯାତ୍ରା ସହ ଆରମ୍ଭ ହେଲା ମେଲଛାମୁଣ୍ଡା ଦୁର୍ଗାପୂଜା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମେଲଛାମୁଣ୍ଡା,(ମନୋଜ ଭୋଇ) ମେଲଛାମୁଣ୍ଡା ଗ୍ରାମରେ ଜଗତ ଜନନୀ ମାଁ ଦୁର୍ଗାଙ୍କ ପୁଜନୋତ୍ସବ କଳସ ଯାତ୍ରା ସହ ମହା ଆଡମ୍ବରରେ ଆରମ୍ଭ ହୋଇଯାଇଛି । ସନିବାର ଦିନ  ମେଲଛାମୁଣ୍ଡାସ୍ଥିତ ସାତ ବନ୍ଧରୁ ୧୦୮ପୁର୍ଣ୍ଣ କଳସ ପୁଜା କମିଟି ସଭାପତୀ ଦିପକ ଭୋଇ ଏବଂ ସଂପାଦକ ଅନ୍ନଦା ପ୍ରସାଦ ଦେବତା ସମେତ କର୍ମକର୍ତା ଏବଂ ମହିଲାମାନେ ଘଂଟ ବାଦ୍ୟ, ସଂକିର୍ତନ୍ୟ ଦଲ, ଦୁଲଦୁଲି ବାଜାର ସମ୍ବିଶ୍ରଣରେ ଏକ ବର୍ଣ୍ଣଢ୍ୟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ପୁଜା ମଣ୍ଡପରେ ସ୍ଥାପନ କରିଥିଲା । ଚଳିତ ବର୍ଷ କର୍ତା ଭାବେ ସପତ୍ନୀକ ଶକ୍ତିରାଜ ଭୋଇଙ୍କ ଉପସ୍ଥିତିରେ ପଣ୍ଡିତ ନେହେରୁଲାଲ ଶତପଥି, କୃଷ୍ଣଚନ୍ଦ୍ର ଦେବତା, ଅଶୋକ ଷଢଙ୍ଗିଙ୍କ ମନ୍ତ୍ର ଉଚ୍ଚାରଣ ତଥା ଘଂଟ ଓ ଶଂଖ ଶଦ୍ୱରେ ଜଗତ ଜନନୀଙ୍କ ପୁଜା କାର୍ଯ୍ୟ ଆରମ୍ଭ ହୋଇଯାଇଛି । ସପ୍ତମୀ ତିଥି ଅବସରରେ ପୂଜା ଆରମ୍ଭ, ନବ ପ୍ରତିକା ପ୍ରବେଶ, ଦେବୀଙ୍କ ଚକ୍ଷୁ ଦାନ, ଜୀବ ନ୍ୟାସ ଓ ଚଣ୍ଡି ପାଠ କରାଯାଇଥିଲା । ପୂଜା ପାଇଁ ଗ୍ରାମ ସାରା ବିଭିନ୍ନ ଆଲୋକ ସଜ୍ଜା କରାଯାଇଛି । ରାତ୍ରରେ ଶ୍ରଦ୍ଧାଳୁମାନଙ୍କ ପାଇଁ ଭଜନ ସଂଧ୍ୟା ଓ ଅପେରାର ଆୟୋଜନ ହୋଇଛି । ଦେବୀଙ୍କ ଦର୍ଶନ ପାଇଁ ହଜାର ସଂଖ୍ୟାରେ ଭକ୍ତଙ୍କ ଜନସମାଗମ ହେଉଛି । କଳସ ଯାତ୍ର କାର୍ଯ୍ୟକ୍ରମ ସବୁକୁ  ସହ ସଂପାଦକ ସତ୍ୟ ବାରିକ ଓ ଗୋପାଲ ସାହୁ ସମେତ କିଶୋର ବଗାର, ରବି ପୋଢ, ଆନନ୍ଦ ବନଛୋର, ସଂଜିବ ନାୟକ, ପ୍ରକାଶ ବରିହା, ପ୍ରତ୍ୟୁଷ ଭୋଇ, ବୃନ୍ଦାବନ ରଣା ପ୍ରମୁଖ ସହଯୋଗ କରିଥିଲେ ।   

 

0
0
0
s2sdefault