ହେଡଲାଇନସ୍:

ରାସ୍ତା ନହେଲେ ଭୋଟ ବର୍ଜନ କରିବେ ଗାଇସିଲେଟ ବ୍ଲକ ଗନିଆପାଲ୍ଲୀ ବାସିନ୍ଦା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକର ଗନିଆଁପାଲି ଗ୍ରାମପଞ୍ଚାୟତ ର ଗନିଆଁପାଲି,ମଳମୁଣ୍ଡା ଏବଂ ଯୁଗୀବନ୍ଧଲି କୁ ଚାରିଚକରୁ ଗନିଆଁପାଲି ମହାବିଦ୍ୟାଳୟ କୁ ରାସ୍ତା ଅତ୍ୟନ୍ତ ଶୋଚନୀୟ । ଦୀର୍ଘ 20 ବର୍ଷ ହେବ ଏହି ରାସ୍ତା ଏପରି ପଡିରହିଛି । ମୁଖ୍ୟତଃ ବର୍ଷା ଦିନରେ ଏହି ରାସ୍ତାଟି ମରଣଜନ୍ତା ପାଲଟିଯାଏ । ଦୈନଦିନ ବିଭିନ୍ନ ଧରଣର ଅଘଟଣ ଘଟୁଛି । ନିର୍ବାଚନ ସମୟରେ ନେତା ମନ୍ତ୍ରୀ ମାନେ ଆସୁଛନ୍ତି ।  ଦେଖିକି ଭୋଟ ସରିଲେ ଏହା କରିଦେବୁ ବୋଲି କୁହନ୍ତି । କିନ୍ତୁ ପ୍ରତିଶ୍ରୁତି ପାଣିକୁ ଯାଉଛି । ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ଏହି ରାସ୍ତା ଦେଇ ସରକାରୀ କାମ ତଥା ସ୍କୁଲ, କଲେଜକୁ ଯାଉଛନ୍ତି । କିନ୍ତୁ ଏତେ ବର୍ଷ ହେବ ପଂଚାୟତବାସୀ ଅଭିଯୋଗ କଲେ ମଧ୍ୟ ଏହାର ସୁଫଳ ହେଉନି । ଗତ ଉପନିର୍ବାଚନ ରେ ମଧ୍ୟ ପ୍ରତିଶୃତି ରାଜନୈତିକ ଦଳରୁ ଦିଆଯାଇଥିଲା  । ହେଲେ କେହିବି ପୁରଣ କଲେନି । ଶେଷରେ ଆଜି ପଂଚାୟତବାସୀ ପୁଣି ବିଜେପୁର ଉପନିର୍ବାଚନ ଆଖିକୁ ରଖି ରାସ୍ତା ନ ହେଲେ ଭୋଟ ବର୍ଜନ କରିବେ ବୋଲି ଚୂଡାନ୍ତ ନିଷ୍ପତ୍ତି ନେଇଛନ୍ତି ।

0
0
0
s2sdefault