ହେଡଲାଇନସ୍:

ଭୁଲ କାହାର : ହେଲେ ଦଣ୍ଡ ଭୋଗୁଛନ୍ତି ଅସହାୟ ମାଝୀ ପରିବାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Turekela/ surendra Tandi ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ସଦର ପଂଚାୟତ  ବୁଡ଼ିବାହାଲ ଗ୍ରାମର ମାନସିଂ ମାଝୀ ଏବଂ ତାରା ମାଝୀ ଦୁଇଜଣ ଅସହାୟ ବୃଦ୍ଧବୃଦ୍ଧା ।ନିଃସନ୍ତାନ ହୋଇଥିବାରୁ ତାଙ୍କର ଦେଖ ରେଖ କରିବାକୁ କେହି ନାହାନ୍ତି। ଭୋଟର ପରିଚୟ ପତ୍ର ଅନୁସାରେ ତାଙ୍କର ବୟସ ଯଥାକ୍ରମେ 57 ଏବଂ 50 ହେଉଛି ।  କିନ୍ତୁ ଅସଲ ବୟସ ଏହି ବୟସ ଠାରୁ ଢେର ଅଧିକ ଅଟେ । ତୃଟିପୁର୍ଣ ଭୋଟର ସର୍ଭେ ଯୋଗୁଁ ଉଭୟେ ଆଜି ଏହି ଅସହାୟ ସମୟରେ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି.। ତାଙ୍କ ପାଖରେ ଖାଦ୍ୟ ସୁରକ୍ଷା ଯୋଜନାରେ କେବଳ 5 କିଲୋଗ୍ରାମ ଲେଖାଏଁ ରାସନ ମିଳୁଛି ଯାହାକି ଏଭଳି ଏକ ପରିବାର ନିମନ୍ତେ ପ୍ରରିହାସ କରିବା  ସଦୃଶ ଅଟେ । ସ୍ୱାର୍ଥକେନ୍ଦ୍ରିକ ଏହି ଦୁନିଆରେ ସମସ୍ତେ ଉକ୍ତ ବୃଦ୍ଧବୃଦ୍ଧାଙ୍କ ଦୀର୍ଘ ଦିନର ଅଭିଯୋଗକୁ ଗୁରୁତ୍ୱ ଦିଆ ନ ଯାଇଥିବାରୁ ସେମାନେ ଆଜି ନିରୁପାୟ । .ଭତ୍ତା ପାଇଁ ବାରମ୍ବାର ପ୍ରଶାସନ ଆଗରେ ନେହୁରା ହୋଇଛନ୍ତି । ହେଲେଁ ତାଙ୍କୁ ମିଳିନି ଭତ୍ତା ଏବଂ କାଗଜ ପତ୍ରର ଦ୍ୱାହି ଦେଇ ତୁମର ଯୋଗ୍ୟତା ନାହିଁ ବୋଲି କହିବାରୁ ଭାଙ୍ଗି ପଡିଛନ୍ତି ମାଝୀ ପରିବାର ।  ଏନେଇ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ନେଇ ବ୍ଲକ ପ୍ରଶାସନକୁ ନେହୁରା ହୋଇଥିଲେ ମଧ୍ୟ ସେମାନଙ୍କୁ ଏମାନଙ୍କ ଦୁଃଖ ପ୍ରତି କିଛି ସମବେଦନା ନାହିଁ । ଏବେ ଦେଖିବାକୁ ବାକି ରହିଲା ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲା ପ୍ରଶାସନ ଏମାନଙ୍କ ସମସ୍ୟାର ସମାଧାନ ନିମନ୍ତେ କିଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି ।

0
0
0
s2sdefault