ହେଡଲାଇନସ୍:

ଚାଷି ଦୁଖରେ ଯାଉଛି ଭାସି, ଏଣେ ଦଲାଲ ନେଉଛି ଶୋଷି।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ/ପାଇକମାଲ :-ଚାଷୀ ର ଦୁଖ କହିଲେ ନ ସରେ।ଚାଷ ଆରମ୍ଭ କଲେ ବର୍ଷା ଅଭାବ ବିହନ ଅଭାବ ତାପରେ ରୋଗପୋକ ର ଦାଉ।ଫସଲ ଅମଲ ପରେ ବିକ୍ରିର ଅଭାବ ତାପରେ ବ୍ୟାଙ୍କର ଦୁଖ।ନିଜର ହାଡ ଭଙ୍ଗା ପରିଶ୍ରମର ଫଲ ଟିକକ ବି ଦଲାଲ ହାତରେ ଲେଖା। ବେଙ୍କ କତ୍ତୃପକ୍ଷ ଓ ଦଲାଲ ମାନଙ୍କ ସୁମଧୁର ସମ୍ପର୍କ ବାବଦରେ ସମସ୍ତଙ୍କୁ ଜଣା। ଟଙ୍କା କାଢ଼ିବାକୁ ଗୋଟେ ଚାଷୀକୁ ଦିନସାରା ଲାଗୁଥିବା ବେଳେ ଦଲାଲ ମାନେ ମାତ୍ର କି କିଛି ସମୟ ଭିତରେ କାମ କରିଦେଉଛନ୍ତି । 

ଚାଷିର ବ୍ୟାଙ୍କ ହେଉଛି ସମବାୟ ବ୍ୟାଙ୍କ।ଧାନ ବିକ୍ରି ଟଙ୍କା ବା ଇନପୁଟ ବା ଇନସୁରେନ୍ସ ଟଙ୍କା ସବୁବେଳେ ବ୍ୟାଙ୍କ କୁ ଦୌଡି ଦୌଡି ହଇରାଣ ହେଇ ଶେଷରେ ବ୍ୟାଙ୍କ ବାହାରେ ହର୍ତ୍ତା କର୍ତ୍ତା ଭାଗ୍ୟ ବିଧାତା ମାନେ ଜଗି ଥାନ୍ତି।୫୦୦ରୁ୫୦୦୦ଟଙ୍କା ଯାଏ ଚାଷି କାନ୍ଦି କାନ୍ଦି ଦିଏ।ଜୋର ଜବରଦସ୍ତି ହାତରୁ ଛଡାଇ ନିଅନ୍ତି।ଯିଏ ପ୍ରତିବାଦ କଲେ ଦଲାଲ ମାନେ ଚାଷି ମାନଙ୍କୁ ଏତେ ଧମକ ଚମକ ଦିଅନ୍ତି ଯେ କେହି ପାଟି ଫିଟାନ୍ତି ନାହି।ଏ ପରିସ୍ଥିତି ବରଗଡ ଦିଲ୍ଲାର ସମସ୍ତ କୋଅପରେଟିପ ବ୍ୟାଙ୍କ ରେ ଚାଲିଛି।ଏହା ଧିରେ ଧିରେ ବଢିଚାଲିଛି।ପାଇକମାଲ ବ୍ଲକ ର ୨୨ଟି ପଞ୍ଚାୟତ ର ୪ଟି ସୋସାଇଟି ରେ ଏକମାତ୍ର ବ୍ୟାଙ୍କ ହେଉଛି ଦଲାଲ ମାନଙ୍କ ସ୍ୱର୍ଗପୁରି।ଆଗାମି ଦିନରେ ଶାସନ ପ୍ରଶାସନ ପଦକ୍ଷେପ ନ ନେଲେ ଏହା ଉପରେ ଭୟଙ୍କର ଜନ ଅସନ୍ତୋଷ  ଆନ୍ଦୋଲନ ରୁପ ନେବ ।  ଦଲାଲ ରାଜକୁ କୋଣସି ରୂପରେ ବରଦାସ୍ତ କରାଯିବ ନାହିଁ ଯଦି ସମବାୟ ବ୍ୟାଙ୍କ ରେ ଦଲାଲ ମାନେ ଦେଖାଦିଆନ୍ତି ତେବେ ଆଗାମୀ ଦିନରେ ଯଦି କୋଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ତେବେ ପ୍ରଶାସନ ତଥା ବ୍ୟାଙ୍କ କତ୍ତୃପକ୍ଷ ଦାଇ ରହିବେ ବୋଲି ଆଞ୍ଚଳିକ କୃଷକ ମହାସଙ୍ଗ ର ସଭାପତି ଶ୍ରୀ ନରସିଂହ ବନଛୋର , ଗିରିଶ ଡନସନା , ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବିଶ୍ୱନାଥ ସେଠ , ରାଧେ ଶାନ୍ତ , ବ୍ରହ୍ମ। ବେନିଆ , ଦଶରଥ ବିନାଟ , ଚନ୍ଦ୍ର ଶେଖର ମାଝୀ ପ୍ରମୁଖ ଚେତାବନୀ ଦେଇଛନ୍ତି ।

0
0
0
s2sdefault